ରାଜସ୍ଥାନ ସବଅର୍ଡିନେଟ୍ ଆଣ୍ଡ୍ ମିନିଷ୍ଟ୍ରିୟଲ୍ ସର୍ବିସେଜ୍ ସିଲେକ୍ସନ୍ ବୋର୍ଡ ତରଫରୁ ଶିକ୍ଷକତା କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ବାହାରି ଯାଇଛି ଭ୍ୟାକେନ୍ସୀ । ଏହି ଭ୍ୟାକେନ୍ସୀ ମାଧ୍ୟମରେ ଏନଟିଟି ଟିଚର ପଦବୀ ପାଇଁ ଉପଯୁକ୍ତ ପ୍ରାର୍ଥୀଙ୍କ ଚୟନ କରାଯାଇଛି । ଯଦି ଆପଣ ବି ଏହି ଭର୍ତ୍ତିରେ ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଛନ୍ତି ତେବେ ଏହାର ଅଫିସିଆଲ୍ ୱେବସାଇଟ୍ ରେ ଯାଇ ଆବେଦନ କରନ୍ତୁ । ତେବେ ନିମ୍ନରେ ପଦବୀ ସମ୍ବନ୍ଧୀୟ ସୁଚନା ଦିଆଯାଇଛି ।
ପଦସଂଖ୍ୟା : ଏହି ଭର୍ତ୍ତିରେ ମୋଟ ୧୩୧୦ ପ୍ରାର୍ଥୀଙ୍କୁ ଚୟନ କରାଯିବ ଏବଂ ଏମାନଙ୍କୁ ମାଟ୍ରିକ୍ସ ଲେବଲ୍-୫ ଆଧାରରେ ଦରମା ଦିଆଯିବ । ଏଥିରେ ନନ୍ ଟ୍ରାଇଭାଲ୍ ଏବଂ ସହରୀ କ୍ଷେତ୍ର ଆଧାରରେ ପଦସଂଖ୍ୟା ଚୟନ କରାଯିବା ।
ଯୋଗ୍ୟତା : ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ ଦ୍ୱାଦଶ ପାସ୍ ହେବା ସହ ଏନଟିଟି କୋର୍ସ କରିବା ଆବଶ୍ୟକ ଅଟେ ।
ଆବେଦନ ଫିସ୍ : ଆବେଦନ କରିବା ପାଇଁ ଜେନେରାଲ୍ ଏବଂ ଓବିସି ବର୍ଗର ପ୍ରାର୍ଥୀଙ୍କୁ ୪୫୦ ଟଙ୍କା,ଏନସିଏଲ୍ ଓବିସି ବର୍ଗର ପ୍ରାର୍ଥୀଙ୍କୁ ୩୫୦ ଟଙ୍କା ଏବଂ ଏସସି-ଏସଟି ବର୍ଗର ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା ଫିସ୍ ଦେବାକୁ ପଡିବ ।
ବୟସ ସୀମା : ଏହି ପଦରେ ଆବେଦନ କରିବାପାଇଁ ଉପଯୁକ୍ତ ପ୍ରାର୍ଥୀଙ୍କ ବୟସସୀମା ୧୮ ରୁ ୪୦ ବର୍ଷ ବୟସ ଭିତରେ ହେବା ଦରକାର ।
କିଭଳି କରିବେ ଆବେଦନ : ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ୍ ୱେବସାଇଟ୍ www.rsmssb.rajasthan.gov.in ରେ ଯାଇ ଆବେଦନ କରିପାରିବେ ।
ଅନ୍ତିମ ତାରିଖ : ଆବେଦନର ଅନ୍ତିମ ତାରିଖ ୨୮ ଅକ୍ଟୋବର,୨୦୧୮ ।
ଜବ୍ ଲୋକେସନ୍ : ରାଜସ୍ଥାନ
କିଭଳି ହେବ ଚୟନ ?
ଉପଯୁକ୍ତ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଆଧାରରେ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/MAIN_2.jpg)
/kanak/media/post_attachments/wp-content/uploads/2018/10/ret4t-300x196.jpg)