ଛି...ଏଭଳି ମାନସିକତା ବି ଥାଇପାରେ ମନ୍ଦିର ପୂଜକଙ୍କର !

Advertisment
ଛି...ଏଭଳି ମାନସିକତା ବି ଥାଇପାରେ ମନ୍ଦିର ପୂଜକଙ୍କର !

Source: लल्लन टॉप

ବର୍ତ୍ତମାନ ଲୋକଙ୍କ ମାନସିକତା ଏତେ ନିଚ ହୋଇଗଲାଣି ଯେ ଏହାର ପ୍ରକୋପରୁ ନାରୀ ଜାତିକୁ ବଞ୍ଚାଇବା କାଠିକର ପାଠ ହୋଇଗଲାଣି।  କଠୁଆ, ଉନ୍ନାଓ, ସୁରତ, ଗାଜିପୁର, ଗାଜିଆବାଦ, ସୋନପୁର ଏଭଳି ଅନେକ ସ୍ଥାନରେ କୋମଳମତୀ ଶିଶୁକନ୍ୟାଙ୍କ ସହ ହେଉଥିବା ଦୁଷ୍କର୍ମର ବହ୍ନି ସାରା ଦେଶରେ ହାହାକାର ସୃଷ୍ଟି କରିଥିବାବେଳେ ଏମିତି ଆଉ ଏକ ଲଜ୍ଜାଜନକ ଘଟଣା ସାମ୍ମାକୁ ଆସିଛି ।publive-imageଘଟଣାଟି ହେଉଛି ରାଜସ୍ଥାନର ଏକ ଗାଁ କଲ୍ୟାଣୀପୁରର । ଏଠାକାର ହନୁମାନ ମନ୍ଦିରରେ ଘଟିଛି ଏହି ଅଭାବନୀୟ ଘଟଣା । ଜଣେ ପିତା ନିଜ ସାତବର୍ଷର ଝିଅକୁ କାଲିଚାଟା ମା’ଙ୍କ ମନ୍ଦିରକୁ ନେବା ସମୟରେ ପ୍ରବଳ ଖରାର ଉତ୍ତାପରେ ଝିଅକୁ ନନେଇ ପାଖ ହନୁମାନ ମନ୍ଦିରରେ ବସାଇ ମନ୍ଦିର ଉପରକୁ ଯାଇଥିଲେ । କିନ୍ତୁ ହନୁମାନ ମନ୍ଦିରର ୭୦ ବର୍ଷୀୟ ପୁଜାରୀ ସେବାନନ୍ଦ ଉକ୍ତ ଛୁଆଟିକୁ କଅଁଳ କଥା କହି ନିଜ କୋଠରୀକୁ ଡାକିନେଇ ଦୁଷ୍କର୍ମ କରୁଥିଲା । ବାପା ମନ୍ଦିରରୁ ଫେରିବା ସମୟରେ ଝିଅକୁ ନପାଇ ଏଠିସେଠି ଖୋଜିଥିଲେ ଏବଂ ଶେଷରେ ମନ୍ଦିରର ପୁଜାରୀ ପ୍ରକୋଷ୍ଠକୁ ପ୍ରବେଶ କରି ପୁଜାରୀର ବିକୃତ ମାନସିକତାକୁ ଦେଖିଥିଲେ । ଏଭଳି ଆପତ୍ତିଜନକ ଦୃଶ୍ୟ ଦେଖି ବାପାଙ୍କ ରକ୍ତ ଗରମ ହୋଇ ଯାଇଥିଲା । ଗାଁ ଲୋକଙ୍କ ସହ ମିଶି ପୁଜାରୀକୁ ଉତ୍ତମମଧ୍ୟମ ଦେଇ ସେ ପୋଲିସରେ ଏତଲା ଦେଇଥିଲେ । ପସ୍କୋ ଆକ୍ଟ ଅନୁସାରେ ପୁଜାରୀକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe