ଗଣତନ୍ତ୍ର ଦିବସରେ ପରମ ବିଶିଷ୍ଟ ସେବା ପଦକରେ ସମ୍ମାନିତ ହେବେ ସେନା ଅଧିକାରୀ : ୬ ସେନା ଅଧିକାରୀଙ୍କୁ ସୌର୍ଯ୍ୟ ଚକ୍ର, ୧୦ ଜଣଙ୍କୁ ପରମ ବିଶିଷ୍ଟ ସେବା ପଦକ

ଗଣତନ୍ତ୍ର ଦିବସରେ ପରମ ବିଶିଷ୍ଟ ସେବା ପଦକରେ ସମ୍ମାନିତ ହେବେ ସେନା ଅଧିକାରୀ : ୬ ସେନା ଅଧିକାରୀଙ୍କୁ ସୌର୍ଯ୍ୟ ଚକ୍ର, ୧୦ ଜଣଙ୍କୁ ପରମ ବିଶିଷ୍ଟ ସେବା ପଦକ

ସାଧାରଣତନ୍ତ୍ର ଦିବସ ଅବସରରେ ମୋଟ ୧୫୧ ଟି ସେନା ପଦକ ଘୋଷଣା କରାଯାଇଛି। ଭାରତୀୟ ସେନାର ଉତ୍ତର କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହଙ୍କ ସମେତ ସେନାର ୧୦ ଜଣ ବରିଷ୍ଠ ଅଧିକାରୀଙ୍କୁ ପରମ ବିଶିଷ୍ଟ ସେବା ପଦକରେ ସମ୍ମାନିତ କରାଯିବ। ଅଦମ୍ୟ ସାହସ ଓ ପରାକ୍ରମ ପାଇଁ ୬ ଜଣଙ୍କୁ ସୌର୍ଯ୍ୟ ଚକ୍ର ପ୍ରଦାନ କରାଯିବ। ୩୨ ଜଣଙ୍କୁ ଅତି ବିଶିଷ୍ଟ ସେବା ପଦକ ଏବଂ ୫ ଜଣଙ୍କୁ ଯୁଦ୍ଧ ସେବା ମେଡାଲ ପ୍ରଦାନ କରାଯିବ। ନାଏବ ସୁବେଦାର ସୋମବୀରଙ୍କୁ ମରଣୋତ୍ତର ସୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯିବ। ସେ ଜମ୍ମୁ କଶ୍ମୀରରେ ଅନେକ ଆତଙ୍କବାଦୀଙ୍କୁ ନିପାତ କରିଥିଲେ।

publive-image

ସୋମବୀରଙ୍କ ବ୍ୟତୀତ ଲେଫ୍ଟନାଣ୍ଟ କର୍ଣ୍ଣେଲ ଜ୍ୟୋତି ଲାମା, ମେଜର କେଭି ସିଂହ, ନାଏବ ସୁବେଦାର ଏନ୍ ସିଂହ, ନାୟକ ଏସ୍ କୁମାର ଏବଂ ସିପାହୀ କେ ଓରାମ୍ଙ୍କୁ ସୌର୍ଯ୍ୟ ଚକ୍ର ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe