ଖରାଦିନ ଆସିଲା ମାତ୍ରେ ପ୍ରବଳ ଗରମ ପବନ ବୋହିବା ଆରମ୍ଭ ହୋଇଯାଏ । ଗରମକୁ ସହ୍ୟ ନକରି ପାରି ପ୍ରାୟତଃ ସବୁ ଲୋକ ଥଣ୍ଟା ପାଣି ପିଇବା ଆରମ୍ଭ କରିଦେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି କିଛି ସମୟ ପାଟିକୁ ଶାନ୍ତି ଦେଉଥିବା ଏହି ଥଣ୍ଡା ପାନୀୟ ଶରୀର ପାଇଁ କେତେ ହାନିକାରକ ସାବ୍ୟସ୍ତ ହୋଇପାରେ । ତେବେ ଆସନ୍ତୁ ଜାଣିବା ଥଣ୍ଡାପାଣି ପିଇବା ଦ୍ୱାରା କେଉଁ ପ୍ରକାର ରୋଗର ଆପଣ ଶିକାର ହେବେ ଗରମରେ ଥଣ୍ଡା ପାନୀୟ ପିଇବା ମହଙ୍ଗା ପଡିପାରେ! ଆପଣ ମଧ୍ୟ ଅତ୍ୟଧିକ ଥଣ୍ଡାପାଣି ପିଉଥିଲେ ସତର୍କ ହୋଇଯାଆନ୍ତୁ ।
ହଜମ ପ୍ରକ୍ରିୟାରେ ଅସୁବିଧା ଉପୁଜେ :
ଅଧିକତର ଥଣ୍ଡାପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟାରେ ଅସୁବିଧା ଉପୁଜେ । ଏହା ଏପରି ହେବା କାରଣ ଥଣ୍ଡାପାଣି ଦ୍ୱାରା ରକ୍ତ କଣିକା ସଙ୍କୁଚିତ ହୋଇଯାଏ । ଏହି କାରଣରୁ ପେଟରେ ପର୍ଯ୍ୟାପ୍ତ ପରିମାଣରେ ରକ୍ତ ପହଞ୍ଚିପାରେ ନାହିଁ । ଯାହାଦ୍ୱାରା ଖାଦ୍ୟ ହଜମ ହେବାକୁ ବହୁତ ସମୟ ଲାଗିଥାଏ ।
ଶରୀରରେ ପୋଷକ ତତ୍ତ୍ୱର ଅଭାବ :
ଆମ ଶରୀରରେ ସାମାନ୍ୟ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ଥାଏ । ଏହି ସମୟରେ ଥଣ୍ଡାପାଣି ପିଇବା ଦ୍ୱାରା ଆମକୁ ତାପମାତ୍ରା ନିୟନ୍ତ୍ରଣ କରିବା ପାଇଁ ଅଧିକ ସମୟ ଲାଗିଥାଏ । ଏହାଦ୍ୱାରା ପୋଷକ ତତ୍ତ୍ୱରେ ଅଭାବ ଦେଖାଯାଏ ।
ବେଳେବେଳେ ଦେଖାଯାଏ ଅଧିକ ଥଣ୍ଡାପାଣି ପିଇବା ଦ୍ୱାରା କଥାବାର୍ତ୍ତା କରିବାରେ ଅସୁବିଧା ଉପୁଜେ । ଏମିତି କି ଗଳା ବସିବା ସହ ଖରାପ ହେବାର ସମସ୍ୟା ମଧ୍ୟ ଦେଖାଯାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/04/hydration.jpg)
/kanak/media/post_attachments/wp-content/uploads/2018/04/Remedy-for-throat-pain-300x200.jpg)