ଗ୍ରୀଷ୍ମ ଋତୁ ହେଉ ବା ବର୍ଷା ଋତୁ, ଏହି ଦୁଇଟି ଋତୁରେ କୀଟପତଙ୍ଗ କାମୁଡିବାର ସମ୍ଭାବନା ଅଧିକ ଥାଏ । ଏହା ହେଉଛି ପ୍ରକୃତ ସମୟ ଯେତେବେଳେ ଆମକୁ ସୁରକ୍ଷିତ ରହିବା ପାଇଁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡେ । କୀଟ ଦଂଶନ ଦ୍ୱାରା ଆମ ଶରୀରରେ ଜଳାପୋଡା ତଥା ବିଭିନ୍ନ ପ୍ରତିକ୍ରିୟା ସୃଷ୍ଟି ହୁଏ । ଜାଣନ୍ତୁ ଏମାନଙ୍କଠୁ ବଂଚିବା ପାଇଁ କିଛି ଘରୋଇ ଉପାୟ ।
ଲକ୍ଷଣ :
• ପୀଡା ହେବା ଓ କୁଣ୍ଡେଇ ହେବା
• ନାଲି ପଡିବା ଓ ଫୁଲିବା
• ମନ ବିଚଳିତ ହେବା
• ଜୋରରେ ହୃତ ସ୍ପନ୍ଦନ ହେବା
• ଜଳାପୋଡା ହେବା
• ଅଣନିଶ୍ୱାସୀ ଲାଗିବା
• ଶରୀରରେ ଫଳିଯିବା
• ଗଣ୍ଠି ଯନ୍ତ୍ରଣା ହେବା
ପିଆଜ : ୧ ଚାମଚ ପିଆଜ ରସରେ ୧ ଚାମଚ ଲେମ୍ବୁ ରସ ମିଶାନ୍ତୁ । ସେହି ମିଶ୍ରଣକୁ ଏକ ତୁଳା ସାହାଯ୍ୟରେ କାମୁଡିଥିବା ସ୍ଥାନରେ ଲଗାନ୍ତୁ । ସେହି ତୁଳାକୁ ୧୦ରୁ ୧୫ ମିନିଟ୍ ପର୍ୟ୍ୟନ୍ତ ଛାଡି ଦିଅନ୍ତୁ । ତା’ପରେ ଗରମ ପାଣିରେ ଧୋଇ ଦିଅନ୍ତୁ । ଏହି ପ୍ରକ୍ରିୟାକୁ ୨ରୁ ୩ ଦିନ ପର୍ୟ୍ୟନ୍ତ ପ୍ରତିଦିନ ଦୋହରାନ୍ତୁ ।
ବରଫ ଖଣ୍ଡ : ଗୋଟିଏ ମୁଠା ବରଫ ଖଣ୍ଡକୁ ଏକ କୋମଳ ସୂତା କପଡାରେ ଘୋଡାନ୍ତୁ । ସେହି ବରଫ ଖଣ୍ଟକୁ କୀଟ କାମୁଡିଥିବା ସ୍ଥାନରେ ୧୦ ମିନିଟ୍ ପାଇଁ ରଖନ୍ତୁ । ଏହାକୁ ବାରମ୍ବାର ଦୋହରାନ୍ତୁ । ପୀଡା କମିଯିବ ।
ମହୁ : ୨ ଚାମଚ ମହୁକୁ ଅଧା ଚାମଚ ହଳଦୀ ଗୁଣ୍ଡ ସହ ମିଶାଇ ପ୍ରଭାବିତ ସ୍ଥାନରେ ଲଗାନ୍ତୁ । କିଛି ଘଣ୍ଟା ପର୍ୟ୍ୟନ୍ତ ଛାଡି ଦେଇ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏହି ପ୍ରକ୍ରିୟାକୁ ୨ରୁ ୩ ଦିନ ପର୍ୟ୍ୟନ୍ତ ଦୋହରାନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/tjyoiuy.jpg)
/kanak/media/post_attachments/wp-content/uploads/2018/09/eee-300x197.jpg)
/kanak/media/post_attachments/wp-content/uploads/2018/09/ggg5667-300x196.jpg)
/kanak/media/post_attachments/wp-content/uploads/2018/09/1413404558868-300x225.jpeg)
/kanak/media/post_attachments/wp-content/uploads/2018/09/hhht5-300x161.jpg)