ରକ୍ଷକ ଯେତେବେଳେ ଗୁଣ୍ଡା ସାଜେ… ! ସାମାନ୍ୟ କଥାରେ ଯୁବକକୁ ଗୋରୁଗାଇ ଭଳି ପିଟିଚାଲିଲେ ଦୁଇ ପୋଲିସକର୍ମୀ , ଭିଡିଓ ଭାଇରାଲ୍ ହେବା ପରେ କାର୍ଯ୍ୟରୁ ହେଲେ ନିଲମ୍ବିତ ।

275

ଲୋକଙ୍କୁ ସଚେତନ କରିବା , ଅସୁବିଧାରେ ଲୋକଙ୍କ ରକ୍ଷକ ସାଜୁଥିବା ପୋଲିସ୍ ଯଦି ଅମଣିଷ ଭଳି କାମ କରିବ ତେବେ ସମାଜର ହେବ କ’ଣ? ଏକଥା ଆକେ କହୁନାହୁଁ କିନ୍ତୁ ହଁ ଏହି ଭିଡିଓ ଏବଂ ଲେଖଟି ପଢିଲା ପରେ ଆପଣ ନିଜକୁ ଏ ପ୍ରଶ୍ନ ପଚାରିବେ । ଘଟଣାଟି ହେଉଛି ଉତ୍ତରପ୍ରଦେଶ ସିଦ୍ଧାର୍ଥନଗରର । ଏଠାକାର ଦୁଇଜଣ ପୋଲିସ୍ ଅଫିସର ଏବେ ନିଲମ୍ବିତ ହୋଇଛନ୍ତି ଏବଂ ନିଲମ୍ବନର କାରଣ ହେଉଛି ଏହି ପୋଲିସ୍ କର୍ମଚାରୀମାନେ ଜଣେ ବ୍ୟକ୍ତିଙ୍କୁ ବିଚ୍ ବଜାରରେ କୁକୁର ଭଳି ପିଟିଛନ୍ତି । ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଉକ୍ତ ପୋଲିସକର୍ମୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନିଲମ୍ବନ କରାଯାଇଛି । ଦୁହିଁଙ୍କ ବିରୁଦ୍ଧରେ ଏବେ ବିଭାଗୀୟ ଜାଞ୍ଚ୍ ମଧ୍ୟ ଚାଲୁ ରହିଛି ।

ତେବେ ଏ ପର୍ଯ୍ୟନ୍ତ ମାରପିଟ୍ କେଉଁ କାରଣରୁ ହେଲା ତାହା ଜଣାପଡିନାହିଁ । କିନ୍ତୁ ଟ୍ରାଫିକ୍ ନିୟମ ଉଲ୍ଲଘଂନକୁ ନେଇ ପୀଡିତ ବ୍ୟକ୍ତି ଏବଂ ପୋଲିସ୍ କର୍ମଚାରୀଙ୍କ ମଧ୍ୟରେ ଏଭଳି କିଛି ଘଟଣା ହୋଇଥିବା କଥା କୁହାଯାଉଛି । ପୋଲିସ୍ କର୍ମୀମାନେ ବ୍ୟକ୍ତିଜଣଙ୍କୁ ମାରୁଥିବା ସମୟରେ ପୀଡିତଙ୍କ ସଙ୍ଗେ ଥିବା ଜଣେ ଛୋଟ ପୁଅ ଡ଼ରରେ ଏପଟେ ସେପଟେ ଦୌଡୁଥିବାର ମଧ୍ୟ ଦେଖାଯାଉଥିଲା ।

 

ସମ୍ପୁର୍ଣ୍ଣ ଘଟଣାର ଭିଡିଓ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ଉତ୍ତୋଳନ କରି ସୋସିଆଲ୍ ମିଡିଆରେ ଛାଡିବା ପରେ ଏହା ଖୁବ୍ ଭାଇରାଲ୍ ହୋଇଥିଲା । ଯେଉଁ ଦୁଇ ପୋଲିସ୍ କର୍ମୀଙ୍କୁ ନିଲମ୍ବିତ କରାଯାଇଛି ସେମାନଙ୍କ ନାଁ ଇନ୍ସପେକ୍ଟର ବିରେନ୍ଦ୍ର ମିଶ୍ରା ଏବଂ ହେଡ୍ କନେଷ୍ଟବଳ ମହେନ୍ଦ୍ର ପ୍ରସାଦ ବୋଲି କୁହାଯାଉଛି । ଭିଡିଓରେ କିଛି ଲୋକ ପୋଲିସ୍ କର୍ମୀଙ୍କୁ ପୀଡିତକୁ ଛାଡିଦେବା ପାଇଁ ନେହୁରା ହେଉଛନ୍ତି ।