ଆପଣଙ୍କ ପିଲାମାନେ ମଧ୍ୟ ଅଧିକ ସମୟ ଧରି ସ୍କ୍ରିନକୁ ଦେଖୁଛନ୍ତି କି ? ହୁସିଆର ଏହି ରୋଗରେ ପଡିପାରନ୍ତି ।

43

ଡିଜିଟାଲ୍ ସମୟରେ ସବୁ ଯେମିତି ଡିଜିଟାଲ୍ ହୋଇଗଲାଣି । ନିତିଦିନିଆ ଜୀବନରେ ବୟସ୍କଙ୍କଠାରୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ ସବୁ ମୋବାଇଲ୍ ପଛରେ ଯେମିତି ପାଗଳ । ଖାସ୍ କରି ଛୋଟ ଛୁଆଙ୍କ ମଧ୍ୟରେ ମୋବାଇଲ୍ ଫୋନର କ୍ରେଜ୍ ଅଧିକ ଦେଖିବାକୁ ମିଳୁଛି । ବାପା ମା’ ପିଲାକୁ ଚୁପ୍ କରିବା ପାଇଁ ମୋବାଇଲ୍ ଫୋନକୁ ଅସ୍ତ୍ର ଭଳି ବ୍ୟବହାର କରୁଛନ୍ତି । ତେବେ ଏଥିରେ ପିଲାମାନଙ୍କ ମଧ୍ୟରେ କିଭଳି ପରିବର୍ତ୍ତନ ହେଉଛି ସେ ବିଷୟରେ ଅଜ୍ଞ ବାପା ମା’ ପରମୁହୂର୍ତ୍ତରେ ହଇରାଣ ହୁଅନ୍ତି । ମୋବାଇଲ୍ ଫୋନରେ ଅଧିକ ସମୟ ଗେମ୍ ଖେଳିବା ଏବଂ ଗୀତ ଶୁଣିବା ଭଳି ଅଭ୍ୟାସ ପିଲାଙ୍କ ମଧ୍ୟରେ ସ୍କ୍ରିନ୍ ଡିପେଡେନ୍ସି ଡିସଅର୍ଡର ଭଳି ସମସ୍ୟା ଉପୁଜାଇଥାଏ । କ’ଣ ଏହି ରୋଗ?
କ୍ଲାଉଡେଟ୍ ଆଭେଲେନୋ –ଟାନଡୋକୋ ଏକ ଚାଇଲ୍ଡ ଡେଭଲପମେଣ୍ଟ ଫର୍ମ ଅଟେ । ଏହି ଫର୍ମ ମୁତାବକ ପ୍ରତିବର୍ଷ ୩ ରୁ ୪ ବର୍ଷ ବୟସ ମଧ୍ୟରେ ୬୦ ପ୍ରତିଶତ ପିଲାଙ୍କ ମଧ୍ୟରେ ଏଭଳି ରୋଗ ଦେଖାଯାଏ । ଏହାର ପ୍ରଭାବରେ ପିଲାମାନଙ୍କ ମଧ୍ୟରେ ସ୍କ୍ରିନ୍ ଦେଖିବା ଭଳି ଅଭ୍ୟାସ ରହିଯାଏ ଯାହା ସେମାନଙ୍କ ମସ୍ତିଷ୍କ ଏବଂ ଆଖି ଉପରେ କୁପ୍ରଭାବ ପକାଏ । ବେଳେବେଳେ ଆପଣ ନଜର କରୁଥିବେ ପିଲାମାନେ ଟିକେ ଟିକେ କଥାରେ ଚିଡଚିଡା ହୋଇଯାଉଛନ୍ତି ଏହା ଏହି ରୋଗର ଲକ୍ଷଣ ଜାଣିନିଅନ୍ତୁ । କେବଳ ଏତିକି ନୁହଁ ନିଦ ନ ଲାଗିବା,ଓଜନରେ ବଢିବା ଏବଂ କମିବା, ପିଠି କାଟିବା,ମୁଣ୍ଡ ବିନ୍ଧା ଇତ୍ୟାଦି ସାମିଲ ହୋଇ ରହିଛି । ଏହାର ମନୋସ୍ତାତ୍ତ୍ୱିକ ଲକ୍ଷଣରେ ମନ ଏବଂ ମସ୍ତିଷ୍କ ବିଚଳିତ ହେବା,ବାରମ୍ବାର ମିଛ କହିବା,ଏକାକୀପଣ, ଅପରାଧପଣ ଅନୁଭବ କରିବା ଭଳି ମନେ ହୁଏ । ଏହି ରୋଗରେ ପୀଡିତ ଥିବା ପିଲା ଘଣ୍ଟା ଘଣ୍ଟା ଧରି ସ୍କ୍ରିନ୍ ଆଗରେ ବସିବାର ସାମର୍ଥ୍ୟ ରଖିଥାଏ । ସେମାନେ ବାହାରକୁ ଯିବା,ଖେଳିବା,କାହା ସହ କଥାବାର୍ତ୍ତା କରିବାକୁ ବିରକ୍ତି ପ୍ରକାଶ କରନ୍ତି । ବେଳେବେଳେ ଏହି ପିଲାମାନେ ଶୋଇବା ମଧ୍ୟ ଭୁଲିଯାନ୍ତି । ଯାହା ପରବର୍ତ୍ତୀ ସମୟରେ ସେମାନଙ୍କ ପାଇଁ କାଳ ସାଜିଥାଏ । ଯଦି ସଠିକ୍ ସମୟରେ କୌଣସି ଶିଶୁ ଡାକ୍ତର ବିଶେଷଜ୍ଞଙ୍କ ପାଖକୁ ପିଲାର ଚିକିତ୍ସା ପାଇଁ ନିଆ ନ ଯାଏ ତେବେ ଏହି ସମସ୍ୟା ଅଧିକ ଦେଖାଯାଏ ।