ମହାରାଷ୍ଟ୍ର ସରକାରରେ ଫାଟ । ଦଳରୁ ଇସ୍ତଫା ଦେଲେ ବିଧାୟକ ଅବଦୁଲ୍ଲ ସତ୍ତାର।

460

ମହାରାଷ୍ଟ୍ରର ଉଦ୍ଧବ ସରକାରରେ ବିବାଦ ବଢ଼ିବାରେ ଲାଗିଛି। ପୂର୍ବରୁ ବିଭାଗ ବଣ୍ଟନକୁ ନେଇ କଂଗ୍ରେସ ଅସନ୍ତୁଷ୍ଟ ହୋଇଥିବା ବେଳେ ଏବେ ଶିବସେନାର ଜଣେ ବିଧାୟକ ନିଜର ଅସନ୍ତୋଷ ଜାହିର କରିଛନ୍ତି । ଏହି ବିଧାୟକ ଜଣକ ହେଉଛନ୍ତି ଅବଦୁଲ୍ଲ ସତ୍ତାର ନବୀ । ବିଭାଗ ମିଳିବା ଆଗରୁ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଶିବସେନା କୋଟାରୁ ସେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ । ତାଙ୍କ ଇସ୍ତଫା ପତ୍ର ଉଦ୍ଧବ ଠାକରେଙ୍କ ନିକଟରେ ପହଞ୍ଚି ନାହିଁ । ତେବେ ତାଙ୍କୁ ମନ୍ତ୍ରିପଦ ମିଳିବା ପରେ ଶିବସେନାର ଅନେକ ବରିଷ୍ଠ ନେତା ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି ।

ସୂଚନା ମୁତାବକ, ନିକଟରେ ଉଦ୍ଧବ ସରକାରରେ ୩୬ ନୂଆ ମନ୍ତ୍ରୀ ଶପଥ ନେଇଥିଲେ । ସେମାନଙ୍କ ମଧ୍ୟରେ ଜଣେ ଉପମୁଖ୍ୟମନ୍ତ୍ରୀ, ୨୫ କ୍ୟାବିନେଟ୍ ମନ୍ତ୍ରୀ ଏବଂ ୧୦ ରାଷ୍ଟ୍ରମନ୍ତ୍ରୀ ସାମିଲ ଥିଲେ। ଅନ୍ୟପଟେ ୨୦୧୪ ପରେ ପ୍ରଥମ ଥର ଲାଗି ମନ୍ତ୍ରିମଣ୍ଡଳରେ ୪ ମୁସଲମାନଙ୍କୁ ସାମିଲ କରାଯାଇଛି । ଏମାନଙ୍କ ମଧ୍ୟରେ ଶିବସେନାରୁ ଜଣେ ମାତ୍ର ବିଧାୟକ ଥିଲେ ସତ୍ତାର । ସତ୍ତାରଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦବୀ ମିଳିଥିବାବେଳେ ଏନସିବିର ନବାବ ମଲିକ, ହସନ ମୁଶରୀଫ ଏବଂ କଂଗ୍ରେସର ଅସଲମ ଶେଖଙ୍କୁ କ୍ୟାବିନେଟ୍ ପଦବୀ ମିଳିଥିଲା ।