ଭାରତର ମହତ୍ତ୍ୱାକାଂକ୍ଷୀ ମିଶନ୍ ଚନ୍ଦ୍ରଯାନ-୨ ରେ ଲ୍ୟାଣ୍ଡର ବିକ୍ରମ ସହ ଇସ୍ରୋର ସଂପର୍କ ଚ୍ଛିନ୍ନ ହୋଇଥିଲେ ମଧ୍ୟ ଇସ୍ରୋ ବୈଜ୍ଞାନିକଙ୍କ ସାହସିକତା ଏବଂ କଠିନ ପରିଶ୍ରମକୁ ସବୁରି ମହଲରେ ଭୁରି ଭୁରି ପ୍ରଶଂସା କରାଯାଉଛି । ଏଭଳି ସ୍ଥିତିରେ ଆମେରିକା ସ୍ପେଶ୍ ଏଜେନ୍ସୀ (ନାସା) ମଧ୍ୟ ପଛକୁ ନ ହଟି ଇସ୍ରୋକୁ ଖୁବ୍ ପ୍ରଶଂସା କରିଛି । ଅନ୍ତରୀକ୍ଷରେ ଚନ୍ଦ୍ରମାର ଦକ୍ଷିଣଧ୍ରୁବରେ ଇସ୍ରୋ ଚନ୍ଦ୍ରଯାନ-୨ କୁ ଲ୍ୟାଣ୍ଡିଙ୍ଗ୍ କରିବାର ସାହସକୁ ନାଶା ପ୍ରଶଂସା କରିଛି । ଏହି ମିଶନ୍ ରେ ଇସ୍ର୍ରୋ ନାଶାକୁ ପ୍ରେରଣା ଦେଇଥିବା କଥା ମଧ୍ୟ କହିଛି ।
ନାଶା ପୂର୍ବରୁ ପାକିସ୍ତାନର ପ୍ରଥମ ମହାକାଶଚାରୀ ନମିରା ସଲିମ୍ ମଧ୍ୟ ଇସ୍ରୋର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ନମିରା ସଲିମ୍ କହିଥିଲେ , ଦକ୍ଷିଣ ଏସିଆର ଅନ୍ତରୀକ୍ଷ କ୍ଷେତ୍ରରେ ଇସ୍ରୋର ଏତେ ବଡ ଉପଲବ୍ଧିକୁ ଅଦ୍ଭୁଦ ଅଟେ । ଏଠାରେ କେଉଁ ଦେଶ ଏଥିପାଇଁ ନେତୃତ୍ୱ ନେଉଛି ଏହା ମହତ୍ତ୍ୱ ରଖେନାହିଁ । ଅନ୍ତରୀକ୍ଷରେ ସବୁ ରାଜନୀତିକ ସୀମା ଶେଷ ହୋଇଯାଏ । ଯାହା ପୃଥିବୀରେ ଆମକୁ ଭାଗ ଭାଗ କରେ ତାହା ଅନ୍ତରୀକ୍ଷରେ ଆମକୁ ଏକଜୁଟ୍ କରେ । ଆପଣଙ୍କୁ କହିରଖୁଛୁ ନମିରା ସଲିମ୍ ପାକ୍ ର ପ୍ରଥମ ମହାକାଶଚାରୀ ଯେ ସାର୍ ରିଚର୍ଡ ବ୍ରେନସନ୍ ବର୍ଜିନ୍ ଗେଲେକ୍ଟିକ୍ ଙ୍କ ସହ ଅନ୍ତରୀକ୍ଷ ଯାତ୍ରା କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/x360.jpg)
/kanak/media/post_attachments/wp-content/uploads/2019/09/866113-nasa-isro-300x169.jpg)
/kanak/media/post_attachments/wp-content/uploads/2019/09/tumblr_lkza580tHC1qze1fwo1_250-216x300.jpg)