ଖୁବଶୀଘ୍ର ଆପଣଙ୍କ ହାତମୁଠାକୁ ଆସିବ ନୂଆ ୨୦ ଟଙ୍କିଆ ନୋଟ୍ । ଏହି ନୋଟରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ହସ୍ତାକ୍ଷର ରହିବ ଏବଂ ନୋଟ୍ ପଛରେ ଦେଶର ସାଂସ୍କୃତିକ ସ୍ତୁପ ଏଲୋରା ଗୁମ୍ପାର ଚିତ୍ର ଦେଖିବାକୁ ମିଳିବ । ମହାତ୍ମା ଗାନ୍ଧୀଙ୍କ ନୂଆ ସିରିଜରେ ଏହି ନୋଟ୍ ର ରଙ୍ଗ ହଳଦିଆ ରଙ୍ଗର ରହିବ । ତେବେ ଆରବିଆଇ ତରଫରୁ ଏହି ସୂଚନା ମଧ୍ୟ ଦିଆଯାଇଛି କି ନୂଆ ରଙ୍ଗର ନୋଟ୍ ଆସିବା ପରେ ମଧ୍ୟ ପୁରୁଣା ନୋଟର ପ୍ରଚଳନ ଜାରି ରହିବ ।

Advertisment

publive-image

ଏଭଳି ରହିବ ନୋଟ୍ ର ସାମ୍ନା ପଟ :

ଆରବିଆଇ ଦେଇଥିବା ବିବରଣୀରେ ୨୦ ଟଙ୍କିଆର ସାମ୍ନା ପଟେ ମହାତ୍ମା ଗାନ୍ଧୀଙ୍କ ଫଟୋ ମଧ୍ୟଭାଗରେ ରହିଥିବା ବେଳେ ନୋଟ୍ ର ମୂଲ୍ୟ ଉଭୟ ହିନ୍ଦୀ ଏବଂ ଇଂରାଜୀରେ ଲେଖାଯାଇଛି । ଆରବିଆଇ,ଭାରତ,ଇଣ୍ଡିଆ ଏବଂ ୨୦ ମାଇକ୍ରୋ ଲେଟର୍ ରୁପରେ ଦେଖାଯିବ । ସୁରକ୍ଷା ପଟି ଉପରେ ଭାରତ ଏବଂ ଆରବିଆଇ ଲେଖାଥିବା ଦେଖିବାକୁ ମିଳିବ । ନୋଟ୍ ର ଦ୍ୱିତୀୟ ପଟେ ଗ୍ୟାରେଣ୍ଟି କ୍ଲାଜ୍ ,ଗଭର୍ଣ୍ଣରଙ୍କ ହସ୍ତାକ୍ଷର,ଆରବିଆଇ ପ୍ରତୀକ ଚିହ୍ନ ଏବଂ ମହାତ୍ମା ଗାନ୍ଧୀଙ୍କ ଫଟୋ ଡାହାଣ ପଟେ ରହିବ ଏବଂ ନୋଟ୍ ର ଡାହାଣ ପଟେ ଅଶୋକ ସ୍ତମ୍ଭ ମଧ୍ୟ ରହିବ । ନୋଟ୍ ନମ୍ବର ବାମରୁ ଡାହାଣ ପର୍ଯ୍ୟନ୍ତ ବଢୁଥିବା ଆକାରରେ ଛପା ଯାଇଥିବା ଦେଖିବାକୁ ମିଳିବ ।

publive-image

ଏଭଳି ଦେଖାଯିବ ପଛ ଭାଗ :

ନୋଟର ପଛ ଭାଗରେ ବାମରେ ବର୍ଷ,ସ୍ୱଚ୍ଛ ଭାରତର ଲୋଗୋ ଏବଂ ସ୍ଲୋଗାନ୍ ସହ ଭାଷାର ପଟ୍ଟି ମଧ୍ୟ ଦେଖିବାକୁ ମିଳିବ । ନୋଟର ପଛ ଭାଗରେ ଏଲୋରା ଗୁମ୍ପାର ଚିତ୍ର ଭାରତର ସାଂସ୍କୃତିକ ପ୍ରତିନିଧିତ୍ୱ କରିବ । ନୋଟଟି ୬୩ ମି.ମି ଚଉଡା ଏବଂ ୧୨୯ ଲମ୍ବା ରହିବ ।