ସର୍ବକାଳୀନ ରେକର୍ଡ ସ୍ତରରେ ସୁନାଦର: ଭୁବନେଶ୍ୱରରେ ୧୦ ଗ୍ରାମ ପ୍ରତି ଦର ୩୫ ହଜାର ଟପିଲା

Advertisment
ଉପରମୁହାଁ ସୁନାଦର : କରୋନା ସଂକଟ ମଧ୍ୟରେ ୫୨ ହଜାର ଛୁଇଁଲା ସୁନା ଦର, ବଢ଼ିଲା ବାଧ୍ୟତାମୂଳକ ହଲ୍‌ମାର୍କିଂ ସମୟ ସୀମା

କନକ ବ୍ୟୁରୋ: ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର । ରାଜଧାନୀ ଭୁବନେଶ୍ବରରେ ସୁନା ଦର ୩୫ ହଜାର ଟଙ୍କାରୁ ଅଧିକ ହୋଇଛି। ୧୦ ଗ୍ରାମ ସୁନାର ମୂଲ୍ୟ ୩୫ ହଜାର ୪୦ ଟଙ୍କା ହୋଇଥିବା ବେଳେ ଏକ କିଲୋ ରୁପାର ଦାମ୍ ୪୪ ହଜାର ଟଙ୍କା। ଆନ୍ତର୍ଜାତିକ ସ୍ତରଠାରୁ ଆରମ୍ଭ କରି ଉଭୟ ଜାତୀୟ ଓ ରାଜ୍ୟ ପର୍ଯ୍ୟନ୍ତ ପ୍ରାୟ ସବୁ ସ୍ତରରେ ସୁନା ମହଙ୍ଗା ହୋଇଛି। ଦିଲ୍ଲୀରେ ସୁନା ଦାମ୍ ୩୬ ହଜାର ଟଙ୍କା ନିକଟତର ହୋଇଛି। ବର୍ତ୍ତମାନ ସେଠାରେ ସୁନାର ଦାମ ୧୦ ଗ୍ରାମ ପିଛା ୩୫,୯୭୦ ଟଙ୍କାରେ ପହଞ୍ଚିଯାଇଛି। ରୁପାର କିଲୋ ପ୍ରତି ଦର ୪୧,୯୬୦ ଟଙ୍କା ହୋଇଛି।

publive-image

ଗହଣା ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକ ବିବାହ ଋତୁର ଚାହିଦା ପୂରଣ କରିବା ପାଇଁ ଏବେ ଠାରୁ ବିପୁଳ ପରିମାଣର ସୁନା କିଣୁଛନ୍ତି। ସେଥିପାଇଁ ସ୍ଥାନୀୟ ବଜାରରେ ସୁନା ମହଙ୍ଗା ହୋଇଛି। ଆନ୍ତର୍ଜାତିକ ବଜାରରେ ମଧ୍ୟ ସୁନାର ଆଉନ୍ସ ପିଛା ଦର ୧୪୨୫ ଡଲାର ରହିଥିବା ବେଳେ ରୁପାର ଦର ୧୬.୪୦ ଡଲାର ରହିଛି। ଶିଳ୍ପ ସଂସ୍ଥା ଓ ମୁଦ୍ରା ନିର୍ମାତାମାନେ ଅଧିକ ରୁପା କିଣୁଥିବାରୁ ତାହାର ଦର ବଢ଼ୁଛି ବୋଲି କୁହାଯାଉଛି। କିଛି ଦିନ ତଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ସୁନା ଉପରେ ଆମଦାନି ଶୁଳ୍କକୁ ୧୦%ରୁ ବଢ଼ାଇ ୧୨.୫% କରିଦେଇଥିଲେ। ସୁନା ଦରରେ ହେଉଥିବା ବୃଦ୍ଧିର ଏହା ଆଉ ଏକ କାରଣ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe