କେନ୍ଦ୍ରାପଡାରେ ପ୍ରଥମ ପଜିଟିଭ । ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ୩୨ ବର୍ଷିୟ ଯୁବକଙ୍କ ନମୂନାରେ କରୋନା ପଜିଟିଭ । ଓଡିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ବୃଦ୍ଧି

2,229

କନକ ବ୍ୟୁରୋ: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । କେନ୍ଦ୍ରାପଡାରେ ଚିହ୍ନଟ ହେଲା ପ୍ରଥମ କରୋନା ଆକ୍ରାନ୍ତ । ୩୨ ବର୍ଷିୟ ଯୁବକଙ୍କ ନମୂନାରେ କରୋନା ପଜିଟିଭ । ଆକ୍ରାନ୍ତ ଯୁବକ ଜଣଙ୍କ କେନ୍ଦ୍ରାପଡା ଅଞ୍ଚଳର । ଗତ ୨୪ ମାର୍ଚ୍ଚରେ ସେ ଦୁବାଇରୁ ଫେରିଥିଲେ ।

ତେବେ କେନ୍ଦ୍ରାପଡାରୁ ନୂଆ ମାମଲା ଆସିବା ପରେ ବର୍ତ୍ତମାନ ରାଜ୍ୟରେ ୪୦କୁ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ଏକାସାଙ୍ଗରେ ୧୮ ପଜିଟିଭ ବାହାରିବା ପରେ ଚିନ୍ତା ବଢିଥିଲା । ଭୁବନେଶ୍ୱର ବମିଖାଲରେ ୧୬ ପଜିଟିଭ ଚିହ୍ନଟ ହୋଇଥିଲା ।

Comments are closed.