ଏଭଳି ହୋଇପାରେ ଯେ ତାମିଲନାଡୁ ଲୋକମାନଙ୍କୁ ଅଗଷ୍ଟ ୧୫ ତାରିଖରୁ କୋକା କୋଲା ଏବଂ ପେପ୍ସି ପିଇବାକୁ ନ ମିଳିପାରେ । ଏହା ଏଭଳି କାରଣ ତାମିଲନାଡୁ ବ୍ୟବସାୟୀ ସଂଗଠନର ଅଧିକାରୀ ଘୋଷଣା କରିଛନ୍ତି ଯେ ଅଗଷ୍ଟ ୧୫ ତାରିଖରୁ ସେଠାରେ କୋକା କୋଲା ଏବଂ ପେପ୍ସି ବିକ୍ରି କରାଯିବ ନାହିଁ । ଏହି ଦୁଇ ଥଣ୍ଡାପାନୀୟକୁ ସେଠାରେ ବ୍ୟାନ୍ କରାଯାଇଛି । ତେବେ ଏହା ପ୍ରଥମଥର ପାଇଁ ନୁହଁ ଯେ ତାମିଲନାଡୁରେ ଏହି ଦୁଇ କମ୍ପାନୀକୁ ବ୍ୟାନ୍ କରାହୋଇଛି । ଏହା ପୂର୍ବରୁ ମାର୍ଚ୍ଚ ୨୦୧୭ ରେ ବି ରାଜ୍ୟରେ ଏହାକୁ ବ୍ୟାନ୍ କରାଯାଇଥିଲା । ଏହି ସଂନ୍ଦର୍ଭରେ ଚେନ୍ନାଇର ବଡ଼ ଏଫଏମସିଜି ରିଟେଲ୍ ଚେନ୍ ପ୍ରବନ୍ଧକ କହିଛନ୍ତି ବ୍ୟବସାୟୀଙ୍କ ଦ୍ୱାରା ଲଗାଯାଉଥିବା ବ୍ୟାନ୍ କେତେ ଦିନ ପର୍ଯ୍ୟନ୍ତ ବ୍ୟାନ୍ ରହିବ । ଏହା ଉପରେ ଏବେ କିଛି କୁହାଯାଇପାରିବ ନାହିଁ ।
୨୦୧୭ ରେ ବ୍ୟାନ୍ ହୋଇଥିଲା ଏହି କମ୍ପାନୀ :
୨୦୧୭ ରେ ତାମିଲନାଡୁ ବାନୀଗର ସଂଗମ ଏବଂ ତାମିଲନାଡୁ ଟ୍ରେଡର୍ସ ଫେଡରେସନ୍ କହିଥିଲେ ଯେ ଦୁଇ କମ୍ପାନୀ ରାଜ୍ୟରେ ଥିବା ଜଳ ନିଷ୍କାସନକୁ ବ୍ଲକ୍ କରୁଛି ଏବଂ ଚାରିଆଡେ ଶୁଷ୍କ ଥିବାବେଳେ ଏହି ଦୁଇ କମ୍ପାନୀ ଏହାକୁ ଜାରୀ ରଖିଛି । ତେବେ ବ୍ୟାନ୍ ହେବାର ୬ ମାସ ପରେ ହିଁ ପୁନଶ୍ଚ ଏହାର ବିକ୍ରି ଆରମ୍ଭ ହୋଇଯାଇଥିଲା । ଏହି ଦୁଇ କମ୍ପାନୀ ସହ ୧୫ ଲକ୍ଷ ବ୍ୟବସାୟୀ ଜଡିତ ଅଛନ୍ତିି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/05/reason-why-coke-pepsi-taste-different.jpg)
/kanak/media/post_attachments/wp-content/uploads/2019/05/c-300x170.jpg)