ଫ୍ଲାଇଟ୍ କମାଣ୍ଡର ହେଲେ ପଞ୍ଜାବର ଝିଅ ! ଭାରତୀୟ ବାୟୁସେନାରେ ପ୍ରଥମ ଫ୍ଲାଇଟ୍ କମାଣ୍ଡର ହୋଇ ଇତିହାସ ରଚିଲେ ଶୈଲଜା ଧାମୀ ।

133

ପ୍ରଥମ ଥର ପାଇଁ ଭାରତୀୟ ବାୟୁସେନାରେ ଫ୍ଲାଇଟ୍ କମାଣ୍ଡର ଭାବରେ ଜଣେ ମହିଳା ଇତିହାସ ରଚିଛନ୍ତି । ନାଁ ତାଙ୍କର ଶୈଲଜା ଧାମୀ । ଶୈଲଜା ହିଣ୍ଡନ୍ ଏୟାରବେସ୍ ରେ ଚେତକ୍ ହେଲିକ୍ୟାପ୍ଟର ୟୁନିଟ୍ ର ଫ୍ଲାଇଟ୍ କମାଣ୍ଡର ଭାବରେ ଦାୟିତ୍ୱ ସମ୍ଭାଳିଛନ୍ତି । ପଞ୍ଜାବର ଝିଅ ଶୈଲଜା ୧୫ ବର୍ଷ ଧରି ଭାରତୀୟ ବାୟୁସେନାରେ କାର୍ଯ୍ୟରତ । ଏହା ପୂର୍ବରୁ ସେ ପ୍ରଥମ ମହିଳା ଫ୍ଲାଇଙ୍ଗ୍ ପ୍ରଶିକ୍ଷକ ଏବଂ ଫ୍ଲାଇଙ୍ଗ୍ ବ୍ରାଞ୍ଚର ପ୍ରଥମ ମହିଳା ସ୍ଥାୟୀ କମିଶନର ରହିସାରିଛନ୍ତି । ୯ ବର୍ଷ ବୟସରୁ ପାଇଲେଟ୍ ହେବାର ସ୍ୱପ୍ନ ରଖି ଆସୁଥିବା ଶୈଲଜା ଏବେ ହେଲିକ୍ୟାପ୍ଟର ଉଡାଉଛନ୍ତି ଏବଂ ବର୍ତ୍ତମାନ ଉତ୍ତରପ୍ରଦେଶ ଗାଜିୟାବାଦ୍ ର ହିଣ୍ଡନ୍ ଏୟାରବେସ୍ ରେ ଚେତକ୍ ହେଲିକ୍ୟାପ୍ଟରରେ ଫ୍ଲାଇଙ୍ଗ୍ କମାଣ୍ଡର ରହିଛନ୍ତି । ଚେତକ ହେଉଛି ଏକ ହାଲୁ୍କା ୟୁଟିଲିଟି ହେଲିକ୍ୟାପ୍ଟର ଯେଉଁଥିରେ ୬ ଜଣ ଯାତ୍ରୀ ବସିପାରିବେ । ପ୍ରତିଘଣ୍ଟା ୨୨୦ କି.ମି ବେଗରେ ଦୌଡୁଥିବା ଏହି ହେଲିକ୍ୟାପ୍ଟର ସାମଗ୍ରୀ ସ୍ଥାନାନ୍ତର କରିବା , ସର୍ଚ୍ଚ ଏବଂ ରେସ୍କ୍ୟୁ , ଜରୁରୀକାଳୀନ ସମୟରେ ଡାକ୍ତରୀ ସେବା ପ୍ରଦାନ କରିବା ଏବଂ ସମୂଦ୍ରତଟରେ ହେଉଥିବା ଅପରେସନ୍ ରେ ଏହି ହେଲିକ୍ୟାପ୍ଟର କାମରେ ଆସିଥାଏ ।

ନିକଟରେ ଭାରତୀୟ ବାୟୁସେନାର ଫ୍ଲାଇଙ୍ଗ୍ ଅଫିସର୍ ଭାବନା କଣ୍ଠ୍ ପ୍ଲାଇଟର୍ ବିମାନ ଉଡାଇ ଇତିହାସ ରଚିଥିଲେ । ଏଭଳି ଦୁଃସାହସ ଦେଖାଇଥିବା ସେ ଭାରତୀୟ ବାୟୁସେନାର ପ୍ରଥମ ମହିଳା ପାଇଲେଟ୍ ହୋଇଛନ୍ତି । ଭାବନା ଭାରତୀୟ ପ୍ଲାଇଟର୍ ବିମାନ ମିଗ୍-୨୧ କୁ ସଫଳତା ପୂର୍ବକ ଉଡାଇ ଏହି ଯୋଗ୍ୟତା ହାସଲ କରିଥିଲେ । ଭାରତର ସବୁଠାରୁ ପୁରାତନ ବିମାନ ହେଉଛି ମିଗ୍-୨୧ । ଯାହାକୁ ୧୯୬୪ ରେ ପ୍ରଥମଥର ପାଇଁ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା । ଯାହାପରେ ଆଧୁନିକ ଟେକନିକ୍ ମାଧ୍ୟମରେ ଏହାକୁ ସମୟେ ସମୟେ ଅପଗ୍ରେଡ୍ କରାଯାଉଥିଲା ।