ଘର କାମ ହେଉ କିମ୍ବା ଫୋନକୁ ଗୁରୁତ୍ୱ ଦେଇ ଆମେ ରାତ୍ରି ବିଛଣାକୁ ଯିବାରେ ଡେରି କରିଥାନ୍ତି । ଆପଣ କେବେ ଭାବିଛନ୍ତି କି ବିଳମ୍ବ ଯାଏଁ ଶୋଇବା ଶରୀର ପ୍ରତି କେତେ କ୍ଷତିକାରକ ହୋଇପାରେ । ଏନେଇ ଅନେକ ସର୍ବେକ୍ଷଣ ମଧ୍ୟ ହୋଇଛି । ବିଶେଷଜ୍ଞଙ୍କ ଅନୁସାରେ ଆଠ କିମ୍ବା ନଅ ଘଣ୍ଟାରୁ ଅଧିକ ସମୟ ଶୋଇବା ଉଚିତ ନୁହଁ । ଏଥିରୁ ଅଧିକ ଶୋଇବା ଦ୍ୱାରା ଅଳସୁଆ ଲାଗେ । ଆସନ୍ତୁ ଜାଣିବା ଅଧିକ ସମୟ ବା ବିଳମ୍ବ ଯାଏ ଶୋଇଲେ କ’ଣ କ୍ଷତି ହୋଇପାରେ ।
– ସିଡନୀ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ସର୍ବେକ୍ଷଣ ଅନୁସାରେ ବିଳମ୍ବରେ ଉଠିଲେ ଆୟୁଷ କମିଯାଏ ।
– ୯ ଘଣ୍ଟାରୁ ଅଧିକ ଶୋଇଥିବା ବ୍ୟକ୍ତିଙ୍କୁ ହୃଦୟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ରହିଥାଏ । ଅଧିକ ଶୋଇଲେ ଟାଇପ ୨ ଡାଇବେଟିସର ସମ୍ଭାବନା ମଧ୍ୟ ଅଧିକ ବଢିଯାଏ । ଏହାସହ ମସ୍ତିସ୍କ ମଧ୍ୟ ଅସମୟରେ ବୁଢା ହେଇିଯାଏ ।
– ସର୍ବେକ୍ଷଣ ଅନୁସାରେ ଯେଉଁମାନେ ଦରକାର ଠାରୁ ଅଧିକ ଶୁଅନ୍ତି,ସେମାନେ ବହୁତ ଶୀଘ୍ର ବିଷାଦର ଶିକାର ହୋଇଯାଆନ୍ତି ।
– ସବୁଠାରୁ ଗରୁତ୍ୱପୁର୍ଣ୍ଣ କଥା ହେଲା ବିଳମ୍ବ ଯାଏଁ ଶୋଇଲେ ଆଖି ତଳ କଳା ପଡିବାର ମଧ୍ୟ ସମ୍ଭାବନା ରହିଥାଏ ।
ବିଛଣାରୁ ବିଳମ୍ବରେ ଉଠିବାର ଅଭ୍ୟାସ ରଖୁଛନ୍ତି କି ? ସାବଧାନ ଏହି ସମସ୍ୟାରେ ପଡିପାରନ୍ତି ।
/kanak/media/post_attachments/wp-content/uploads/2018/05/Teenagers-cant-wake-up-sleep-insomnia1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)