ବିବାହ ସମୟରେ ଆପଣ ଆପଣଙ୍କ ସଂପର୍କୀୟଙ୍କୁ କିଭଳି ଉପହାର ଦେବାକୁ ପସନ୍ଦ କରନ୍ତି । କିଛି ଏଭଳି ଜିନିଷ ଯାହାକୁ ଦେଖି ସେ ଆପଣଙ୍କୁ ପରମୂହୁର୍ତ୍ତରେ ମନେ ପକାଇ ପାରୁଥିବେ କିମ୍ବା ଏମିତି କିଛି ଦ୍ରବ୍ୟ ଯାହାକୁ ସେମାନେ ବ୍ୟବହାର କରିପାରିବେ । କିନ୍ତୁ ଏମିତି ଏକ ବାହାଘରରେ ବରବନ୍ଧୁମାନେ ନବଦମ୍ପତିକୁ ଏଭଳି ଉପହାର ଦେଇଛନ୍ତି । ଯାହାକୁ ଦେଖି ସମସ୍ତେ ହସିବା ସହ ଏହାକୁ ସର୍ବୋକୃଷ୍ଟ ଉପହାର ବୋଲି ମଧ୍ୟ ଗ୍ରହଣ କରିଛନ୍ତି । ଜଣେ ବ୍ୟକ୍ତିଙ୍କ ବାହାଘର ଅବସରରେ ତାଙ୍କର ସାଙ୍ଗମାନେ ବିବାହ ଉପହାର ବାବଦରେ ୫ ଲିଟର୍ ପେଟ୍ରୋଲ୍ ଦେଇଛନ୍ତି, ଯାହାର ଦର ଆଜିକାଲି ହୁ ହୁ ହୋଇ ଦର ବଢ଼ି ଚାଲିଛି। ବିବାହ ହଲ୍ରେ ନବବିବାହିତା ଦମ୍ପତି ଅତିଥିମାନଙ୍କୁ ସ୍ୱାଗତ କରୁଥିବାବେଳେ ବରର ସାଙ୍ଗମାନେ ସଦଳ ବଳେ ସେଠାକୁ ଆସି ତାଙ୍କୁ ୫ଲିଟର୍ ପେଟ୍ରୋଲ୍ ପଶିଥିବା ଗୋଟିଏ ଜେରିକିନ୍ ଉପହାର ଦେଇଥିବା କଥା ସ୍ଥାନୀୟ ଟେଲିଭିଜନ୍ ଚାନେଲ୍ କହିଛି।

Advertisment

publive-image

ହାସ୍ୟରୋଳ ମଧ୍ୟରେ ବ୍ୟକ୍ତିଜଣକ ତାହାକୁ ଗ୍ରହଣ କରିଛନ୍ତି। ଏହି ପେଟ୍ରୋଲ୍ ଉପହାର ଦେବାନେବାର ଏକ ୩୯ ସେକେଣ୍ଡ୍ବିଶିଷ୍ଟ ଭିଡିଓ କ୍ଲିପ୍କୁ ମଧ୍ୟ ତାମିଲ୍ ଟେଲିଭିଜନ୍ ଚାନେଲ୍ ‘ପୁତିୟା ତାଲାଇମୁରାଇ’ ପ୍ରସାରଣ କରିଛି। ସମ୍ପ୍ରତି ତାମିଲ୍ନାଡୁରେ ପେଟ୍ରୋଲ୍ ଦର ଲିଟର୍ ପିଛା ରହିଛି ଟ ୮୫. ୧୫ ପଇସା। ଦେଶରେ ସର୍ବାଧିକ ମୂଲ୍ୟରେ ପେଟ୍ରୋଲ୍ ବିକ୍ରୟ ହେଉଥିବା ରାଜ୍ୟଗୁଡ଼ିକ ମଧ୍ୟରେ ତାମିଲ୍ନାଡୁ ଅନ୍ୟତମ। ବରର ସାଙ୍ଗମାନେ କହନ୍ତି: ଇନ୍ଧନ ଏବେ ଉପହାର ଦେଲା ଭଳି ଜିନିଷ ହୋଇ ଗଲାଣି।