ଅସୁବିଧା ସମୟରେ ବିମାନ କର୍ମଚାରୀଙ୍କୁ ଚାକିରୀ ଯୋଗାଇଦେଲା ସ୍ପାଇସଜେଟ୍ ! ସ୍ପାଇସଜେଟ୍ ଜେଟ୍ ଏୟାରବେଜର ୧୦୦ ପାଇଲେଟଙ୍କ ସମେତ ୫୦୦ କର୍ମଚାରୀଙ୍କୁ ଦେଲା ଚାକିରୀ ।

174

ଶସ୍ତା ବିମାନ ଯାତ୍ରା କରାଉଥିବା ଏୟାରଲାଇନ୍ ସ୍ପାଇସଜେଟ୍ ପୂର୍ବରୁ ଜେଟ୍ ଏୟାରବେଜର ୧୦୦ ପାଇଲେଟଙ୍କ ସମେତ ୫୦୦ ରୁ ଅଧିକ କର୍ମଚାରୀଙ୍କୁ ଚାକିରୀରେ ରଖିଛି । କମ୍ପାନୀ କହିଛି ଯେ ଆଗକୁ ମଧ୍ୟ ଆହୁରି ଅନେକ କର୍ମଚାରୀଙ୍କୁ କାମରେ ରଖିବା ପାଇଁ ପ୍ରସ୍ତୁତ ଅଛି । କମ୍ପାନୀରେ ଆସୁଥିବା ସମୟରେ ଅଧିକ ସଂଖ୍ୟାରେ ବିମାନ ଏବଂ ନୂଆ ମାର୍ଗରେ ସେବା ଯୋଗାଇଦେବା ପାଇଁ ଯାଉଛି । ଗୁରୁଗ୍ରାମ ସ୍ଥିତ ଏହି ବିମାନ କମ୍ପାନୀ ପୂର୍ବରୁ ନିଜର ୨୭ ଏବଂ ବିମାନ (୨୨ ବୋଇଙ୍ଗ୍ ୭୩୭ ଏବଂ ୫ ଟର୍ବୋପ୍ରପ୍ ବମ୍ବର୍ଡିୟର୍ କ୍ୱୁ ୪୦୦ ଏସ) କୁ ସାମିଲ କରିବାର ଘୋଷଣା କରିଛି । କମ୍ପାନୀ କହିଛି ଯେ ଜେଟ୍ ଏୟାରବେଜ୍ ଦ୍ୱାରା ଅସ୍ଥାୟୀ ରୁପରେ ନିଜର ଘରୋଇ ଏବଂ ଅନ୍ତରାଷ୍ଟ୍ରୀୟ ସେବାକୁ ବନ୍ଦ କରିବା ଦ୍ୱାରା ଉତ୍ପନ୍ନ ହୋଇଥିବା କ୍ଷମତାର କମିକୁ ଦୂର କରିବା ପାଇଁ ଏଭଳି କରାଯାଇଛି ।

ସ୍ପାଇସଜେଟ୍ ଅଧ୍ୟକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ ଅଜୟ ସିଂହ ଶୁକ୍ରବାର ଏକ ବଡ ଘୋଷଣା କରି କହିଛନ୍ତି ତାଙ୍କ ଏୟାରଲାଇନ୍ ରେ ଜେଟ୍ ଏୟାରବେଜ୍ ର କର୍ମଚାରୀଙ୍କୁ ପ୍ରାଥମିକତା ଦିଆଯାଉଛି ।