HealthDirect
ଘରେ ଅନେକ ସମୟରେ ଆପଣ ଶୁଣିଥିବେ ଛୋଟ ପିଲାଟା ମୁଣ୍ଡରେ କିଛି ନାହିଁ ଛାଡିଦେ । ଆପଣଙ୍କୁ ଏଭଳି କହିବା ଅର୍ଥ ସତରେ ଛୋଟ ପିଲାଙ୍କ ମସ୍ତିଷ୍କ ସେତେ ବିକଶିତ ହୋଇନଥାଏ ଯେଉଁଥିପାଇଁ ସେମାନେ ଠିକ୍ ଭୁଲର ପରଖ କରିପାରନ୍ତି ନାହିଁ । ଏଥିପାଇଁ ବେଳେବେଳେ ସେମାନେ ମୁଦ୍ରାଟିଏ କିମ୍ବା ଅନ୍ୟ କୌଣସି ଦ୍ରବ୍ୟ ହାତରେ ପାଇଲେ ପାଟିରେ ପୁରାଇ ଦିଅନ୍ତି । ତେବେ ସବୁ ସମୟ ତାଙ୍କୁ ଦେଖିବା ସେ ବାପା ମାଙ୍କ ପାଖରେ ସମ୍ଭବ ହୋଇନଥାଏ । ତେଣୁ ଏଭଳି ସମୟରେ ଘରେ ସମସ୍ତେ ଅତବ୍ୟସ୍ତ ହୋଇଯାଆନ୍ତି । ତେବେ ଏଭଳି ସ୍ଥିତିରେ ଆପଣଙ୍କୁ ସମସ୍ୟାରେ ନ ପକାଇବା ପାଇଁ ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ବିଷୟରେ କହିବୁ ଯାହା ଆପଣଙ୍କ କାମରେ ଆସିପାରେ ।
ବେଳେବେଳେ ଛୋଟ ଛୁଆ ଟଙ୍କିକିଆ ମୁଦ୍ରା ପାଇ ଗିଳିଦିଅନ୍ତି ଏହି ମୁଦ୍ରା ଖାଦ୍ୟନଳୀରେ ଅଟକି ଗଲେ ନାହି ନଥିବା ଅସୁବିଧାରେ ଶିଶୁକୁ ଡାକ୍ତରଖାନା ନେବାକୁ ପଡିଥାଏ । ତେବେ ଡାକ୍ତରଖାନା ଯିବା ପୂର୍ବରୁ ଯଦି ଶିଶୁର କଷ୍ଟକୁ କିଛି ମାତ୍ରାରେ କମ୍ କରିବା ପାଇଁ ଚାହାନ୍ତି ଏବଂ ପାଟି ଭିତରୁ କଏନ୍ ବାହାର କରିବାକୁ ଚାହାନ୍ତି ତେବେ ଏହି ତରିକା ଆପଣାନ୍ତୁ ।
ସର୍ବପ୍ରଥମେ ଶିଶୁକୁ ଆଗପଟରୁ ତଳକୁ ନଇଁବାକୁ କୁହନ୍ତୁ । ଏବେ ଛାତିକୁ ଗୋଟିଏ ହାତରେ ଦବାଇ ରଖନ୍ତୁ ଏବଂ ଅନ୍ୟ ହାତରେ ଛାତିରେ ୬ ରୁ ୭ ଥର ମୁକ୍କା ମାରନ୍ତୁ । ଏହି ପ୍ରକ୍ରିୟାକୁ ୨ ରୁ ୩ ଥର ଦୋହରାନ୍ତୁ । ଏହି ପ୍ରକ୍ରିୟାରେ ଶିଶୁକୁ କାଶ ଆସିବ ଏବଂ ଟଙ୍କା ମଧ୍ୟ ବାହାରକୁ ଆସିଯିବ । ଟଙ୍କା ଫସିବା ପରେ ଶିଶୁଟିର ପେଟର ଉପରି ଭାଗକୁ ଦୁଇ ହାତରେ ଜୋରରେ ଧରନ୍ତୁ ଏବଂ ବାରମ୍ବାର ପ୍ରେସ୍ କରନ୍ତୁ । ଏହାଦ୍ୱାରା ଛାତିରୁ ନିଶ୍ୱାସ ତଳକୁ ନଯାଇ ଉପରକ ଯିବ ଏବଂ କଏନ୍ ବାହାରକୁ ବାହାରି ଆସିବ ।
ଟଙ୍କା ଫସିବା ପରେ ଅଧିକ କାଶ ହୋଇଥାଏ ତେଣୁ ପିଲାକୁ ସେ ପର୍ଯ୍ୟନ୍ତ କାଶିବାକୁ କୁହନ୍ତୁ ଯେ ପର୍ଯ୍ୟନ୍ତ କଫ ନ ଜମିଛି । କଫ ସହ ଗିଳିଥିବା ବସ୍ତୁ ମଧ୍ୟ ବାହାରି ଆସିବ । କିନ୍ତୁ ସାବଧାନ ଯଦି ଶିଶୁର ଅବସ୍ଥା ଜଟିଳ ହୋଇପଡିଛି ତେବେ ବିଳମ୍ବ ନକରି ଡାକ୍ତରଖାନା ନେଇଯାନ୍ତୁ କିନ୍ତୁ ଛୁଆ ଯଦି ସୁସ୍ଥ ଅଛି ତେବେ ଏଭଳି ଉପାୟ ଆପଣାନ୍ତୁ ।
Follow Us
/kanak/media/post_attachments/wp-content/uploads/2018/12/c9884eb159f236693e4a115244100470-300x135.jpg)
/kanak/media/post_attachments/wp-content/uploads/2018/12/coin1_58994272de4ad-300x161.jpg)