ଚେନ୍ନାଇ ଟେଷ୍ଟରେ ଟିମ ଇଣ୍ଡିଆର ଦୟନୀୟ ବ୍ୟାଟିଂ : ୩୩୭ ରନରେ ଅଲଆଉଟ୍ ଭାରତ; ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ଠାରୁ ୨୪୧ ରନରେ ପଛୁଆ ଭାରତ

ଭାରତକୁ ଫଲୋଅନ୍ ନଦେଇ ଦ୍ୱିତୀୟ ଇନିଂସ ବ୍ୟାଟିଂ କଲା ଇଂଲଣ୍ଡ

69

କନକ ବ୍ୟୁରୋ : ଚେନ୍ନାଇ ଟେଷ୍ଟରେ ଟିମ ଇଣ୍ଡିଆର ଦୟନୀୟ ବ୍ୟାଟିଂ ପ୍ରଦର୍ଶନ । ଇଂଲଣ୍ଡର ପ୍ରଥମ ଇନିଂସର ୫୭୮ ରନ୍ ଜବାବରେ ଭାରତର ପ୍ରଥମ ଇନିଂସ ୩୩୭ ରନରେ ସୀମିତ ରହିଛି । ଫଳରେ ପ୍ରଥମ ଇନିଂସରେ ଭାରତ ଇଂଲଣ୍ଡ ଠାରୁ ୨୪୧ ରନରେ ପଛୁଆ ରହିଛି । ଭାରତ ପକ୍ଷରୁ ୱାଶିଂଟନ ସୁନ୍ଦର ୮୫ ରନରେ ଅପରାଜିତ ରହିଥିଲେ ।

ରିସଭ ପନ୍ତ ୯୧, ପୂଜାରା ୭୩, ଅଶ୍ୱିନ୍ ୩୧, ଶୁଭମନ ଗିଲ୍ ୨୯, ରୋହିତ ଶର୍ମା ୬ ଏବଂ ଆଜିଙ୍କ୍ୟା ରାହାଣେ ୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ଭାରତ ୩୩୭ ରନରେ ଅଲଆଉଟ୍ ହେବା ପରେ ଇଂଲଣ୍ଡ ଭାରତକୁ ଫଲୋଅନ୍ ନଦେଇ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଛି । ଦ୍ୱିତୀୟ ଇନିଂସର ପ୍ରଥମ ବଲରେ ଆର ଅଶ୍ୱିନ୍ ଭାରତକୁ ସଫଳତା ଦେଇଥିଲେ । ଇଂଲଣ୍ଡ ଓପନର ରୋରି ବର୍ଣ୍ଣସଙ୍କୁ ରାହାଣେଙ୍କ ହାତରେ କ୍ୟାଚ ଆଉଟ୍ କରିଥିଲେ ଅଶ୍ୱିନ୍ ।