ପାକିସ୍ତାନରୁ ଆସିଲା ନୂଆ ସଂକଟ । ପାକିସ୍ତାନ ତରଫରୁ ଆସୁଥିବା ଏହି ଝିଣ୍ଟିକା ଭାରତୀୟ କୃଷକଙ୍କ ପରିଶ୍ରମ ଓ ଫସଲ ଉଭୟକୁ ନଷ୍ଟ କରିବାରେ ଲାଗିଛନ୍ତି । ଯାହା ଫଳରେ କୋଟିଏ ଟଙ୍କାର ଫସଲ ନଷ୍ଟ ହୋଇସାରିଲାଣି । ଝିଣ୍ଟିକାଙ୍କ ଆକ୍ରମଣରେ ରାମଗଢ, ଲାଠୀ, ଚାନ୍ଧଣ, ନାଚନା ଓ ମୋହନଗଢ ଭଳି ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏହି କାରଣରୁ ସବୁଠାରୁ ଅଧିକ କ୍ଷତି ବାଜରା, ମୁଗ,ବିରି ଆଦି ଫସଲକୁ ସହିବାକୁ ପଡିଛି । ଯାହାର ମୁକାବିଲା କରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି ଚାଷୀ । ପୂର୍ବରୁ ରାଜସ୍ଥାନର ଜୈସଲେଟର ନିକଟବର୍ତ୍ତୀ ପାଖାପାଖି ୩୦୦ ଗାଁରେ ଝିଣ୍ଟିକାଙ୍କ ଆତଙ୍କ ଖେଳିଯାଇ ଚାଷ ଜମି ନଷ୍ଟ ହୋଇଥିଲା । ପୁଣି ଥରେ ଗୁଜୁରାଟ ଜିଲ୍ଲାରେ ସମାନ ସ୍ଥିତି ଦେଖିବାକୁ ମିଳିଛି । ଏଥିରେ ପ୍ରାୟ ୩୦ହଜାର ହେକ୍ଟର ଫସଲନଷ୍ଟ କରି ପକାଇଛନ୍ତି ଝିଣ୍ଟିକା ।

Advertisment

publive-image

ସୂଚନାନୁସାରେ, ଗୁଜୁରାଟର ବନାସକାଣ୍ଠା ଜିଲ୍ଲାରେ ପୂର୍ବ ଏକ ସପ୍ତାହରୁ ପାକିସ୍ତାନରୁ ଆସୁଥିବା ଝିଣ୍ଟିକାମାନଙ୍କୁ ଘଉଡାଇବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରୁଥିବା ଦେଖିବାକୁ ମିଳିଛି । କାରଣ ଝିଣ୍ଟିକାଙ୍କ ଆକ୍ରମଣରେ ସେଠାକାର ଚାଷ ଜମି ପୁରାପୁରି ନଷ୍ଟ ହୋଇପଡିଛି । ଏଭଳି ପରିସ୍ଥିତି ପାକିସ୍ତାନ ନିକଟବର୍ତ୍ତୀ ଅନେକ ଜିଲ୍ଲା ମାନଙ୍କରେ ଉପୁଜିଛି । ଝିଣ୍ଟିକାଙ୍କ ଠାରୁ ଜମିକୁ ବଞ୍ଚାଇବା ପାଇଁ କେତେକ ଚାଷୀ ଲାଠି ଧରି ପିଟୁଛନ୍ତି ଆଉ କେତେକ ଡିଜେ ବାଜାର ବ୍ୟବହାର କରୁଛନ୍ତି । କୃଷକଙ୍କ କହିବାନୁସାରେ, ବିଳମ୍ବିତ ରାତିରେ ଝିଣ୍ଟିକା ଦଳ ଅଞ୍ଚଳକୁ ପ୍ରବେଶ କରୁଛନ୍ତି । ସେମାନଙ୍କ ସଂଖ୍ୟା ପାଖାପାଖି ୫୦କୋଟି ହେବ ବୋଲି ଅନୁମାନ କରାଯାଉଛି । publive-image

ସରକାରୀ ବିଭାଗ ଏହି ଝିଣ୍ଟିକାଙ୍କ ଉପରେ ଲଗାମ ଲଗାଇବାରେ ଅସଫଳ ସାବ୍ୟସ୍ତ ହୋଇଛି । ଠିକ୍ ସମୟରେ ଟିମ ପହଞ୍ଚି ପାରି ନଥିଲା , ଯାହା ଫଳରେ ଭାରତୀୟ କୃଷକଙ୍କୁ ବଡ ଧରଣର କ୍ଷତି ସହିବାକୁ ପଡିଛି । ପାଖାପାଖି ୩୦,୦୦୦ ହେକ୍ଟର ଚାଷଜମିରେ ଝିଣ୍ଟିକା ବ୍ୟାପି ଯାଇଛି । କିନ୍ତୁ ଏହି ପୋକକୁ ନିୟନ୍ତ୍ରଣ କରିବାକୁ ନିୟୋଜିତ ହୋଇଥିବା ୨୦ ଟି ଗାଡି ଅସଫଳ ହୋଇଛି ।publive-image

ପଡୋଶୀ ଦେଶରୁ ଆସିଥିବା ଏହି ଝିଣ୍ଟିକାଗୁଡିକକୁ  ପାକିସ୍ତାନ ନିୟନ୍ତ୍ରଣ କରି ନପାରିବା କାରଣରୁ ଭାରତୀୟ କୃଷକଙ୍କୁ ଏହାର ଦଣ୍ଡ ଭୋଗିବାକୁ ପଡିଛି । ଝିଣ୍ଟିକାମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଚୀନ ପାକିସ୍ତାନକୁ କୀଟନାଶକ ସପ୍ଲାଏ କରିଥିଲା । କିନ୍ତୁ ଚୀନରୁ ଆସିଥିବା କୀଟନାଶକ ଏକ୍ସପାୟର ହେବା କାରଣରୁ ଏହା ପ୍ରଭାବ ଝିଣ୍ଟିକା ଉପରେ ହୋଇପାରି ନଥିଲା । ପୁଣି ଥରେ ଝିଣ୍ଟିକାଙ୍କୁ ନିୟନ୍ତ୍ରଣ କରିବା ପାଇଁ କୀଟନାଶକ ଔଷଧ ସିଞ୍ଚନ କରାଯିବାର ବ୍ୟବସ୍ଥା କରାଯାଇଛି ।