କନ୍ଧମାଳ ଫିରିଙ୍ଗିଆରେ ପୋଲିସ ନିର୍ଯାତନାର କରୁଣ ପରିଣତି ! କୀଟନାଶକ ପିଇ ଆତ୍ମହତ୍ୟା କଲେ ଯୁବକ ।

36

କନକ ବ୍ୟୁରୋ : କନ୍ଧମାଳ ଫିରିଙ୍ଗିଆରେ ପୋଲିସ ନିର୍ଯାତନାର କରୁଣ ପରିଣତି । କୀଟନାଶକ ପିଇ ଯୁବକଙ୍କ ଆତ୍ମହତ୍ୟା । ଫିରିଙ୍ଗିଆ ଥାନା ସଖିପଡା ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ଶ୍ରୀବତ୍ସ ନାୟକ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଘରୋଇ କଳି ପରେ ସେମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ । ତେବେ ସ୍ୱାମୀ ସ୍ତ୍ରୀ କଳି ସମାଧାନ କରିବା ପରିବର୍ତେ ପୋଲିସ ଓଲଟା ଶ୍ରୀବତ୍ସଙ୍କୁ ଧମକ ଚମକ ଦେଇଥିବା ଅଭିଯୋଗ ହୋଇଛି । ଏହା ସହ ଶ୍ରୀବତ୍ସଙ୍କ ଠାରୁ ଜୋର କରି ଛାଡପତ୍ର ଲେଖାଇ ନେଇଥିବା ମଧ୍ୟ ଅଭିଯୋଗ ହୋଇଛି ।

ଫଳରେ କୀଟନାଶକ ପିଇ ଦେଇଥିଲେ ଶ୍ରୀବତ୍ସ ନାୟକ । ତାଙ୍କୁ ମେଡିକାଲ ଆଣିବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଛି । ପୋଲିସର ନିର୍ଯାତନା ସହି ନପାରି ତାଙ୍କ ବାପା ଆତ୍ମହତ୍ୟା କରିଥିବା ଶ୍ରୀବତ୍ସଙ୍କ ଦୁଇ ପୁଅ କନ୍ଧମାଳ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତେବେ ଘରୋଇ କଳିରୁ ଶ୍ରୀବତ୍ସ ଆତ୍ମହତ୍ୟା କରିଥିବା ଏସପି କହିଛନ୍ତି । ଏହା ସହ ପୋଲିସ ବିରୋଧରେ ଆସିଥିବା ଅଭିଯୋଗ ସଂପର୍କରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଏସପି ।