ବ୍ରହ୍ମାଣ୍ଡରେ ପୃଥିବୀ ଏଭଳି ଏକ ଗ୍ରହ ଯେଉଁଠାରେ ସୂର୍ଯ୍ୟ ଓ ଚନ୍ଦ୍ରରେ ପରାଗ ଲାଗୁଥିବା ପ୍ରାୟତଃ ଦେଖିବାକୁ ମିଳେ । କିନ୍ତୁ ଆମ ସୌର ମଣ୍ଡଳରେ ଏଭଳି ଅନ୍ୟ ଗ୍ରହ ରହିଛି ଯେଉଁଠାରେ ସୂର୍ଯ୍ୟପରାଗ ଦେଖିବାକୁ ମିଳେ । ଆସନ୍ତୁ ଜାଣିବା ପୃଥିବୀର ଅନ୍ୟ ଗ୍ରହମାନଙ୍କ ସମ୍ପର୍କରେ ।
ମଙ୍ଗଳ ଗ୍ରହ : ମଙ୍ଗଳ ଗ୍ରହ ଉପରେ ସୂର୍ଯ୍ୟପରାଗ ଏକ ଛୋଟ ଛିଟ ଭଳି ଦୃଶ୍ୟମାନ ହୋଇଥାଏ । କାରଣ ମଙ୍ଗଳଗ୍ରହରେ ଦୁଇଟି ଚନ୍ଦ୍ର ରହିଛି । ଯାହା ହେଉଛି ଫୋବୋସ ଓ ଡୀମୋସ । ଏହି ଦୁଇଟି ଗ୍ରହ ମଙ୍ଗଳ ଗ୍ରହ ଚାରିପାଖରେ ଘୁରି ବୁଲନ୍ତି । ମଙ୍ଗଳରେ ପୂର୍ବ ସୂର୍ଯ୍ୟପରାଗ ୨୦ ଅଗଷ୍ଟ ୨୦୧୩ ରେ ହୋଇଥିଲା ।
ବୃହସ୍ପତି ଗ୍ରହ : ବୃହସ୍ପତି ଗ୍ରହ ଉପରେ ମୋଟ ୬୯ ଟି ଚନ୍ଦ୍ରମା ରହିଛି । କିନ୍ତୁ ଏଥି ମଧ୍ୟରୁ ପାଞ୍ଚଟି ଚନ୍ଦ୍ରମା ହେଉଛି – ଏମଲଥିୟା, ଲୋ, ଗୈନୀମେଡେ, ୟୁରୋପା ଓ କୈଲିସ୍ଟୋ । ଏଥିରେ ଥରକରେ ତିନୋଟି ସୂର୍ଯ୍ୟ ଓ ବୃହସ୍ପତି ମଧ୍ୟରେ ଗ୍ରହଣ ଲାଗିଥାଏ । ଏଭଳି ଗ୍ରହଣ ୧୦ ବର୍ଷରେ ଥରେ ହୋଇଥାଏ । ଶେଷଥର ପାଇଁ ସୂର୍ଯ୍ୟପରାଗ ବୃହସ୍ପତିରେ ୨୮ ମାର୍ଚ୍ଚ ୨୦୦୪ ରେ ହୋଇଥିଲା । /kanak/media/post_attachments/wp-content/uploads/2019/12/xzcerwe-300x224.jpg)
ଶନି ଗ୍ରହ : ଶନି ଗ୍ରହ ପାଖରେ ୬୨ ଟି ବୃହତ ଚନ୍ଦ୍ରମା ରହିଛି । ଶନି ଗ୍ରହ ଉପରେ ୧୫ ବର୍ଷରେ ଥରେ ସ୍ୂର୍ଯ୍ୟପରାଗ ହୋଇଥାଏ । ଶେଷଥର ପାଇଁ ଏଠାରେ ସୂର୍ଯ୍ୟପରାଗ ୧୫ ଡିସେମ୍ବର ୨୦୦୬ ରେ ହୋଇଥିଲା । /kanak/media/post_attachments/wp-content/uploads/2019/12/zdwew3dc-300x202.jpg)
ୟୁରେନ୍ସ ଗ୍ରହ : ୟୁରେନ୍ସରେ ୨୭ ଟି ଚନ୍ଦ୍ରମା ରହିଛି । କିନ୍ତୁ ଏଥିରେ ଅଧିକାଂଶ ଚନ୍ଦ୍ରମାଙ୍କ ଆକାର ଦେଖିବାକୁ ବହୁତ ଛୋଟ । ଏଠାରେ ୪୨ ବର୍ଷ ମଧ୍ୟରେ ଥରେ ସୂର୍ଯ୍ୟପରାଗ ହୋଇଥାଏ । ଯାହା ଏକ ଛୋଟ କଳା ଚିହ୍ନ ଭଲି ଦେଖାଯାଏ ।
ନେପଚୁନ : ନେପଟୁନ ପାଖରେ ୬ଟି ଚନ୍ଦ୍ରମା ରହିଛି । କିନ୍ତୁ ନେପଚୁନ ସୂର୍ଯ୍ୟଠାରୁ ବହୁତ ଦୂରରେ ଅବସ୍ଥିତ । ତେଣୁ ଏଠାରେ ସୂର୍ଯ୍ୟପରାଗ ବହୁତ କମ୍ ଦେଖାଯାଏ । ଏଠାରେ ସୂର୍ଯ୍ୟଗ୍ରହଣ କିଛି ସେକେଣ୍ଡ ମଧ୍ୟରେ ଶେଷ ହୋଇଯାଏ । /kanak/media/post_attachments/wp-content/uploads/2019/12/pluto-solar-eclipse-copy_122619090442-300x222.jpg)
ପ୍ଲୁଟୋ : ଏଠାରେ ୧୨୦ ବର୍ଷରେ ଥରେ ସୂର୍ଯ୍ୟପରାଗ ଦେଖାଯାଏ । ପ୍ଲୁଟୋକୁ ଚନ୍ଦ୍ର ପୂର୍ଣ୍ଣ ସୂର୍ଯ୍ୟଗ୍ରହଣ ଲଗାଇବାରେ ପୁରାପୁରି ଭାବେ ସକ୍ଷମ ।
ବୁଧ : ବୁଧ ଓ ସୂର୍ଯ୍ୟଙ୍କ ମଧ୍ୟରେ କୌଣସି ଚନ୍ଦ୍ରମା ନାହିଁ । ତେଣୁ ଏଠାରେ ସୂର୍ଯ୍ୟପରାଗ ଦେଖିବାକୁ ମିଳେ ନାହିଁ । କିନ୍ତୁ ଯଦି ସୂର୍ଯ୍ୟ ଓ ଏହି ଗ୍ରହ ମଧ୍ୟରେ କୌଣସି ଅନ୍ତରିକ୍ଷୀୟ ବସ୍ତୁ ଆସିଯାଏ ତାହାଲେ ଗ୍ରହ ଉପରେ କଳା ଦାଗ ପଡିଯାଏ । /kanak/media/post_attachments/wp-content/uploads/2019/12/venus_122619090442-300x222.jpg)
ଶୁକ୍ର : ଶୁକ୍ର ଗ୍ରହରେ ନିଜର କୌଣସି ଚନ୍ଦ୍ରମା ନାହିଁ । ଏଠାରେ ସୂର୍ଯ୍ୟପରାଗ ହୁଏ ନାହିଁ । କିନ୍ତୁ ଯେତେବେଳେ ସୂର୍ଯ୍ୟ ଓ ଶୁକ୍ର ମଧ୍ୟରେ ବୁଧ ଗ୍ରହ ଆସିଯାଏ ତାହାଲେ ପରାଗର ସ୍ଥିତି ଦେଖାଯାଏ । କିନ୍ତୁ ଏଭଳି ବହୁତ କମ୍ ହୋଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/12/zsderf.jpg)
/kanak/media/post_attachments/wp-content/uploads/2019/12/sd-300x215.jpg)
/kanak/media/post_attachments/wp-content/uploads/2019/12/zzzz-300x222.jpg)
/kanak/media/post_attachments/wp-content/uploads/2019/12/neptune-solar-eclipse_122619090442-300x222.jpg)
/kanak/media/post_attachments/wp-content/uploads/2019/12/mercury_122619090442-300x222.jpg)