ଡିସେମ୍ବର ପହିଲାରୁ ଏହି ୭ ଟି କ୍ଷେତ୍ରରେ ହେବ ବଡ ପରିବର୍ତ୍ତନ ! ନିତିଦିନିଆ ଜୀବନ ଉପରେ ପଡିବ ପ୍ରଭାବ ।

676

୨୦୧୮ ମସିହାର ଡିସେମ୍ବର ମାସଟି ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ଆଣିବାକୁ ଯାଉଛି । ଯାହାର ସିଧାସଳଖ ପ୍ରଭାବ ନିତିଦିନିଆ ଜୀବନରେ ପଡିବ । ତେବେ ଆସନ୍ତୁ ଏଭଳି ୭ ଟି ବଡ ପରିବର୍ତ୍ତନ ଉପରେ ନଜର ପକାଇବା ।

୧. ଡିସେମ୍ବର ୧ ରୁ କାମ କରିବନି ନେଟ୍ ବ୍ୟାଙ୍କିଙ୍ଗ୍ :

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାହକଙ୍କୁ ନିଜର ବ୍ୟାଙ୍କିଙ୍ଗ୍ ୱେବସାଇଟ୍ ଙଦ୍ଭକ୍ଷସଦ୍ଭର ଝଈଓ ରେ ନୋଟିଫିସେନ୍ ଜାରୀ କରିଦେଇଛି । ଯେଉଁଥିରେ ଡିସେମ୍ବର ୧ ରୁ ଦେଶରେ ନେଟ୍ ବ୍ୟାଙ୍କିଙ୍ଗ୍ ର ସୁବିଧାକୁ ବ୍ଲକ୍ କରିଦିଆଯିବ । ଗ୍ରାହକଙ୍କୁ ସୁବିଧା ଚାଲୁ ରଖିବା ପାଇଁ ନିଜ ମୋବାଇଲ୍ ନମ୍ବର ବ୍ୟାଙ୍କ୍ ଶାଖାରେ ରେଜିଷ୍ଟର କରିବାକୁ ପଡିବ । ନଚେତ୍ ନେଟ୍ ବ୍ୟାଙ୍କିଙ୍ଗ୍ ସୁବିଧାରୁ ଆପଣ ବଚିଂତ ହେବେ ।

୨. ଡ୍ରୋନ୍ ଉଡାଇବା ପାଇଁ ଲାଇସେନ୍ସ ନେବାକୁ ପଡିବ :

ଡିସେମ୍ବର ପହିଲାରୁ ଭାରତରେ ଡ୍ରୋନ୍ ଉଡାଇବା ପାଇଁ ଲାଇସେନ୍ସ ନେବାକୁ ପଡିବ । ନେନୋ ଡ୍ରୋନ୍ (ଓଜନ ୨୫୦ ଗ୍ରାମ୍) ଛଡା ଆଉ ସବୁ ଡ୍ରୋନକୁ ଏବିଏସନ୍ ରେଗୁଲେଟର୍ ରେ ୟୁନିକ ଆଇଡେଣ୍ଟିଫିକେସନ୍ ନମ୍ବର ନେବାକୁ ହେବ । ଏଥିପାଇଁ ହଜାରେ ଟଙ୍କା ଟ୍ୟାକ୍ସ ଦେବାକୁ ହେବ ।

୩. ଜୀବନ ପ୍ରମାଣପତ୍ର :

ବ୍ୟାଙ୍କ୍ ସବୁ ପେନସନ୍ ଖାତାଧାରୀଙ୍କୁ ୩୦ ନଭେମ୍ବର ପର୍ଯ୍ୟନ୍ତ ନିଜ ଜୀବନ ପ୍ରମାଣପତ୍ର ଜମା କରିବାକୁ ସୁଚିତ କରିଛି । ନଚେତ୍ ତାଙ୍କର ପେନସନ୍ ଖାତା ବନ୍ଦ କରିଦିଆଯିବ ।

୪. ବନ୍ଦ ହେବ ଏସବିଆଇର ବଡି ଆପ୍ :

ଡିସେମ୍ବର ୧ ରୁ ଏସବିଆଇ ନିଜ ମୋବାଇଲ୍ ୱାଲେଟ୍ ବଡି ଆପ୍ କୁ ବନ୍ଦ କରିବାକୁ ଯାଉଛି । ଯଦି ଆପଣ ଏହି ରାଶିରେ କିଛି ଧନରାଶି ଛାଡିଛନ୍ତି ତେବେ ତୁରନ୍ତ ବାହାର କରିନିଅନ୍ତୁ । ବ୍ୟାଙ୍କ୍ ତରଫରୁ ଏବେ ୟୋନୋ ଆପ୍ ଚାଲିଛି ।

୫. ପେନସନଧାରୀଙ୍କୁ ମିଳିବ ଲୋନ୍ :

ଯଦି ଆପଣ ଏସବିଆଇର କୌଣସି ଶାଖାରୁ ପେନସନ୍ ପ୍ରାପ୍ତ କରୁଛନ୍ତି ଏବଂ ଏହା ଉପରେ ଲୋନ୍ ନେବାକୁ ଚାହୁଁଛନ୍ତି ତେବେ ଶୀଘ୍ର କରନ୍ତୁ । ବ୍ୟାଙ୍କ୍ ତରଫରୁ ଫେଷ୍ଟିଭ୍ ସିଜନ୍ ଆରମ୍ଭରୁ ହିଁ ଏହି ସ୍କିମର ଆରମ୍ଭ ହୋଇଯାଇଛି ।

୬. ପାନ୍ କାର୍ଡରେ ରହିବ ନାହିଁ ପିତାଙ୍କ ନାମ :

ଡିସେମ୍ବର ୫ ତାରିଖଠାରୁ ପାନ କାର୍ଡରେ ବଡ ପରିବର୍ତ୍ତନ ଆସିବାକୁ ଯାଉଛି । ଯେଉଁଥିରେ ଡିସେମ୍ବରରେ ପାନକାର୍ଡ ତିଆରି କରିବା ଲୋକଙ୍କୁ ଖୁବ୍ ସୁବିଧା ମିଳିବ । କେନ୍ଦ୍ରୀୟ ପ୍ରତ୍ୟକ୍ଷ ବୋର୍ଡ ତରଫରୁ ପାନ୍ କାର୍ଡରେ ପିତାଙ୍କ ନାଁ ହଟାଇବାକୁ ଫଇସଲା ଦିଆଯାଇଛି ।

୭. ଆରମ୍ଭ ହେଲା ଇ-ପାନ୍ କାର୍ଡ ସେବା :

ଯଦି ଆପଣଙ୍କ ପାଖରେ ପାନ କାର୍ଡ ନାହିଁ ଏବଂ ଆପଣ ପାନ କାର୍ଡ ପାଇଁ ଆବେଦନ କରିଛନ୍ତି ତେବେ କାର୍ଡ ଆସିବା ପାଇଁ ମଧ୍ୟ ବିଳମ୍ବ ହେଲେ ଚିନ୍ତା ନକରି ଏବେ ଇ-ପାନ୍ କାର୍ଡକୁ ବ୍ୟବହାର କରିପାରିବେ । ଇ-ପାନ୍ କାର୍ଡକୁ ଜେନେରେଟ୍ କରିବା ପାଇଁ କୌଣସି ଟଙ୍କା ଲାଗିବ ନାହିଁ ।