ଆଜି ଠାରୁ ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ : କୋଭିଡ କଟକଣା ମଧ୍ୟରେ ହେବ କ୍ଲାସ

ପାଠପଢ଼ା ସହ ହଷ୍ଟେଲରେ ରହିବା ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ସୁଯୋଗ; ସେପଟେ ଆଜି ଠାରୁ ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା

152

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହେବ ୟୁଜି ଛାତ୍ରଛାତ୍ରୀଙ୍କ ପାଠପଢା । ୨୦୨୧-୨୨ ଶିକ୍ଷାବର୍ଷରେ ନାମ ଲେଖାଇଥିବା ପ୍ରଥମ ବର୍ଷ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ ହେବ । କୋଭିଡ୍ କଟକଣା ସହ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପାଠ ପଢାଯିବ । କଲେଜକୁ ଆସୁଥିବା ଛାତ୍ରଛାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ବାରମ୍ବାର ହାତ ଧୋଇବା ସହ ହାତ ସାନିଟାଇଜ୍ କରିବାକୁ କୁହାଯାଇଛି । କ୍ଲାସ ରୁମ୍ ଓ ଲାଇବ୍ରେରୀରେ ସାମାଜିକ ଦୂରତା ରକ୍ଷା କରାଯିବ । ଏହା ସହ ଛାତ୍ରାବାସ ମଧ୍ୟ ପ୍ରଥମ ବର୍ଷ ପିଲାଙ୍କ ପାଇଁ ଖୋଲିବ ।

ସେହିପରି ଆଜିଠାରୁ ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ ହେବ । ମେଧା ତାଲିକାରେ ଥିବା ଛାତ୍ରଛାତ୍ରୀମାନେ ତିନି ତାରିଖ ମଧ୍ୟରେ ନାମ ଲେଖାଇପାରିବେ । ଏହି ପର୍ଯ୍ୟାୟରେ ନାମ ଲେଖାଇବାକୁ ୩୧ ହଜାର ୯୭୪ଜଣ ଯୋଗ୍ୟତା ଅର୍ଜନ କରିଛନ୍ତି। କଳାରେ ୧୩ ହଜାର ୪୧୦, ବିଜ୍ଞାନରେ ୧୦ ହଜାର ୫୭୯, ବାଣିଜ୍ୟରେ ୪୧୮୫, ସଂସ୍କୃତରେ ୨୫୨୬ ଓ ଧନ୍ଦାମୂଳକ ବିଭାଗରେ ୧୨୭୪ ଜଣ ରହିଛନ୍ତି। ତାଲିକାରେ ୧୬ ହଜାର ୮୭୪ ଜଣ ଛାତ୍ର, ୧୫ ହଜାର ୯୧ଜଣ ଛାତ୍ରୀ ଓ ୯ଜଣ କିନ୍ନର ରହିଛନ୍ତି। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ନଭେମ୍ବର ୧ ତଥା ସୋମବାରଠାରୁ ୩ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ନାମ‌ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ୫ତାରିଖରେ ଯୁକ୍ତ୨ କଲେଜର ଇ-ସ୍ପେସ୍‌ରେ ଉପଲବ୍ଧ କରାଯିବ।