ଜଣେ ଅଣହିନ୍ଦୁ ଡେଲିଭରି ବୟ ଆଣିଥିବାରୁ ‘ସ୍ୱିଗି’ ଦ୍ୱାରା ଖାଦ୍ୟ ବରାଦ ଦେଇଥିବା ହାଇଦ୍ରାବାଦର ପୁରୁଣା ସହର ଅଞ୍ଚଳର ଜଣେ ଗ୍ରାହକ ତାହା ଗ୍ରହଣ କରିବାକୁ ମନା କରି ଦେଇଛନ୍ତି । ଘଟଣାଟି ସୋମବାର ରାତିରେ ଘଟିଥିଲେ ବି ୩୨ ବର୍ଷିୟ ଡେଲିଭରି ବୟ ମୁଦାସିର ଓମାର ଶାଲିବନ୍ଦା ଥାନାରେ ଅଭିଯୋଗ କରିବା ପରେ ବୁଧବାର ସନ୍ଧ୍ୟାବେଳେ ଏହା ଲୋକଲୋଚନକୁ ଆସିଥିଲା। ଆଲିବାଦର ଗ୍ରାହକ ଅଜୟ କୁମାର ସ୍ୱିଗି ଜରିଆରେ ଫଲକନମାସ୍ଥିତ ବାଓ୍ଵର୍ଚି ରେସ୍ତୋରାଁରେ ଚିକେନ୍-୬୫ ବରାଦ ଦେଇ ଅନ୍ଲାଇନ୍ ପେମେଣ୍ଟ୍ କରିଥିଲେ। ପ୍ରିଫରେନ୍ସ୍ରେ ଅଜୟ ଉଲ୍ଲେଖ କରିଥିଲେ , ଅତି ସ୍ୱଳ୍ପ ମସଲା। ଆଉ, ଦୟାକରି ଜଣେ ହିନ୍ଦୁ ଡେଲିଭରି ପର୍ସନ୍ ବାଛିବେ। ଏହା ଉପରେ ସବୁ ରେଟିଙ୍ଗ୍ ଆଧାରିତ ହେବ। କିନ୍ତୁ, ଖାଦ୍ୟ ଡେଲିଭରି ଦେବାକୁ ମୁଦାସିର୍ ଯେତେବେଳେ ଫୋନ୍ କରି ତାଙ୍କୁ ସଠିକ୍ ଠିକଣା ପଚାରିଲା ସେ ରାଗି ଗଲେ। ମଦାସିର୍ କହନ୍ତି: ସେ ମୋତେ ନାଁ ପଚାରିଲେ। ମୁଁ ପରିଚୟ ଦେବାରୁ ସେ ରାଗି ଗଲେ। ତା’ ପ୍ରିଫରେନ୍ସ୍କୁ ଉପେକ୍ଷା କରାଯାଇଥିବାରୁ ସେ ମୋତେ ଗାଳି ଦେଲେ। ମୁଁ ଜଣେ ଅଣହିନ୍ଦୁ ହୋଇଥିବାରୁ ସେ ଡେଲିଭରି ରିଜେକ୍ଟ୍ କଲେ ବୋଲି କହିଲେ।

Advertisment

publive-image

ପରେ ଅଜୟ ସ୍ୱିଗି କଷ୍ଟମର୍ କେୟାର୍କୁ ଫୋନ୍ କରି ଏକ୍‌ଜିକ୍ୟୁଟିଭ୍‌ଙ୍କ ସହ ଯୁକ୍ତିତର୍କ କଲେ ଏବଂ ତାହାକୁ ସେମାନେ ରେକର୍ଡ କରିଛନ୍ତି। ଡେଲିଭରି କ୍ୟାନ୍ସଲ୍ କରିଥିବାରୁ ସେ ଅର୍ଥ ଫେରସ୍ତ ଚାହୁଁଥିଲେ। କ୍ୟାନ୍ଲେସନ୍ ବାବଦରେ ୯୫ ଟଙ୍କା କଟିବ ଏବଂ ପାଞ୍ଚରୁ ସାତ ଦିନ ମଧ୍ୟରେ ବାକି ଅର୍ଥ ତାଙ୍କ ଆକାଉଣ୍ଟ୍ରେ ଜମା ହୋଇଯିବ ବୋଲି ସେମାନେ କହିଲେ। ଅଜୟ କହିଲେ କି, ସେଥିରେ କିଛି ଯାଏଆସେ ନାହିଁ, କିନ୍ତୁ ଜଣେ ଅଣହିନ୍ଦୁ ଠାରୁ ମୁଁ ଖାଦ୍ୟ ଗ୍ରହଣ କରିବି ନାହିଁ। ବିଜ୍ଞାନରେ ସ୍ନାତକତ୍ତୋର କରୁଥିବା ମୁଦାସିର ଏ କଥା ଏକ ରାଜନୈତିକ ଦଳ ମଜ୍ଲିସ୍ ବଚାଓ ତେହରିକ୍ର ଅଧ୍ୟକ୍ଷ ଅମଜାଦୁଲ୍ଲା ଖାଁଙ୍କ ଦୃଷ୍ଟିକୁ ନେଇଥିଲେ। ସେ କହିଲେ ବାଓ୍ଵର୍ଚି ରେସ୍ତୋରାଁ ଜଣେ ଅଣହିନ୍ଦୁ ବ୍ୟକ୍ତିଙ୍କର। ତାହା ବୋଧେ ଗ୍ରାହକ ଜଣକ ଜାଣି ନାହାନ୍ତି।
ପରେ ମୁଦାସିର୍ ଥାନାରେ ଯାଇ ଅଭିଯୋଗ କରିଥିଲେ।