କନକ ବ୍ୟୁରୋ : ଲାଂଚ ନେଇ ଧରାପଡିଲେ ପାଟଣାଗଡ କେନ୍ଦୁଲିଫ ଡିଏଫଓ । ପାଟଣା କେନ୍ଦୁପତ୍ର ଡିଏଫଓ ପ୍ରଣବ କୁମାର ମହାନ୍ତି ଗିରଫ । ୧ ଲକ୍ଷ ୬୬ ହଜାର ଟଙ୍କା ପିସି ନେଲା ବେଳେ ଗିରଫ ହୋଇଛନ୍ତି । ବିଭାଗୀୟ ରେଂଜରଙ୍କ ଠାରୁ ପିସି ନେଲା ବେଳେ ସେ ଧରାପଡିଛନ୍ତି । ଡିଏଫଓ ମହାନ୍ତି ଡେପୁଟି ରେଞ୍ଜର ଦେହୁରୀଙ୍କଠାରୁ ଉକ୍ତ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇ ତାଙ୍କୁ ଗିରଫ କରାଯାଇଛି ।
ଦୀର୍ଘଦିନରୁ ଏହି କାରବାର ଚାଲିଥିଲା । ସେଥିପାଇଁ ଭିଜିଲାନ୍ସ ପକ୍ଷରୁ ଜାଲ ବିଛା ଯାଇଥିଲା । ତାଙ୍କୁ ଧରିବା ପାଇଁ ପଶ୍ଚିମ ଓଡିଶାର ୫ଟି ଜିଲ୍ଲାର ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ଆଜି ଲାଞ୍ଚ ନେଉଥିବା ବେଲେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/29-6.jpg)