ମିଶନ ୧୨୦ପ୍ଲସ ଲକ୍ଷ୍ୟରେ ବିଜେପି: ଓଡ଼ିଶାରେ ପ୍ରଚାର ଅଭିଯାନକୁ ଜୋରଦାର କରିବା ପାଇଁ ୬ରେ ଆସିବେ ଯୋଗୀ

Advertisment
ମିଶନ ୧୨୦ପ୍ଲସ ଲକ୍ଷ୍ୟରେ ବିଜେପି: ଓଡ଼ିଶାରେ ପ୍ରଚାର ଅଭିଯାନକୁ ଜୋରଦାର କରିବା ପାଇଁ ୬ରେ ଆସିବେ ଯୋଗୀ

କନକ ବ୍ୟୁରୋ: ଓଡ଼ିଶାରେ ମିଶନ ୧୨୦ପ୍ଲସ ଲକ୍ଷ୍ୟରେ ରହିଛି ବିଜେପି। ଏଥିପାଇଁ ଓଡ଼ିଶାରେ ପ୍ରଚାର ଅଭିଯାନକୁ ଜୟପୁର ନିର୍ବାଚନ ମଣ୍ଡଳୀରୁ ଆରମ୍ଭ ହୋଇଥିଲା। ନିଜେ ପ୍ରଧାନମନ୍ତ୍ରୀ ଗତ ୨୯ତାରିଖ ଦିନ ଆସି ଅବିଭକ୍ତ କୋରାପୁଟ ଜିଲ୍ଲାର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ। ଏହାପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତା ୬ତାରିଖ ଦିନ ଜୟପୁର ନିର୍ବାଚନ ମଣ୍ଡଳୀ ପ୍ରଚାର ନିମନ୍ତେ ଆସୁଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି।

publive-image

ଜୟପୁରରେ ରୋଡ ସୋ’ କରି ବୋରିଗୁମ୍ମା ଯିବାର କାର୍ଯ୍ୟକ୍ରମ ରହିଛି। ବୋରିଗୁମ୍ମାରେ ଏକ ସାଧାରଣ ସଭାରେ ଯୋଗ ଦେଇ ଫେରିବେ ବୋଲି ସୂଚନା ମିଳିଛି। ଏନେଇ ଏବେ ପର୍ଯ୍ୟନ୍ତ ପୁଲିସ ପ୍ରଶାସନ ନିକଟକୁ କୌଣସି ସୂଚନା ଆସିନହିଁ। ସୂଚନା ମିଳିବା ପରେ ପ୍ରସ୍ତୁତି ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe