କୋଟାରୁ ବଲାଙ୍ଗୀର ଫେରିଲେ ଛାତ୍ରଛାତ୍ରୀ: ୨ଟି ବସରେ ୫୦ ପିଲା ଫେରିବା ପରେ ରହିଲେ କ୍ୱାରେନଟିନ ସେଂଟରରେ; ସେପଟେ, କେରଳରୁ ସ୍ୱତନ୍ତ୍ର ଟ୍ରେନରେ ଓଡିଶା ଆସିଲେ ୧୧ଶହରୁ ଅଧିକ ଶ୍ରମିକ

472

କନକ ବ୍ୟୁରୋ: ରାଜସ୍ଥାନ କୋଟାରୁ ବଲାଙ୍ଗୀର ଫେରିଲେ ଛାତ୍ରଛାତ୍ରୀ । ବିଳମ୍ବିତ ରାତିରେ ୨ଟି ବସରେ ୨୫ ଜଣ ଲେଖାଁଏ ପିଲା ଫେରିଛନ୍ତି । ବଲାଙ୍ଗୀର ସହରରେ ପହଚିଂବା ପରେ ଏକ୍ସକର୍ଟ କରିକି ନେଇଛି ପୁଲିସ । ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ କ୍ୱାରେନଟିନ ସେଂଟରରେ ପ୍ରଶାସନ ରଖିଛି । ଲାଲଟିକ୍ରା କେନ୍ଦ୍ର ନିକେତନ ଓ ସୁଦପଡା କଲ୍ୟାଣ ମଣ୍ଡପ କ୍ୱାରେନଟିନ ସେଂଟର ରହିଲେ ଛାତ୍ର । ବାହାରୁ ଆସିଥିବାରୁ ଆଜି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ।

ଘରକୁ ବାହୁଡିଲେ ଓଡିଆ ଶ୍ରମିକ । ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଯୋଗେ ରାଜ୍ୟ ବାହାରେ ଫସିଥିବା ଓଡିଆ ଶ୍ରମିକ ଘରକୁ ଫେରିଛନ୍ତି । ୧୧୫୦ ଜଣ ଯାତ୍ରୀଙ୍କୁ ନେଇ ଆଜି କେରଳରୁ ପ୍ରଥମ ଟ୍ରେନ୍ ଆସି ଗଂଜାମ ଜିଲ୍ଲା ବ୍ରହ୍ମପୁର ନିକଟ ଜଗନ୍ନାଥପୁର ଷ୍ଟେସନରେ ପହଚିଂଛି । କଡା ସୁରକ୍ଷା ଭିତରେ ୫ଶହରୁ ଅଧିକ ପ୍ରବାସୀ ଓଡିଆ ଓହ୍ଲାଇଛନ୍ତି । ଏବଂ ପରେ ସ୍ୱତନ୍ତ୍ର ବସରେ ସଂପୃକ୍ତ ଜିଲ୍ଲାର ଲୋକମାନଙ୍କୁ ନିଜ ନିଜ ଗ୍ରାମପଂଚାୟତକୁ ଯାଇଛନ୍ତି । ଟ୍ରେନ୍ରେ କନ୍ଧମାଳ, ଗଜପତି ଓ ଗଂଜାମ ଜିଲ୍ଲାର ଲୋକ ଥିଲେ । ଏର୍ଣ୍ଣାକୁଲମ-ଖୋର୍ଦ୍ଧାରୋଡ୍ ସ୍ୱତନ୍ତ୍ର ଟ୍ରେନଟି ଜଗନ୍ନାଥପୁର ପରେ ଖୋର୍ଦ୍ଧାରୋଡ୍ ଷ୍ଟେସନରେ ଅଟକିବ । ଏହି ସମୟରେ ଅନ୍ୟ କୌଣସି ଲୋକ ଷ୍ଟେସନରେ ପ୍ରବେଶ କରିପାରିବେ ନାହିଁ । ବିଭିନ୍ନ ଜିଲ୍ଲା ପାଇଁ ଗାଡି ଜରିଆରେ ସଂପୃକ୍ତ ଅଂଚଳରେ ପଂଚାୟତରେ ଥିବା ସଙ୍ଗରୋଧ କେନ୍ଦ୍ରକୁ ପଠାଇଦିଆଯିବ ।

ଅପରେସନ ଶୁଭଯାତ୍ରାରେ ରାଜ୍ୟର ୨୩ ଜିଲ୍ଲାର ଲୋକଙ୍କୁ ଘରକୁ ଫେରାଇ ଆଣିବା ଲାଗି ବ୍ୟବସ୍ଥା କରାଯାଇଛି । ଆଜି ପ୍ରଥମ ଟ୍ରେନ୍ ଆସିଥିବା ବେଳେ ଦିନେ ଦୁଇଦିନଭିିତରେ ଆହୁରି ଦୁଇଟି ଟ୍ରେନ୍ ଓଡିଶା ଆସିବ । ଗତକାଲି ଗୁଜରାଟର ସୁରତରୁ ଆଉ ଏକ ଟ୍ରେନ୍ ବ୍ରହ୍ମପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଏଥିରେ ୧୨ ଶହ ଓଡିଆ ରହିଛନ୍ତି । ଏହି ଟ୍ରେନ୍ ଆସନ୍ତାକାଲି ଭୋରରେ ବ୍ରହ୍ମପୁରରେ ପହଂଚିବ । ଏଥିରେ ଗଂଜାମ ଜିଲ୍ଲାର ସର୍ବାଧିକ ଯାତ୍ରୀ ରହିଛନ୍ତି ।