କନକ ବ୍ୟୁରୋ : ଋଷ ଟିକା ସ୍ପୁଟନିକ-ଭି ଟିକାର ଦର ୯୪୮ ଟଙ୍କା ଧାର୍ଯ୍ୟ କରାଯାଇଛି । ସ୍ପୁଟନିକ-ଭି ଟିକା ଭାରତରେ ଏହି ଦରରେ ଉପଲବ୍ଧ ହେବ । ଏହା ସହ ପ୍ରତି ଡୋଜ୍ ଉପରେ ୫ ପ୍ରତିଶତ ଜିଏସଟି ଦେବାକୁ ପଡିବ । ଡକ୍ଟର ରେଡ୍ଡି ଲାବରୋଟେରୀ ପକ୍ଷରୁ ଦିଆଗଲା ସୂଚନା ଦିଆଯାଇଛି ।
ଆଜି ହାଇଦ୍ରାବାଦସ୍ଥିତ ‘ଡକ୍ଟର୍ ରେଡିସ୍ ଲାବ୍ରଟରି’ରେ ‘ସ୍ପୁଟ୍ନିକ୍-୫’ର ପ୍ରଥମ ଡୋଜ୍ ନେଇଛନ୍ତି ‘କଷ୍ଟୁ୍ମ୍ ଫାର୍ମା ସର୍ଭିସ୍’ ବୈଶ୍ବିକ ମୁଖ୍ୟ ଦୀପକ ସାପ୍ରା । ଏବେ ଆମଦାନି ହେଉଥିବା ଏହି ଟିକାର ‘ମ୍ୟାକ୍ସିମମ୍ ରିଟେଲ୍ ପ୍ରାଇସ୍’ ରହିଛି ୯୪୮ ଟଙ୍କା । ଡୋଜ୍ପିଛା ଟିକା ଉପରେ ୫% ‘ଜିଏସ୍ଟି’ ଲାଗୁ କରାଯାଉଛି। ସ୍ବଦେଶରେ ଉତ୍ପାଦନ ଓ ଯୋଗାଣ ଆରମ୍ଭ ହେଲେ ଏହାର ଦର ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ‘ଡକ୍ଟର୍ ରେଡିସ୍ ଲାବ୍ରଟରିସ୍’ ସୂଚନା ଦେଇଛି ।