ଆଜି ହେଉଛି ଚକଲେଟ୍ ଦିବସ ! “ଚକଲେଟ୍-ଡେ’ରେ ପ୍ରେମିକାଙ୍କୁ ତାଙ୍କର ମୁଡ୍ ହିସାବରେ ଦିଅନ୍ତୁ ଚକଲେଟ୍ ।

216

ପ୍ରେମ ସବୁବେଳେ ଚିରନ୍ତନ ଏବଂ ଶାଶ୍ୱତ । ପ୍ରେମର ଅନୁଭବ ମଧ୍ୟ ନିଆରା । ପ୍ରେମ କରି ଶିଖିଲେ ତାହା ଚକଲେଟ୍ ପରି ମିଠା । କୈଶୋର ପ୍ରେମ ଚକଲେଟ୍ ଦିଆନିଆରୁ ହିଁ ଆରମ୍ଭ ହୋଇଥାଏ । ଏହା’ହିଁ କହିଦିଏ ପ୍ରେମ କେତେ ମିଠା । ଯେଉଁ ବ୍ୟକ୍ତି ପ୍ରେମରେ ପଡିଥାଏ, ସେ ଜୀବନର ସବୁ ମୁହୂର୍ତ ଗୁଡିକୁ ପ୍ରେମମୟ କରିବାକୁ ଚାହିଁଥାଏ । ଏବେ ଚାଲିଛି ଭାଲେଣ୍ଟାଇନ୍ ସପ୍ତାହ, ଏହାର ଆଜି ହେଉଛି ତୃତୀୟ ଦିବସ । ଆଜିର ଦିନକୁ ପ୍ରେମିକ, ପ୍ରେମିକା ମାନେ “ଚକଲେଟ୍-ଡେ’ ଭାବରେ ପାଳନ କରିଥାନ୍ତି ।

 

କଥାରେ ଅଛି ଚକଲେଟ୍ ହେଉଛି ଝିଅଙ୍କର ପ୍ରଥମ ପସନ୍ଦ । ନିଜ ପ୍ରେମିକାର ମନ ଯେତେ ଦୁଃଖ ବା ରାଗରେ ଥିଲେ ମଧ୍ୟ ପ୍ରେମିକ, ପ୍ରେମିକାକୁ ଚକଲେଟଟିଏ ଦେଇଦେଲେ ସେ ସବୁ ରାଗ ଭୁଲିଯାଏ । ଆପଣଙ୍କ ପ୍ରେମିକାର ମୁଡ ହିସାବରେ ଆପଣ ତାଙ୍କୁ ଚକଲେଟ ଦେଲେ ସେ ଖୁସିକୁ ଆପଣ ଅନୁଭବ କରିପାରିବେ ।

ଚକଲେଟ୍ ଦେବାରେ ଆମେ ସାଧାରଣତଃ ଚକଲେଟର ଖାସ ପ୍ରକାର ଉପରେ ଗୁରୁତ୍ୱ ଦେଇନ’ଥାଉ । କିନ୍ତୁ ଆମେ ଚକଲେଟ୍ ଦେବାରେ ମଧ୍ୟ କିଛି ସ୍ୱତନ୍ତ୍ରତା ଉପରେ ନଜର ରଖିବା ଉଚିତ୍ । ଆପଣଙ୍କ ପ୍ରେମିକାଙ୍କର ମୁଡ୍ ହିସାବରେ ଆପଣ ତାଙ୍କୁ ଚକଲେଟ୍ ଦେଇ ଏହି ମୁହୂର୍ତ ଗୁଡାକୁ ଖାସ କରନ୍ତୁ । ଆସନ୍ତୁ ନଜର ପକାଇବା ବିଭିନ୍ନ ପ୍ରକାର ଚକଲେଟ୍ ଉପରେ ଯାହାକୁ ଦେଇ ଆପଣ ଆପଣଙ୍କ ପ୍ରିୟତମ ମଣିଷକୁ ଖୁସି କରିପାରିବେ ।

୧- ଯଦି ଆପଣଙ୍କ ପ୍ରେମିକା ଡାଏଟିଙ୍ଗରେ ଅଛନ୍ତି, ତ ଆପଣ ତାଙ୍କୁ ଡାର୍କ ଚକଲେଟ ଦେଇ ଖୁସି କରିପାରିବେ । ଏହାଦ୍ୱାରା ଓଜନ ନ’ବଢିବା ସହିତ ଶରୀର ପାଇଁ ମଧ୍ୟ ଭଲ ସାବ୍ୟସ୍ତ ହୋଇଥାଏ ।

୨- ଆପଣଙ୍କ ମହିଳା ବନ୍ଧୁ ଯଦି ନିଜ ସ୍ୱାସ୍ଥ୍ୟ ପାଇଁ ଚକଲେଟ୍ ଖାଇବାରୁ ନିବୃତ ହୋଇ ରହିଛନ୍ତି, ତ ଆପଣ ତାଙ୍କୁ ମିଲକ୍ ଚକଲେଟ୍ ଦେଇପାରିବେ । ମିଲକ୍ ଚକଲେଟ୍ ଖାଇବା ଦ୍ୱାରା ଆପଣଙ୍କ ହୃଦୟ ଜନିତ ସମସ୍ୟା ନରହିବା ସହିତ ଏହା ମସ୍ତିଷ୍କକୁ ମଧ୍ୟ ତୀକ୍ଷଣ କରିଥାଏ ।

୩- ଆପଣ ମାନେ ଆପଣଙ୍କର ପ୍ରେମିକାଙ୍କୁ ବିଭିନ୍ନ ପ୍ରକାର ଡ୍ରାଏ ଫ୍ରୁଟସ୍ ପଡିଥିବା ଚକଲେଟ୍ ଦେଇପାରିବେ । ଏହି ଚକଲେଟ୍ ଖାଇବା ପାଇଁ ସୁଆଦିଆ ହେବା ସହିତ ଶରୀର ପାଇଁ ମଧ୍ୟ ଭଲ ସାବ୍ୟସ୍ତ ହୋଇଥାଏ ।