ଭୁଆଁ ବୁଲାଉଛନ୍ତି ଆପଣଙ୍କ ଗ୍ୟାସ୍ ସିଲିଣ୍ଡର ଡିଷ୍ଟ୍ରିବ୍ୟୁଟର୍ ! ସିଲିଣ୍ଡର ସହ ତ ଜାଲିଆତୀ କରୁଛନ୍ତି , ୫୦ ଲକ୍ଷ ଟଙ୍କାର ବୀମା ବିଷୟରେ ମଧ୍ୟ ଅବଗତ କରାଉନାହାନ୍ତି ।

71

ରୋଷେଇ ଗ୍ୟାସରେ ବ୍ୟବହାର ହେଉଥିବା ଗ୍ୟାସ୍ (ଏଲପିଜି) ସିଲିଣ୍ଡରରେ ଏକ ଫାଇଦା ରହିଛି । କିନ୍ତୁ ଏହି ଫାଇଦାକୁ ଡିଷ୍ଟ୍ରିବ୍ୟୁଟର୍ କଞ୍ଜ୍ୟୁମରକୁ କୁହନ୍ତି ନାହିଁ । ଅସଲ କଥା ହେଉଛି,ସିଲିଣ୍ଡର କିଣିବା ବେଳେ ଏହାର ବୀମା (ଇନ୍ସୁରାନ୍ସ) ହୋଇଯାଇଥାଏ । ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହେବାକୁ ଥିବା ଏହି ଇନ୍ସୁରାନ୍ସ ଲୋକଙ୍କୁ ଜ୍ଞାତ ନଥାଏ । ସିଲିଣ୍ଡରର ଇନ୍ସୁରାନ୍ସ ଏହାର ଏକ୍ସପାଏରି ଡେଟ୍ ସହ ଜଡିତ ହୋଇଥାଏ । ଅନେକ ସମୟରେ ଗ୍ରାହକ ସିଲିଣ୍ଡର କିଣିବା ବେଳେ ଏହାର ଏକ୍ସପାଏରି ଡେଟକୁ ପରଖିନଥାନ୍ତି । କିନ୍ତୁ ସିଲିଣ୍ଡରର ଏକ୍ସପାଏରୀ ହୋଇଥାଏ,କିନ୍ତୁ ଏହାର ଜାନକାରୀ ଡିଷ୍ଟ୍ରିବ୍ୟୁଟର୍ କଞ୍ଜ୍ୟୁମରକୁ ଦେଇନଥାନ୍ତି । ତେବେ ଅଜବ କଥା ହେଉଛି ଆପଣ ବ୍ୟବହାର କରୁଥିବା ସିଲିଣ୍ଡର ମଧ୍ୟରୁ ୫ ପ୍ରତିଶତ ସିଲିଣ୍ଡର ଏକ୍ସପାଏରୀ ଡେଟ୍ ପାଖାପାଖି ଥାଏ । କିନ୍ତୁ ଅନେକ ସମୟରେ ଏହି ସିଲିଣ୍ଡରକୁ ନେଇ ଡିଷ୍ଟ୍ରିବ୍ୟୁଟର୍ ଦଲାଲି କରିଥାନ୍ତି । ଟେକ୍ନିକାଲ୍ ଜ୍ଞାନ ଅଭାବରୁ ଏହା ରୋଟେଟ୍ ମଧ୍ୟ ହୋଇଥାଏ । ଏକ୍ସପାଏରୀ ଡେଟକୁ ଛଅରୁ ଆଠ ମାସରେ ମଧ୍ୟ ଆଡଭାନ୍ସରେ ରଖାଯାଇଥାଏ ।

ସିଲିଣ୍ଡରରେ ମଧ୍ୟ ଏକ୍ସପାଏରୀ ବଦଳାଯାଇଥାଏ ।

ଏକ୍ସପାଏରୀ ଡେଟ୍ ପେଣ୍ଟ୍ ଦ୍ୱାରା ପ୍ରିଣ୍ଟ୍ କରାଯାଏ,ତେଣୁ ଏଥିରେ ଜାଲିଜାତି କରିବା ଖୁବ୍ ସହଜ । ଆପଣ ନିଜେ ଦେଖିଥିବେ ବେଳେବେଳେ କଳଙ୍କି ଲାଗିଥିବା ଗ୍ୟାସ୍ ସିଲିଣ୍ଡରରେ ମଧ୍ୟ ଦେଢ ବର୍ଷରୁ ଅଧିକ ଏକ୍ସପାଏରୀ ଡେଟ୍ ଦିଆଯାଇଥାଏ । ଏଥିନେଇ ଯଦି ଏଜେନ୍ସିକୁ ପଚରାଯାଏ ତେବେ ଯୁକ୍ତି କରି ସେମାନେ କହିଦିଅନ୍ତି ଯେ ଗ୍ୟାସକୁ ଏପଟେ-ସେପଟେ କରି ବହୁ ସ୍ଥାନରେ ରଖିଲେ କିଛି ସିଲିଣ୍ଡର ପୁରୁଣା ଭଳି ଦିଶେ । ଏହି କଥାକୁ ଆମେ ବିଶ୍ୱାସ କରି ମଧ୍ୟ ସତ ମାନିଯାଉ ।

ଏକ୍ସପାଏରୀ ଡେଟ୍ ର ଚିହ୍ନଟ ଏଭଳି କରନ୍ତୁ :

୧. ସିଲିଣ୍ଡର ପଟି ଉପରେ ଏ,ବି,ସି,ଡି ରୁ ଗୋଟିଏ ଲେଟର ଏବଂ ଏହା ସହ ଏକ ନମ୍ବର ରହିଥାଏ ।

୨. ଗ୍ୟାସ୍ କମ୍ପାନୀ ୧୨ ମାସକୁ ୪ ବିଭାଗରେ ବିଭକ୍ତ କରି ସିଲିଣ୍ଡରର ଗ୍ରୁପ୍ ପ୍ରସ୍ତୁତ କରିଥାନ୍ତି ।

୩. ‘ଏ’ ଗ୍ରୁପରେ ଜାନୁଆରୀ, ଫେବୃୟାରୀ. ମାର୍ଚ୍ଚ ଏବଂ ‘ବି’ ଗ୍ରୁପରେ ଏପ୍ରିଲ,ମେ,ଜୁନ୍ ଥାଏ । ସେହିଭଳି ‘ସି’ ଗ୍ରୁପରେ ଜୁଲାଇ,ଅଗଷ୍ଟ,ସେପ୍ଟେମ୍ବର ଏବଂ ‘ଡି’ ଗ୍ରୁପରେ ଅକ୍ଟୋବର,ନଭେମ୍ବର ଏବଂ ଡିସେମ୍ବର ରହିଥାଏ ।

୪. ସିଲିଣ୍ଡର ଉପରେ ଏହି ଲେଟରରେ ଲେଖାଥିବା ନମ୍ବର ଏକ୍ସପାଏରୀ ତଥା ଟେଷ୍ଟିଙ୍ଗ୍ ବର୍ଷ ଦର୍ଶାଇଥାଏ । ଯେଭଳି ‘ବି-୧୨’ ର ଅର୍ଥ ସିଲିଣ୍ଡରର ଏକ୍ସପାଏରୀ ଜୁନ୍ ୨୦୧୨ ପର୍ଯ୍ୟନ୍ତ ରହିଛି । ସେହିଭଳି ‘ସିି-୧୨’ ର ଅର୍ଥ ସିଲିଣ୍ଡରର ଏକ୍ସପାଏରୀ ସେପ୍ଟେମ୍ବର ୨୦୧୨ ପର୍ଯ୍ୟନ୍ତ ରହିଛି । ଯଦି ଏହାପରେ ଆପଣ ସିଲିଣ୍ଡରକୁ ବ୍ୟବହାର କରିବେ ତେବେ ଏହା ଜୀବନ ପ୍ରତି ଘାତକ ସାବ୍ୟସ୍ତ ହୋଇଥାଏ ।

ବଡ ବିପଦର ସମ୍ମୁଖିନ ହୋଇପାରନ୍ତି :

ଏକ୍ସପାଏରୀ ତଥା ଟେଷ୍ଟିଙ୍ଗ୍ ଡ୍ୟୁ ଡେଟ୍ କ୍ରସ୍ କରି ସାରିଥିବା ସିଲିଣ୍ଡରର ବଲ୍ୱରୁ ଲିକେଜ୍ ହେବାର ବିପଦ ରହିଥାଏ । ଯାହା ବିସ୍ଫୋଟକର କାରଣ ହୋଇପାରେ ।
ସିଲିଣ୍ଡରର ଡେଲିଭରି ହ୍ୱିକଲ୍ସରେ ମଧ୍ୟ ଏଭଳି ସିଲିଣ୍ଡରର ଦୂର୍ଘଟଣାର ଭୟ ଲାଗିରହିଥାଏ ଏବଂ ଗୋଦାମରେ ଯଦି ଏହି ସିଲିଣ୍ଡର ବ୍ଲାଷ୍ଟ କରୁଛି ତେବେ ଆପଣ ହିଁ ବୁଝିପାରୁଥିବେ ଏହାର ପରିଣାମ କ’ଣ ହେବ ।

ନେଇପାରିବେ ଆକ୍ସନ୍ :

୧. ଏକ୍ସପାୟାର ସିଲିଣ୍ଡର ମିଳିବା ପରେ ଉପଭୋକ୍ତା ଏଜେନ୍ସିକୁ ସୁଚନା ଦେଇ ସିଲିଣ୍ଡର ରିପ୍ଲେସ୍ କରିପାରିବେ ।

୨. ଗ୍ୟାସ୍ ଏଜେନ୍ସୀ ରିପ୍ଲେସମେଣ୍ଟରୁ ଯଦି ମନା କରୁଛନ୍ତି ତେବେ ଖାଦ୍ୟ ତଥା ପ୍ରଶାସନିକ ଅଧିକାରୀଙ୍କୁ ଏଥିନିମନ୍ତେ ଅଭିଯୋଗ କରିପାରିବେ ।

୩. ଉପଭୋକ୍ତା ଏଥିନେଇ ଫୋରମ୍ ରେ ମଧ୍ୟ ଅଭିଯୋଗ କରିପାରିବେ ।

ଗ୍ୟାସ୍ କନେକ୍ସନ୍ ସହ ଲକ୍ଷ ଲକ୍ଷ ଟଙ୍କାର ବୀମା :

ଆରଟିଆଇ ତରଫରୁ ଖୁଲାସା ହୋଇଥିଲା କି,ଗ୍ୟାସ୍ କନେକ୍ସନ୍ ନେବା ପରେ ଉପଭୋକ୍ତାଙ୍କ ୧୦ ରୁ ୨୫ ଲକ୍ଷ ଟଙ୍କାର ଦୂର୍ଘଟଣା ବୀମା ହୋଇଯାଇଥାଏ । ଏହି ବୀମାନୁସାରେ ଗ୍ୟାସ ସିଲିଣ୍ଡର ଦୂର୍ଘଟଣା ହେବା ପରେ ପୀଡିତ ବୀମା କ୍ଲେମ୍ କରିପାରିବ । ଏହାସହ,ସାମୂହିକ ଦୂର୍ଘଟଣା ହେବାପରେ ୫୦ ଲକ୍ଷ ଟଙ୍କାର ମିଳିବାର ସୁବିଧା ରହିଛି । ଏଥପାଇଁ ଦୂର୍ଘଟଣା ହେବାର ୨୪ ଘଣ୍ଟା ମଧ୍ୟରେ ସମ୍ବନ୍ଧୀତ ଏଜେନ୍ସି ତଥା ଲୋକାଲ୍ ଥାନାକୁ ଏନେଇ ସୁଚନା ଦେବା ଆବଶ୍ୟକ ଏବଂ ଦୂର୍ଘଟଣାରେ ମୃତ୍ୟୁ ତଥା ଗୁରୁତର ହେବାର ଜରୁରୀ ପ୍ରମାଣପତ୍ର ଉପଲବ୍ଧ କରିବାକୁ ପଡିବ ।
ଏଜେନ୍ସି ନିଜର କାର୍ଯ୍ୟାଳୟ ଏବଂ କାର୍ଯ୍ୟାଳୟର ବୀମା କମ୍ପାନୀକୁ ଏହି ମାମଲା ହସ୍ତାନ୍ତର କରିଥାଏ । କିନ୍ତୁ ଏହି କ୍ଲେମ୍ ପାଇଁ କିଛି ସର୍ତ୍ତ ପୂରଣ କରିବା ମଧ୍ୟ ନିହାତି ଜରୁରୀ ।

ଗ୍ୟାସ୍ କନେକ୍ସନ୍ ବୈଧ ହେବା ଆବଶ୍ୟକ :

ଏଜେନ୍ସିରୁ ମିଳିଥିବା ପାଇପ୍ –ରେଗୁଲେଟର ହିଁ ବ୍ୟବହାର କରନ୍ତୁ ।

ଆଇଏସଆଇ ମାର୍କର ଗ୍ୟାସ୍ ତଥା ଚଲା ବ୍ୟବହାର କରନ୍ତୁ ।

ଅଯଥା ଗ୍ୟାସର ବ୍ୟବହାର ଉପରେ କ୍ଷତିପୂରଣ ମିଳିବ ନାହିଁ ।

ଗ୍ୟାସ୍ ବ୍ୟବହାର କରୁଥିବା ସ୍ଥାନରେ ବିଜୁଳୀର ଖୋଲାତାର ନଥିବାର ଧ୍ୟାନ ରଖନ୍ତୁ ।

ଚୁଲା ରଖିବା ସ୍ଥାନ ,ସିଲିଣ୍ଡର ରଖିବା ସ୍ଥାନ ଠାରୁ ଉଚ୍ଚରେ ରଖନ୍ତୁ ।