ଆଜିକାଲିର କାର୍ୟ୍ୟବ୍ୟସ୍ତତା ଭିତରେ ନିଜ ପାଇଁ ଟିକେ ସମୟ କାଢ଼ିବା କାଠିକର ପାଠ ହୋଇପଡୁଛି। ଏମିତି ଅନେକ ଲୋକ ଅଛନ୍ତି, ଯିଏ ନିଜକୁ ଫିଟ୍ ରଖିବାକୁ ଚାହିଁ ମଧ୍ୟ ବ୍ୟସ୍ତତା ହେତୁ କିଛି କରିପାରନ୍ତି ନାହିଁ। ନିଜକୁ କିପରି ସ୍ଲିମ୍ ଆଉ ଫିଟ୍ ରଖି ପାରିବେ ତାହା ଜାଣିବା ଉଚିତ । ଏ ସବୁ ପଦ୍ଧତି ଆପଣାଇଲେ ଆପଣଙ୍କ ସମୟ ବିଶେଷ ନଷ୍ଟ ହେବ ନାହିଁ ଏବଂ ଆପଣ ନିଜକୁ ଫିଟ୍ ରଖିବାର ସମର୍ଥ ହେବେ।
-ନିଜକୁ ପତଳା କରିବା ପାଇଁ ଖାଦ୍ୟର ପରିମାଣ କମାଇବା ଆଦୌ ଦରକାର ନାହିଁ। କିନ୍ତୁ ଆପଣଙ୍କୁ ଖାଦ୍ୟ ଉପରେ ଧ୍ୟାନ ଦେବାକୁ ପଡ଼ିବ। ତେଲଯୁକ୍ତ ଖାଦ୍ୟ ମୋଟାପଣର ମୁଖ୍ୟ କାରଣ।
-କେତେ ଲୋକ ଡାଏଟିଂର ଅର୍ଥ ଉପାସ ରହିବା ଭାବନ୍ତି। ଆପଣ ସେ ଭୁଲ୍ ଜମା କରନ୍ତୁ ନାହିଁ। ଉପାସ ରହିଲେ ଆପଣ ପତଳା ହେବେ ନାହିଁ ବରଂ ଗ୍ୟାସ୍ ସମସ୍ୟା ବାହାରିବା ଫଳରେ ଅଧିକ ମୋଟା ହେବାର ସମ୍ଭାବନା ଅଛି। ସର୍ବଦା ପେଟ ଭରି ଖାଆନ୍ତୁ।
-ଖାଇବାର ଏକ ନିର୍ଦ୍ଦିଷ୍ଟ ସମୟ ରଖିବା ନିହାତି ଆବଶ୍ୟକ। ଯେତେବେଳେ ନାହିଁ ସେତେବେଳେ ଖାଇଦେଲେ ତାହା ଆପଣଙ୍କୁ ସୁସ୍ଥ ରଖେ ନାହିଁ ବରଂ ଦେହରେ ଚର୍ବି ବଢ଼ାଇବାରେ ସାହାଯ୍ୟ କରେ। ଆପଣ ପ୍ରତିଦିନ ଗୋଟାଏ ସମୟରେ ଖାଇବା ରୁଟିନ୍ ସ୍ଥିର କରନ୍ତୁ।
– ନିଜ ଦେହକୁ ଫିଟ୍ ହେଉଥିବା ପୋଷାକ ପରିଧାନ କରନ୍ତୁ। ବ୍ରାଣ୍ଡେଡ୍ ଫିଟିଂ ପୋଷାକ ପିନ୍ଧିବା ଦ୍ୱାରା ମୋଟାପଣ ବିଶେଷ ବାହାରକୁ ଦିଶେ ନାହିଁ। ଆପଣ ସ୍ୱତନ୍ତ୍ର ସ୍ଥାନମାନଙ୍କୁ ଯିବା ବେଳେ ନିଜ ପୋଷାକ ଉପରେ ଧ୍ୟାନ ଦେବା ଦ୍ୱାରା କିଛି ପରିମାଣରେ ନିଜ ମୋଟାପଣକୁ ଲୁଚାଇବାରେ ସମର୍ଥ ହେବେ।
– ରାତି ଅନିଦ୍ର ଆଦୌ ହୁଅନ୍ତୁ ନାହିଁ। ରାତି ଅନିଦ୍ରା ଫଳରେ ଶରୀରରେ ଯେଉଁ ହର୍ମୋହନ୍ ନିର୍ଗତ ହୁଏ ତାହା ବ୍ୟକ୍ତିକୁ ମୋଟା କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/how-to-stop-binge-eating.jpg)
/kanak/media/post_attachments/wp-content/uploads/2018/10/insomnia-reasons-tips-hindi-300x200.jpg)