ଆପଣଙ୍କୁ ତ ଜ୍ଞାତ ଥିବ ମିଥେନ୍ ଗ୍ୟାସର ବ୍ୟବହାର ଲୋକଙ୍କ ଫାଇଦା ପାଇଁ ହିଁ ହୋଇଥାଏ । ତେବେ ଏହି ମିଥେନ୍ ଗ୍ୟାସ୍ ମଧ୍ୟ ପଚାସଢା ତଥା ଅଳିଆଗଦା ଭଳି ଦୁର୍ଗନ୍ଧଯୁକ୍ତ ସ୍ଥାନରୁ ଆସିଥାଏ । ଏଭଳି ଆଉ ଏକ ବିବରଣୀ ରହିଛି ଯାହା ଆପଣ ପୂର୍ବରୁ କେବେ ଶୁଣିନଥିବେ । ଖବରଟି ହେଉଛି ଟଏଲେଟର ଦୁଗନ୍ଧଯୁକ୍ତ ପାଣିରୁ ଏସି ବସ୍ ଯାତାୟତ ହେଉଛି । କେବଳ ଏତିକି ନୁହେଁ ସରକାରୀ ଏଜେନ୍ସି ଟଏଲେଟ୍ ପାଣିକୁ ୭୮ କୋଟି ଟଙ୍କାରେ ବିକ୍ରି ମଧ୍ୟ କରିଛି ଏବଂ ଏଭଳି ଘଟଣା ଘଟିଛି ନାଗପୁରରେ ।
ନାଗପୁରରେ ବିକ୍ରି ହୋଇଥିବା ଟଏଲେଟ୍ ପାଣ ିଦ୍ୱାରା ବାୟୋ ସିଏନଜି ପ୍ରସ୍ତୁତ କରାଯାଉଛି । ତେବେ ଏହାର ମାତ୍ରା ଏତେ ହୋଇଛି ଯେ ସହରରେ ୫୦ ଟି ଏସି ବସ୍ କେବଳ ମିଥେନ୍ ଗ୍ୟାସ୍ ଯୋଗୁଁ ହିଁ ଚଳପ୍ରଚଳ ହୋଇପାରୁଛି । କେନ୍ଦ୍ରୀୟ ପରିବହନ ମନ୍ତ୍ରୀ ନୀତିନ୍ ଗଡକରୀଙ୍କ କହିବାନୁସାରେ ପେଟ୍ରୋଲିୟମ୍ ମନ୍ତ୍ରାଳୟ ଅଧିନରେ କାମ କରୁଥିବା ତେଲ ତଥା ଗ୍ୟାସ୍ କମ୍ପାନୀ ସହ ଗଙ୍ଗା ସଫେଇ ପାଇଁ ଚୁକ୍ତି କରାଯାଇଛି । ତେବେ ଏଥବ ଅନୁଯାୟୀ ପାଣିରୁ ବାହାରୁଥିବା ଆବର୍ଜନାରୁ ନିର୍ଗତ ହେଉଥିବା ମିଥେନ୍ ଗ୍ୟାସର ସହାୟତାରେ ବାୟୋ ସିଏନଜି ପ୍ରସ୍ତୁତ କରାଯାଏ ।
ଗଙ୍ଗା ଉପକୂଳରେ ବସତି ସ୍ଥାପନ କରିଥିବା ୨୬ ଟି ସହରରେ ଚାଲୁଥିବା ସିଟି ବସ୍ ଏହି ମିଥେନ୍ ଗ୍ୟାସ୍ ବ୍ୟବହାରରେ ଚାଲିଥାଏ । ତେବେ ଏହି କାମ ପାଇଁ ଦେଶରେ ବେରୋଜଗାରଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । କିଛି ସ୍ଥାନରେ କୋଇଲାରୁ ମଧ୍ୟ ମିଥେନ୍ ଗ୍ୟାସ୍ ବାହାରକରି ମୁମ୍ବାଇ,ପୁଣେ,ଗୁଆହାଟୀର ବିଭିନ୍ନ ସିଟି ବସ୍ ଯାତାୟତ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ତେବେ ଏହା ଡିଜେଲର ପ୍ରତି ଲିଟର ପିଛା ୬୨ ଟଙ୍କା କାମରେ ଲାଗିପାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/08/1680787-poster-1280-water-reuse-graphic.jpg)
/kanak/media/post_attachments/wp-content/uploads/2018/08/nagpur_bus_methane_28_08_2018-300x225.jpg)
/kanak/media/post_attachments/wp-content/uploads/2018/08/fhioskd.jpg)