ସାଉଦି ଆରବରେ ମହିଳା ସଶକ୍ତିକରଣ: ସେନା ବିଭାଗରେ ମହିଳାଙ୍କୁ ନିଯୁକ୍ତି ସୁଯୋଗ, ଉତ୍ତୀର୍ଣ୍ଣ ହେଲେ ଆର୍ମଡ୍ ଫୋର୍ସେସ୍ ଓମେନ୍ସ କ୍ୟାଡର୍ର ପ୍ରଥମ ବ୍ୟାଚ୍

124

କନକ ବ୍ୟୁରୋ: ସାଉଦି ଆରବରେ ଆରମ୍ଭ ହୋଇଛି ମହିଳା ସଶକ୍ତିକରଣ । ଦେଶରେ ମହିଳାଙ୍କ ଭାଗିଦାରୀକୁ ଦୃଷ୍ଟିରେ ରଖି ଏଠିକାର ସରକାର ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମହିଳାଙ୍କ ଯୋଗଦାନ ଉପରେ ଗୁରୁତ୍ୱ ଦେଉଛନ୍ତି । ବୁଧବାର ଉତ୍ତୀର୍ଣ୍ଣ ହୋଇଛନ୍ତି ସାଉଦୀ ଆରବର ପ୍ରଥମ ମହିଳା ସୈନିକଙ୍କ ବ୍ୟାଚ୍ ।ଏମାନେ ଆର୍ମଡ୍ ଫୋର୍ସେସ୍ ଓମେନ୍ସ କ୍ୟାଡର୍ ଟ୍ରେନିଙ୍ଗ ସେଣ୍ଟରରୁ ତାଲିମ ନେଇଛନ୍ତି । ତାଲିମ ଅବସରରେ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ସମ୍ମାନୀତ ମଧ୍ୟ କରାଯାଇଛି । ଦେଶର ସୁରକ୍ଷା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ସେନା ବିଭାଗରେ ମହିଳାଙ୍କୁ ସଶକ୍ତ କରିବାକୁ ସାଉଦି ଆରବ ସରକାର ସେନା ବିଭାଗରେ ମହିଳାଙ୍କ ପାଇଁ ନିଯୁକ୍ତି ଉପରେ ଗୁରୁତ୍ୱ ଦେଉଥିବା ଜିନହୁଆ ରିପୋର୍ଟରେ ପ୍ରକାଶ ପାଇଛି । ସାଉଦି ଆରବିଅନ୍ ଆର୍ମି, ରୋୟାଲ ସାଉଦି ଏୟାର ଫୋର୍ସ, ରୋୟାଲ ସାଉଦି ନୌସେନା, ରୋୟାଲ ସାଉଦି ଷ୍ଟ୍ରାଟେଜିକ୍ ମିସାଇଲ ଫୋର୍ସ, ଓ ଆର୍ମଡ୍ ଫୋର୍ସେସ୍ ମେଡିକାଲ ସର୍ଭିସେସରେ ତାଲିମ ପ୍ରାପ୍ତ ମହିଳାଙ୍କୁ ଉଚ୍ଚ ପଦବୀରେ ନିଯୁକ୍ତ କରାଯିବ ବୋଲି ସାଉଦି ସରକାର ଘୋଷଣା କରିଛନ୍ତି ।

ସୂଚନା ମୁତାବକ, ପୂର୍ବରୁ ଏଠିକାର ମହିଳଶଙ୍କ ଉପରେ ଅନେକ କଟକଣା ଲାଗିଥିଲେ ବି ୨୦୧୮ ରେ ଏସବୁକୁ ପ୍ରତ୍ୟାହାର କରାଯାଇଥିଲା । କଟକଣା ଉଠିବା ପରେ ମହିଳାଙ୍କୁ ନିଯୁକ୍ତି କ୍ଷେତ୍ରରେ ସୁଯୋଗ ସୃଷ୍ଟି କରାଯାଉଛି ।