ନବନିର୍ମିତ ମଲ୍ ଏସପ୍ଲାନେଡ୍ ସାମ୍ମାରୁ କମୁନି ଟ୍ରାଫିକ୍ ସମସ୍ୟା ! ପୋଲିସ୍ କମିସନର ଏବଂ ଏସପ୍ଲାନେଡ୍ କର୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ।

ନବନିର୍ମିତ ମଲ୍ ଏସପ୍ଲାନେଡ୍ ସାମ୍ମାରୁ କମୁନି ଟ୍ରାଫିକ୍ ସମସ୍ୟା ! ପୋଲିସ୍ କମିସନର ଏବଂ ଏସପ୍ଲାନେଡ୍ କର୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ।

ରସୁଲଗଡ଼ ଶିଳ୍ପାଞ୍ଚଳକୁ ଲାଗି କରିଥିବା ସପିଂ ମଲ୍ ଏସପ୍ଲାନେଡ୍ ଯୋଗୁଁ ସୃଷ୍ଟି ହୋଇଥିବା ଟ୍ରାଫିକ ଯନ୍ତ୍ରଣାରେ ଛଟପଟ ହେଲେଣି ସ୍ଥାନୀୟ ବାସିନ୍ଦା। କେବଳ ଏତିକି ନୁହେଁ ଏବେ ରାତାରାତି ମାଳମାଳ ଉଠା ଦୋକାନ ମଧ୍ୟ ଖୋଲି ଗଲାଣି। ମଲ୍କୁ ଆସୁଥିବା ଲୋକ ରାସ୍ତା ଉପରେ କାର୍ ପାର୍କିଂ କରି ଚାଲି ଯାଉଛନ୍ତି। ଯାହା ଫଳରେ ସମସ୍ୟା ଅସମ୍ଭାଳ ହୋଇ ପଡ଼ିଲାଣି। ଏହି ସମସ୍ୟାର ସମାଧାନ ମଧ୍ୟ କମିସନରେଟ୍ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଏ ନେଇ ପୁଲିସ କମିସନର୍ ସତ୍ୟଜିତ ମହାନ୍ତି ଓ ଏସପ୍ଲାନେଡ୍ କର୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କମିସନର ଶ୍ରୀ ମହାନ୍ତି କହିଛନ୍ତି, ଆଜି ସେ ଏସପ୍ଲାନେଡ୍ ମଲ୍କୁ ଯାଇ ତାର ପ୍ରସ୍ଥାନ ଓ ପ୍ରବେଶ ପଥକୁ ଅନୁଧ୍ୟାନ କରିଥିଲେ। ଏସପ୍ଲାନେଡ୍ ପାଖରେ ଗଢ଼ି ଉଠିଥିବା ବେଆଇନ ଦୋକାନଗୁଡ଼ିକୁ ତୁରନ୍ତ ଉଠାଇ ଦିଆଯିବ। ଏଥିପାଇଁ ଇଡ୍କୋ କର୍ତୃପକ୍ଷଙ୍କ ସହିତ ଆଲୋଚନା ଚାଲିଛି। ଇଡ୍କୋ ଅନୁମତି ଦେଲେ ତୁରନ୍ତ ସେହି ଅଞ୍ଚଳରେ ଉଚ୍ଛେଦ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

publive-image

ସେହିପରି ମଲ୍କୁ ଆସୁଥିବା କିଛି ଲୋକ ରାସ୍ତା ପାର୍ଶ୍ୱରେ କାର୍ ପାର୍କିଂ କରୁଥିବା ଦେଖାଯାଇଛି। ଯାହା ଫଳରେ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି। ଏଭଳି ପାର୍କିଂ ବନ୍ଦ କରିବାକୁ ୨୦ ଜଣ ମାର୍ଶାଲ ଯୋଗାଇବ ଏସପ୍ଲାନେଡ୍। ସେହିମାନେ ମଲ୍ ଚାରିପଟେ ଟ୍ରାଫିକ୍ ନିୟନ୍ତ୍ରଣ କରିବେ। କେହି ବାହାରେ ପାର୍କିଂ କଲେ ସେମାନଙ୍କୁ ବାରଣ କରିବେ। ଅନ୍ୟପକ୍ଷରେ ଟ୍ରାଫିକ୍ ପୁଲିସ ପକ୍ଷରୁ କୁହାଯାଉଛି, ସେଠାରେ ବେଆଇନ ପାର୍କିଂ କରୁଥିବା କାରଗୁଡ଼ିକୁ ଟୋଚନ୍ କରି ଟ୍ରାପିକ୍ ଥାନାକୁ ଅଣାଯିବ। ଏହା ସହିତ ଯେଉଁମାନେ କାର ପାର୍କିଂ କରିଥିବେ ସେମାନଙ୍କ କାର୍ ନମ୍ବରର ଫଟୋ ଆଣି ନୋଟିସ୍ ପଠାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe