ରକ୍ତଦାନ ମହାପୂଣ୍ୟ ଏହି ସ୍ନୋଗାନକୁ ଚରିତାର୍ଥ କରି ଦେଖାଇଛନ୍ତି କିରଣ ! ରକ୍ତଦାନ ସଚେତନତା ବାର୍ତ୍ତା ପ୍ରଚାର ପାଇଁ ପାଦରେ ଚାଲି ଲୋକଙ୍କୁ ସଚେତନ କରାଉଛନ୍ତି ।

Advertisment
ରକ୍ତଦାନ ମହାପୂଣ୍ୟ ଏହି ସ୍ନୋଗାନକୁ ଚରିତାର୍ଥ କରି ଦେଖାଇଛନ୍ତି କିରଣ ! ରକ୍ତଦାନ ସଚେତନତା ବାର୍ତ୍ତା ପ୍ରଚାର ପାଇଁ ପାଦରେ ଚାଲି ଲୋକଙ୍କୁ ସଚେତନ କରାଉଛନ୍ତି ।

Source:Indiatimes.com

ରକ୍ତ ନ ପାଇ ଅନେକ ସମୟରେ ବହୁ ଲୋକଙ୍କ ଜୀବନ ଚାଲିଯାଉଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ କରିବା ପାଇଁ ଲୋକମାନଙ୍କୁ ସଚେତନ କରାଯିବା ସହ ରକ୍ତଦାନ ଶିବିରମାନ ଆୟୋଜନ କରାଯାଉଛି। ଆଉ ଏହା ମଧ୍ୟରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଅନ୍ୟମାନଙ୍କୁ କିପରି ରକ୍ତ ମିଳିପାରିବ ସେ ନେଇ ନିଜର ପ୍ରୟାସ ଜାରି ରଖିଛନ୍ତି। ନୋଏଡାର ଏକ ବିଶ୍ୱବିଦ୍ୟାଳୟର ମାର୍କେଟିଙ୍ଗ ହେଡ ୩୩ ବର୍ଷୀୟ ଏହି ଯୁବକ ହଜାର ହଜାର ଲୋକମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି।publive-imageଏହି ଯୁବକଙ୍କର ନାମ ହେଉଛି କିରଣ ବର୍ମା। ରକ୍ତଦାନ ପ୍ରତି ସଚେତନତା ଦିଗରେ ଏହି ବ୍ୟକ୍ତିଜଣଙ୍କ ହଜାର ହଜାର କିଲୋମିଟର ପାଦରେ ଚାଲି ଚାଲି ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି । ଭାରତରେ ପ୍ରତି ବର୍ଷ ରକ୍ତ ଅଭାବରୁ ୧୨,୦୦୦ ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି କିରଣ ଏକ ନିଆରା ପ୍ରୟାସ ଜାରି ରଖିଛନ୍ତି। ତେବେ କିରଣ ହେଉଛନ୍ତି ମୋବାଇଲ ଆପ ସିମ୍ପୁଲ ବ୍ଲଡର ପ୍ରତିଷ୍ଠାତା। ଏହି ମୋବାଇଲ ଆପ ସାହାଯ୍ୟରେ ଅନଲାଇନ ବ୍ଲଡ ଡୋନରଙ୍କୁ ଖୋଜାଯାଇପାରିବ। କରିଣ ବର୍ମାଙ୍କ କହିବା କଥା ସେ ତାଙ୍କର ଏହି ଅଭିଯାନ ପ୍ରୟାସରେ ପାଖାପାଖି ୧.୫ ଲକ୍ଷ ଲୋକଙ୍କର ଡାଟାବେସକୁ ଯୋଡିବାକୁ ଚାହୁଁଛନ୍ତି ।publive-imageଏହି ପ୍ରୟାସ ଜରିଆରେ କିରଣ ୧୧ଟି ଦେଶରେ ଏପର୍ୟ୍ୟନ୍ତ ୨୦୦୦ରୁ ଅଧିକ ଲୋକଙ୍କର ଜୀବନ ବଞ୍ଚାଇ ସାରିଲେଣି । ସେ ଗତ ଜାନୁଆରୀ ୨୬ ତାରିଖରୁ ଏହି ପ୍ରୟାସ ଶ୍ରୀନଗରର ଲାଲଚୌକ ଠାରୁ ଆରମ୍ଭ କରିଥିଲେ । ତେବେ ଏ ପର୍ୟ୍ୟନ୍ତ ଉଦୟପୁର, ବଡୋଦରା, ଚେନ୍ନାଇ ଏବଂ ବାଙ୍ଗାଲୋର ସହର ପରିକ୍ରମା କରି ଜାମ୍ମୁକାଶ୍ମୀର, ପଞ୍ଜାବ, ହିମାଚଳ, ରାଜସ୍ଥାନ, ଗୁଜୁରାଟ, କେରଳ, ଗୋଆ, ମହାରାଷ୍ଟ୍ର, କର୍ଣ୍ଣାଟକ ପରି ଅନେକ ରାଜ୍ୟରେ ପହଞ୍ଚିସାରିଲେଣି। ମାତ୍ର ତିନି ମାସରେ ପାଦରେ ଚାଲିଚାଲି ଏବଂ ପବ୍ଲିକ ଟ୍ରାନସପୋର୍ଟ ସହାୟତାରେ ସେ ୭ ହଜାର କିଲୋମିଟର ଯାତ୍ରା କରିସାରିଲେଣି।publive-imageଜାତୀୟ ଗଣମାଧ୍ୟମକୁ କିରଣ କହିଛନ୍ତି, ଅନେକ ସହରରେ ରକ୍ତଦାନର ସଂଖ୍ୟା କମିଯାଇଛି। ଆଉ ଏହି କାରଣରୁ ସେ ସଚେତନତାର ବାର୍ତ୍ତା ବାଣ୍ଟି ଚାଲିଛନ୍ତି । ସେ ପ୍ରତି ୧ କିଲୋମିଟରରେ ୧୦ ଜଣ ଲୋକମାନଙ୍କ ସହ ମିଶିବାକୁ ଲକ୍ଷ୍ୟ ରଖିଛନ୍ତି ।
ତେବେ କ୍ୟାନସର କାରଣରୁ ନିଜ ମାଙ୍କୁ ହରାଇବା ପରେ କିରଣଙ୍କୁ ଏଭଳି ମିଶନ ଏବଂ ଏଭଳି ଆପ କରିବା ପାଇଁ ପ୍ରେରଣା ମିଳିଥିଲା। ତେବେ କିରଣ ସ୍କୁଲ, ରେଲୱେ ଷ୍ଟେସନ ଏବଂ ବସ ଷ୍ଟପ ଆଦି ସ୍ଥାନ ମାନଙ୍କରେ ୬,୫୦,୦୦୦ ଜଣ ଲୋକମାନଙ୍କ ସହ ସାକ୍ଷାତ କରିସାରିଲେଣି। ଏପରିକି ରକ୍ତଦାନ ସଚେତନତା ପାଇଁ ସେ ନେପାଳ ଏବଂ ଭୂଟାନ ମଧ୍ୟ ଯାଇସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe