ସାଇଲେଣ୍ଟ ହାର୍ଟ ଆଟାକ ପୂର୍ବରୁ ଶରୀର ଦେଇଥାଏ ଏହି ସଙ୍କେତ ! ଅଣଦେଖା କଲେ ଭୟଙ୍କର ଅସୁବିଧାରେ ପଡିପାରନ୍ତି ।

1,706

ଆପଣ କେବେହେଲେ ଭାବିନଥିବେ କିନ୍ତୁ ଆପଣଙ୍କ ଅଜାଣତରେ ଆପଣଙ୍କୁ ହାର୍ଟ ଆଟାକ ଆସିପାରେ । ବେଳେ ବେଳେ ଏପରି ହୋଇଥାଏ । ଏବଂ ଏହାକୁ ସାଇଲେଣ୍ଟ ହାର୍ଟ ଆଟାକ କୁହାଯାଇଥାଏ । ଏବଂ ଏହି ହାର୍ଟ ଆଟାକ କାହାକୁ ବି ମଧ୍ୟ ଆସିପାରେ । ଡାଇବେଟିସ ରୋଗୀଙ୍କ ପାଖରେ ଏପରି ହେବାର ସମ୍ଭାବନା ଅଧିକ ରହିଥାଏ । ସାଇଲେଣ୍ଟ ହାର୍ଟ ଆଟାକରେ ହାର୍ଟ ଫେଲ ହେବାର ଅଧିକ ସମ୍ଭାବନା ରହିଥାଏ । ତେବେ କିପରି ଏହି ମାରାତ୍ମକ ରୋଗକୁ ଚିହ୍ନଟ କରିବେ ।

ସାଇଲେଣ୍ଟ ହାର୍ଟ ଆଟାକକୁ ସାଇଲେଣ୍ଟ ମାୟୋକାର୍ଡିଆଲ ଇନଫ୍ରାକସନ କୁହାଯାଇଥାଏ । ଏଥିରେ କୌଣସି ବ୍ୟକ୍ତିଙ୍କୁ ହାର୍ଟ ଆଟାକ ଆସିଲେ ମୁଣ୍ଡରେ ବଥା ହୋଇଥାଏ । କିନ୍ତୁ ହାର୍ଟ ଆଟାକ ଜଣାପଡିନଥାଏ ।

ସାଇଲେଣ୍ଟ ହାର୍ଟ ଆଟାକର ୫ଟି କାରଣ :

୧. ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା

୨. ବ୍ୟାୟାମ କିମ୍ବା ଶରୀରକୁ ଉପଯୁକ୍ତ କାର୍ୟ୍ୟକ୍ଷମ ନକରାଇଲେ

୩. ମଦ କିମ୍ବା ସିଗାରେଟ ସେବନ କଲେ

୪. ଡାଇବେଟିସ କିମ୍ବା ମୋଟାପଣ

୫. ଅଧିକ ଚିନ୍ତା କରିବା କିମ୍ବା ଟେନସନରେ ରହିବା

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.