Business Insider
ଏକ ସ୍ୱାସ୍ଥ୍ୟବାନ ବ୍ୟକ୍ତି ପାଇଁ ୭ରୁ ୮ଘଣ୍ଟା ନିଦ ବହୁତ ଆବଶ୍ୟକ ହୋଇଥାଏ। ଯେଉଁ ଲୋକମାନେ ଗଭୀର ନିଦରେ ଶୋଇ ଥାଆନ୍ତି, ସେହି ସମୟରେ ସେମାନଙ୍କ ଶରୀର କୋମା ଅବସ୍ଥା ଭଳି ହୋଇ ଯାଇଥାଏ। କିଛି ଅଙ୍ଗ କାମ କରିବା ବନ୍ଦ କରି ଦେଇଥାଏ। ଶରୀରରେ ଏମିତି ବି କିଛି କ୍ରିୟା ହୋଇଥାଏ ଯାହା ଜଣା ପଡ଼ି ନଥାଏ । ଆସନ୍ତୁ ଜାଣିବା ସେ ବିଷୟରେ...
୧. ଯେତେବେଳେ ଆମେ ଗଭୀର ନିଦ ଶୋଇ ଥାଉ ସେହି ସମୟରେ ଆମ ଶରୀର କୋମା ପରିସ୍ଥିତି ଭଳି ହୋଇଯାଇଥାଏ। ଡାକ୍ତରଙ୍କ କହିବାନୁସାରେ, ଏଭଳି ଅବସ୍ଥାରେ ଆମର ମସ୍ତିଷ୍କ ଅବଚେତନ ଅବସ୍ଥାରେ ଥାଏ।
୨. ଆମେ ନିଦରେ ଥିବା ହେତୁ କିଛି ଶାରୀରିକ କ୍ରିୟା କରି ପାରୁ ନାହିଁ କିନ୍ତୁ ଆପଣଙ୍କୁ ଜାଣି ଆଶ୍ଚର୍ୟ୍ୟ ଲାଗିବ କିି ନିଦରେ ବି ଆମ ଆଖି ହଲଚଲ ହୋଇଥାଏ। କେତେକ ଗବେଷଣାରୁ ଜଣାପଡ଼ିଛି କି, ଆଖି କେବେ ବି ଶୋଇ ନଥାଏ।
୩. ଯେତେବେଳେ ଆମେ ଶୋଇ ଥାଉ ପୂରା ଦିନରେ କମ୍ ନିଶ୍ୱାସ ସେହି ସମୟରେ ନେଇ ଥାଉ। କାରଣ ନିଦରେ ଥିବା ହେତୁ ପୂରା ନିଶ୍ୱାସ ନେବା ଉପରେ ଆମର ଧ୍ୟାନ ନଥାଏ। ଶରୀର ଆପଣା ଛାଏଁ ଏହି ପ୍ରକ୍ରିୟା କରିଥାଏ।
୪. ଶୋଇବା ସମୟରେ ନାକ ଏବଂ ଗଳାର ଶିରା ସଙ୍କୁଚିତ ହୋଇ ଯାଇଥାଏ। ଯେଉଁଥି ପାଇଁ ଆମେ ଆବଶ୍ୟକୀୟଠାରୁ କମ୍ ନିଶ୍ୱାସ ନେଇଥାଉ, କିନ୍ତୁ ଆଶ୍ଚର୍ୟ୍ୟ କଥା ସେହି ସମୟରେ ମୃତ୍ୟୁ ହୋଇ ନଥାଏ। ଡାକ୍ତରଙ୍କ କହିବାନୁସାରେ, ସେହି ଅବସ୍ଥାରେ ଶରୀର ନିଜକୁ ଜୀବିତ ରଖିବା ପାଇଁ ନିଶ୍ୱାସ ନେଇ ଥାଏ।
୫. ରାତି ଶୋଇବା ସମୟରେ ଆମେ ଯେତେବେଳେ ସ୍ୱପ୍ନ ଦେଖିଥାଉ ସେହି ସମୟରେ ଲାଗିଥାଏ କି ଏହି ସ୍ୱପ୍ନ ଆମେ ପୂର୍ବରୁ ଦେଖିଛେ, କିନ୍ତୁ ମସ୍ତିଷ୍କରେ ଏହା ଥାଏ ଯାହାକି ଘୁରିବୁଲି ପୁଣି ସ୍ୱପ୍ନ ଆଧାରରେ ଆସିଥାଏ।
Follow Us
/kanak/media/post_attachments/wp-content/uploads/2018/10/p03601l6-300x150.jpg)