ସାମୂଦ୍ରିକ ଝଡ ଫୋନି ପାଇଁ ଆତଙ୍କିତ ସାରା ଓଡିଶା । ଫାଇଲିନ୍ ଠାରୁ ବଡ ଏବଂ ତିତଲିଠାରୁ କମ୍ ପ୍ରଭାବ ଥିବା ଫୋନି ପାଇଁ ଆତଙ୍କିତ ନ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ‘ ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ,ଆତଙ୍କିତ ହୁଅନ୍ତୁ ନାହିଁ , ଶାନ୍ତ ରୁହନ୍ତୁ ଏବଂ ସରକାରଙ୍କୁ ସହଯୋଗ କରନ୍ତୁ।’ ତେବେ ଫୋନି ପ୍ରଭାବରେ ପବନର ବେଗ ୧୭୦ ରୁ ୧୮୦ କି.ମି. ରହିବା ସମ୍ଭାବନା ଏବଂ ପୁରୀ ଠାରୁ ୪୫୦ କି.ମି. ଦୂରରେ ରହିଛି ଫୋନି । ସାମୂଦ୍ରିକ ଝଡ ଫୋନି ଗୋପାଳପୁର-ଚାନ୍ଦବାଲି ମଝିରେ ହିଟ୍ କରିବା ସମ୍ଭାବନା । ଫୋନି ପ୍ରଭାବରେ ଦକ୍ଷିଣ-ଉପକୁଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/naveen-patnaik.jpg)
/kanak/media/post_attachments/wp-content/uploads/2019/05/CM-UP-300x177.jpg)