ଅଣ୍ଡା ବାହାରୁ ତ ଶକ୍ତ ଦେଖାଯାଏ କିନ୍ତୁ ଅଣ୍ଡା ଭିତରୁ ଯେତେବେଳେ କୁକୁଡା ଛୁଆ ବାହାରେ ତେବେ ଖୁବ୍ ସହଜରେ ଅଣ୍ଡାକୁ ଭାଙ୍ଗି ବାହାରି ଆସେ । ଏହା କେମିତି ହୋଇଥାଏ ତାହା ଏଯାଏଁ କାହାକୁ ଜଣା ପଡି ନଥିବାବେଳେ କାନାଡାର ବୈଜ୍ଞାନିକମାନେ ଏହାର ଉତ୍ତର ଖୋଜି ବାହାର କରିଛନ୍ତି ।
କାନାଡାର ମେକଗ୍ରିଲ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହାର ରିସର୍ଚ୍ଚ କରି ଜାଣିବାକୁ ପାଇଲେ ଯେ କୁକୁଡା ଯେତେବେଳେ ଅଣ୍ଡା ଦିଏ ଏହା ବାହାର ବାତାବରଣରୁ ଛୁଆକୁ ରକ୍ଷା କରିବା ପାଇଁ ଶକ୍ତ ହୋଇ ରହିଥାଏ । କିନ୍ତୁ ଯେତେବେଳେ ଅଣ୍ଡା ଭିତରେ ଛୁଆର ଶାରୀରିକ ବିକାଶ ହେବା ଆରମ୍ଭ ହୋଇଥାଏ ସେତେବେଳେ ଛୁଆର ହାଡ ବିକଶିତ ହେବା ପାଇଁ କ୍ୟାଲସିୟମର ଆବଶ୍ୟକତା ପଡିଥାଏ । ସେହି ସମୟରେ ଅଣ୍ଡା ଖୋଳ ଭିତରେ ଥିବା ମିନେରାଲ୍ ଆୟନ୍ ଚିଆଁକୁ କ୍ୟାଲସିୟମ୍ ଯୋଗାଇବା ପାଇଁ ନିଜ ଭିତରେ ଗୋଳାଇ ହୋଇଯାନ୍ତି । ଏହା ଫଳରେ ଏହି ପରଦ ଆପୋଷରେ ମିଶିଯାଇ ନରମ ହୋଇଯାନ୍ତି ଏବଂ ଚିଆଁ ଖୁବ୍ ସହଜରେ ବାହାରକୁ ବାହାରିଆସେ ।
କେବଳ ଏତିକି ନୁହେଁ, ଅଣ୍ଡା ଖୋଳ ମଧ୍ୟ ବହୁ ଉପକାରୀ । ଅଣ୍ଡାର ଖୋଳରୁୁ କ୍ୟାଲସିୟମ୍ ମିଳିପାରିବ । ଅଣ୍ଡାର ଖୋଳକୁ ଗରମ ପାଣିରେ ସଫା କରି ଏହାକୁ ଶୁଖାନ୍ତୁ । ଏହାପରେ ଏହାକୁ ଗୁଣ୍ଡ କରିଦିଅନ୍ତୁ ଏବଂ ପବନ ଯାଇ ନପାରୁଥିବା ଏକ ପାତ୍ରରେ ବନ୍ଦ କରି ରଖନ୍ତୁ । ଏହି ଗୁଣ୍ଡକୁ ଆପଣ ମଧ୍ୟ କ୍ୟାଲସିୟମ୍ ପାଉଡ଼ର ଭାବେ ବ୍ୟବହାର କରିପାରିବେ ।ଅଣ୍ଡା ଖୋଳ ଗୁଣ୍ଡକୁ ଅଣ୍ଡାରେ ଗୋଳେଇ ଲଗାଇବା ଦ୍ୱାରା ବିଭିନ୍ନ ପ୍ରକାରର ଚର୍ମ ସଂକ୍ରମଣରୁ ରକ୍ଷା ମିଳିଥାଏ । ଏହା ସହ ତ୍ୱଚାର ରୁକ୍ଷତା ଏବଂ ଦାଗ ଦୂର ହୋଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/05/EGG.jpg)