ଆସନ୍ତାକାଲି ଚନ୍ଦ୍ରଗ୍ରହଣ । ପୂର୍ଣ୍ଣିମାରେ ଫିକା ଦିଶିବ ଜହ୍ନ, ଖାଲି ଆଖିରେ ଦେଖିହେବ ମହାଜାଗତିକ ଦୃଶ୍ୟ । ରାତି ୧୦ଟା ୩୭ରୁ ଗ୍ରହଣ ଆରମ୍ଭ, ଭୋର ୨ଟା ୪୨ରେ ଶେଷ ।

4,626

କନକ ବ୍ୟୁରୋ : ଆସନ୍ତାକାଲି ଚନ୍ଦ୍ରଗ୍ରହଣ । ଶୁକ୍ରବାର ରାତି ୧୦ଟା ୩୭ରୁ ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ ଏବଂ ଏହା ଭୋର ୨ଟା ୪୨ ମିନିଟରେ ସର୍ବ ମୋକ୍ଷ ହେବ । ପ୍ରାୟ ୪ ଘଂଟା ଧରି ଆକାଶରେ ଚାଲିବ ଏହି ମହାଜାଗତିକ ଘଟଣା । ତେବେ ଆସନ୍ତାକାଲି ହେଉଥିବା ଚନ୍ଦ୍ର ଗ୍ରହଣ ଆଂଶିକ ଚନ୍ଦ୍ର ଗ୍ରହଣ ହେବ ।
ପୂର୍ଣ୍ଣିମାରେ ଫିକା ହେବ ଜହ୍ନ । ପୃଥିବୀ ଦେଖିବ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ଶୁକ୍ରବାର ରାତି ୧୦ଟା ୩୭ରୁ ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ ଏବଂ ଏହା ଭୋର ୨ଟା ୪୨ ମିନିଟରେ ସର୍ବ ମୋକ୍ଷ ହେବ । ଏହା ସହ ଶେଷ ହେବ ଚନ୍ଦ୍ରଗ୍ରହଣ । ପ୍ରାୟ ୪ ଘଂଟା ଧରି ଆକାଶରେ ଚାଲିବ ଏହି ମହାଜାଗତିକ ଘଟଣା ।

ଆସନ୍ତୁ ଜାଣିବା ଚନ୍ଦ୍ର ଗ୍ରହଣ ହୁଏ କାହିଁକି ? ମହାକାଶରେ ସୂର୍ଯ୍ୟ ଚାରିପଟେ ପୃଥିବୀ ଏବଂ ପୃଥିବୀ ଚାରି ପଟେ ଚନ୍ଦ୍ର ବୁଲିଛି । ବେଳେ ବେଳେ ସୂର୍ଯ୍ୟ ସହ ଅନ୍ୟ ଦୁଇଟି ପିଣ୍ଡ ଏକ ସମତଳ ଓ ଏକ ସରଳରେଖାରେ ରହିଲେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ର ଗ୍ରହଣ ହୋଇଥାଏ । ଏହି ମହାଜାଗତିକ ପିଣ୍ଡମାନେ ବୁଲିବା ସମୟରେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଏକ ସମତଳ ଓ ଏକ ସରଳରେଖାରେ ରହିଲେ ଚନ୍ଦ୍ର ଗ୍ରହଣ ହୋଇଥାଏ । ଅର୍ଥାତ ପୃଥିବୀର ଛାଇ ପଡୁଥିବା ଅଂଚଳ ଦେଇ ଚନ୍ଦ୍ର ଗତି କରିଥାଏ ।

ମହାକାଶରେ ପୃଥିବୀର ଦୁଇଟି ଛାଇ ସୃଷ୍ଟି ହୋଇଥାଏ । ଉପଛାୟା ହାଲୁକା କଳା ହୋଇଥିବା ବେଳେ ଛାୟା ଗାଢ କଳା ହୋଇଥାଏ । ଛାୟା ଅଂଚଳ ଦେଇ ଚନ୍ଦ୍ର ଗତି କଲେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହୋଇଥାଏ ଏବଂ ଉପଛାୟା ଅଂଚଳରେ ଗତି କଲେ ଆଂଶିକ ଚନ୍ଦ୍ର ଗ୍ରହଣ ହୁଏ । ଆସନ୍ତାକାଲି ହେଉଥିବା ଚନ୍ଦ୍ର ଗ୍ରହଣ ଆଂଶିକ ଚନ୍ଦ୍ର ଗ୍ରହଣ ହେବ । କାରଣ ଚନ୍ଦ୍ର ପୃଥିବୀର ଉପଛାୟା ଅଂଚଳ ଦେଇ ଗତି କରିବ । ଫଳରେ ହାଲୁକା ଫିକା ଦେଖାଯିବ ପୂର୍ଣ୍ଣିମା ଚନ୍ଦ୍ର ।

ଏହି ଚନ୍ଦ୍ରଗ୍ରହଣ ଓଡିଶା ସମେତ ଭାରତ ତଥା ବିଶ୍ୱର ବିଭିନ୍ନ ଅଂଚଳରେ ଦୃଶ୍ୟମାନ ହେବ । ଆକାଶ ମେଘ ମୁକ୍ତ ରହିଲେ ଏହା ଖାଲି ଆଖିରେ ଦେଖିହେବ । ଚଳିତ ବର୍ଷ ଆକାଶରେ ୪ ଚନ୍ଦ୍ର ଗ୍ରହଣ ଓ ୨ଟି ସୂର୍ଯ୍ୟୋପରାଗ ଦେଖାଯିବ ।