କନକ ବ୍ୟୁରୋ : କରୋନା ଭୂତାଣୁକୁ ହରାଇବା ପାଇଁ ଏବେ ବିଶ୍ୱରେ ଟିକାକରଣ ଜୋରଦାର ଚାଲିଛି । ସଂକ୍ରମଣକୁ ରୋକିବା ସହ କରୋନା ଜନିତ ମୃତ୍ୟୁକୁ ରୋକିବା ପାଇଁ ଭାରତ ସରକାର ଟିକାକରଣକୁ ତ୍ବରାନ୍ବିତ କରିଛନ୍ତି। ଏବେ ଭାରତରେ ଅଧାରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇସାରିଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ବଡ଼ ବୟାନ ଆସିଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, କରୋନା ଟିକାର ପ୍ରଥମ ଡୋଜ ୯୬.୬% କରୋନା ମୃତ୍ୟୁକୁ ରୋକିବା ସହ ୨ଟି ଡୋଜ ୯୭.୫% କରୋନା ମୃତ୍ୟୁକୁ ରୋକୁଛି। କରୋନାର ଦ୍ୱିତୀୟ ଲହରରେ ମୃତ୍ୟୁବରଣ କରିଥିବା ପ୍ରାୟ ଲୋକ ଟିକା ନେଇନଥିବା ଦେଖାଯାଇଛି। ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କୁ କରୋନା ହୋଇଥିଲେ ମଧ୍ୟ ମୃତ୍ୟୁସଂଖ୍ୟା କମ ରହିଛି। ଭୂତାଣୁ ବିରୋଧରେ ଟିକାକରଣ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ।
ଏହା ସହ ଆହୁରି ମଧ୍ୟ କୁହାଯାଇଛି ଯେ, କରୋନା ଟିକା ଏବେ ଉପଲବ୍ଧ ରହିଛି। ଆମେ ଲୋକଙ୍କୁ ଟିକାକରଣ ପାଇଁ ଅନୁରୋଧ କରୁଛୁ। ପ୍ରଥମ ଡୋଜ ପରେ ହିଁ ଲୋକମାନେ ଦ୍ୱିତୀୟ ଡୋଜ ପାଇପାରିବେ ଜ୍ଝ କୋଭିଡକୁ ହରାଇବା ପାଇଁ ଏହା ଏକମାତ୍ର ବାଟ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/114241106_vaccineillus976_rtrs.jpg)