କରୋନା ଭୁତାଣୁରେ ଆକ୍ରାନ୍ତ ହେଲେ ୱାଜିଦଙ୍କ ମା’ : ପୁଅ ମୃତ୍ୟୁର ଏଯାଏଁ ମିଳିନି ଖବର ।

1,241

ଗତକାଲି ବଲିଉଡର ପ୍ରସିଦ୍ଧ ଗାୟକ ତଥା ସଂଗୀତ ନିର୍ଦ୍ଦେଶକ ୱାଜିଦ୍ ଖାନଙ୍କର ପରଲୋକ ଘଟିଛି । ତାଙ୍କ ଦେହାନ୍ତରେ ସମ୍ପୁର୍ଣ୍ଣ ଫିଲ୍ମ ଇଣ୍ଡଷ୍ଟ୍ରି ସ୍ତବ୍ଧ ହୋଇଯାଇଛି । ସଂଗୀତ ଜଗତର ଚର୍ଚ୍ଚିତ ଯୋଡି ସାଜିଦ୍-ୱାଜିଦଙ୍କ ଭିତରୁ ୱାଜିଦଙ୍କୁ ଝୁରୁଛି ବଲିଉଡ୍ । ପ୍ରଥମେ କିଡନୀ ରୋଗ ଏବଂ ପରେ କରୋନା ଭାଇରସରେ ସଂକ୍ରମିତ ଥିବା ୱାଜିଦ୍ ମାତ୍ର ୪୨ ବର୍ଷରେ ଆରପାରିକୁ ଚାଲିଯାଇଛନ୍ତି ।

ତେବେ ବର୍ତ୍ତମାନର ସୂଚନା ଅନୁସାରେ ୱାଜିଦଙ୍କ ମା’ ବି କରୋନା ଭୁତାଣୁ ସଂକ୍ରମଣର ଶିକାର ହୋଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ , ୱାଜିଦ୍ ହସ୍ପିଟାଲରେ ଥିବା ସମୟରେ ତାଙ୍କ ମା’ ସେଠାରେ ଉପସ୍ଥିତ ରହୁଥିଲେ । ଏବେ ସେ ହସ୍ୱିଟାଲରୁ କରୋନା ଆକ୍ରାନ୍ତ ହୋଇଥିବା କଥା କୁହାଯାଉଛି । ତାଙ୍କ ସ୍ୱାସ୍ଥ୍ୟରେ ସେତେଟା ଅବନତି ଦେଖାନଦେଇଥିଲେ ହେଁ ତାଙ୍କୁ ଏପର୍ଯ୍ୟନ୍ତ ପୁଅ ୱାଜିଦଙ୍କ ମୃତ୍ୟୁ ବିଷୟରେ ସୂଚନା ଦିଆଯାଇନାହିଁ ।