ସାଇବାବାଙ୍କ ଜନ୍ମଭୂମିକୁ ନେଇ ବିବାଦ ଏବେ ଉଗ୍ର ରୂପ ନେବାକୁ ଲାଗିଛି । ରବିବାରଠାରୁ ଶିରଡି ବନ୍ଦ କରିବା ପାଇଁ ଘୋଷଣା କରାଯାଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପାଥରୀକୁ ସାଇବାବାଙ୍କ ଜନ୍ମଭୂମି କହିବା ପରେ ଏହି ବିବାଦ ଦେଖାଦେଇଛି । ଏହାକୁ ନେଇ ଶିରଡି ବାସୀ ଅସନ୍ତୋଷ ଥିବା ବେଳେ ବିଜେପି ସାଂସଦ ସୁରଜ୍ ବିଖେ ପାଟିଲ୍ ଏହାକୁ ନେଇ ଆଇନ୍ ର ଲଢେଇ ଲଢିବା ପାଇଁ ଚେତାବନୀ ଦେଇଛନ୍ତି । ଆପଣଙ୍କୁ କହିରଖୁଛୁ , ପରଭଣୀ ଜିଲ୍ଲାର ପାଥରୀ ଶିରଡିଠାରୁ ୨୭୫ କିଲୋମିଟର ଦୂରତାରେ ଅବସ୍ଥିତ । ଠାକରେ ଏହି ଅଞ୍ଚଳକୁ ସାଇବାବା ଜନ୍ମଭୂମି ବୋଲି କହିଥିଲେ ଏବଂ ଏହାର ବିକାଶ ପାଇଁ ୧୦୦ କୋଟି ଟଙ୍କା ଦେବାକୁ ଘୋଷଣା ମଧ୍ୟ କରିଥିଲେ । ଏମିତିରେ ସାଇବାବାଙ୍କ ଜନ୍ମସ୍ଥଳୀକୁ ନେଇ କେହି କେବେ ସ୍ପଷ୍ଟ ଭାବରେ କହିପାରିନାହାନ୍ତି । କୁହାଯାଏ , ବାବା ଶିରଡିକୁ ଆସି କିଛି ସମୟ ରହିବା ପରେ ତାଙ୍କୁ ଏହି ସ୍ଥାନ ଭଲ ଲାଗିଥିଲା ଏବଂ ସେ ଏଠାରେ ହିଁ ରହିଥିଲେ । ଏହା ପରଠାରୁ ଶିରଡିର ନାଁ ମଧ୍ୟ ସାଇବାବାଙ୍କ ନାଁ ସହ ଜଡିତ ହୋଇଗଲା ।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଶିରଡି ନିବାସୀ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଶିରଡି ସାଇ ଟ୍ରଷ୍ଟ୍ କାର୍ଯ୍ୟକର୍ତ୍ତା ଙ୍କ କହିବାନୁୁସାର ସେମାନଙ୍କୁ ପାଥରୀର ବିକାଶରେ କୌଣସି ଆପତ୍ତି ନାହିଁ କିନ୍ତୁ ଏହାକୁ ସାଇବାବାଙ୍କ ଜନ୍ମସ୍ଥଳୀ କହିବା ଠିକ୍ ନୁହଁ । ଏହା ପୂର୍ବରୁ ସାଇବାବାଙ୍କ ମାତାପିତାକୁ ନେଇ ଭୁଲ୍ କଥା ପ୍ରଚାର ଏବଂ ପ୍ରସାର କରାଯାଇଥିଲା । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବୟାନରେ ଲୋକଙ୍କ ମଧ୍ୟରେ ଏତେ ଆକ୍ରୋଶ ଆସିଯାଇଛି ଯେ ସେମାନେ ଶିରଡି ସାଇ ମନ୍ଦିରକୁ ବନ୍ଦ କରିବା ପାଇଁ ଡାକରା ଦେଇଛନ୍ତି । ବିବାଦକୁ ଶାନ୍ତ କରିବା ପାଇଁ ମହାରାଷ୍ଟ୍ର ବିଧାନ ପରିଷଦର ଉପସଭାପତି ଏବଂ ଶିବସେନା ନେତା ନିଲମ୍ ଗୋର୍ହେ ଗୁରୁବାର ଶିରଡି ପହଁଚି ମନ୍ଦିର ବନ୍ଦ ନ କରିବା ପାଇଁ ଅପିଲ୍ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/pti10-21-2018-000223b_4156bc88-39c1-11ea-a49c-dfdc60e78d98.jpg)
/kanak/media/post_attachments/wp-content/uploads/2020/01/5b9a83cac61a278e3bd2af13deadccd5-300x201.jpg)
/kanak/media/post_attachments/wp-content/uploads/2020/01/874587-uddhav-thackeray-2-pti-300x169.jpg)