ପ୍ରେମିକାକୁ ମନେଇବା ପାଇଁ ପ୍ରେମିକର ନିଆରା ଉଦ୍ୟମ ! ସହରର ଗଳିରେ ମାରିଲା ୩୦୦ “ଆଇ ଆମ୍ ସରି” ହୋର୍ଡିଙ୍ଗ୍ ।

ପ୍ରେମିକାକୁ ମନେଇବା ପାଇଁ ପ୍ରେମିକର ନିଆରା ଉଦ୍ୟମ ! ସହରର ଗଳିରେ ମାରିଲା ୩୦୦ “ଆଇ ଆମ୍ ସରି” ହୋର୍ଡିଙ୍ଗ୍ ।

source : DBPOST

ଝଗଡା ପରେ ପ୍ରେମିକା ସହ ବୁଝାମଣା କରିବାକୁ ଜଣେ ବ୍ୟକ୍ତି ମହାରାଷ୍ଟ୍ରର ପିମ୍ପ୍ରି ଚିଞ୍ଚ୍ଓ୍ଵାର୍ଡ ଅଞ୍ଚଳରେ ୩୦୦ ରୁ ଊର୍ଦ୍ଧ୍ୱ ଫ୍ୟାକ୍ସ ବ୍ୟାନର୍ ଝୁଲାଇଛନ୍ତି। କିନ୍ତୁ ତାଙ୍କର ଏହି ପାଗଳପଣ ସ୍ଥାନୀୟ ପୁଲିସକୁ ନାକେଦମ୍ କରିଛି। ଶୁକ୍ରବାର ସକାଳୁ ପୁଣେ ନିକଟବର୍ତ୍ତୀ ପିମ୍ପ୍ରି ଚିଞ୍ଚ୍ଓ୍ଵାର୍ଡ ଅନ୍ତର୍ଗତ ସୌଦାଗର୍ ଅଞ୍ଚଳର ଲୋକେ ସକାଳୁ ଉଠି ଦେଖିଲେ କେତେ ଗୁଡ଼ିଏ ଫ୍ୟାକ୍ସ ବ୍ୟାନର୍। ଏହି ଫ୍ୟାକ୍ସରେ ଝିଅର ନାଁ ଲେଖାଯାଇ ତା’ ପାଖକୁ କଳା ବା ବୋଲ୍ଡ ଅକ୍ଷରରେ ଲେଖାଯାଇଛି ‘ଆଇ ଆମ୍ ସରି’ ତା ସହିତ ଲାଲ୍ ରଙ୍ଗର ହୃଦୟ ଚିହ୍ନ। ସମଗ୍ର ଅଞ୍ଚଳରେ ଛାଇ ଯାଇଥିଲା ଏହି ଫ୍ୟାକ୍ସ ବ୍ୟାନର୍, ବିଶେଷକରି ଟ୍ରାଫିକ୍ ଛକଗୁଡ଼ିକରେ।

publive-image

ଏ ଭଳି କାର୍ୟ୍ୟ କରିଥିବା ସ୍ଥାନୀୟ ବ୍ୟବସାୟୀ ୨୫ ବର୍ଷିୟ ନୀଳେଶ ଖେଡ଼େକରଙ୍କ ପାଇଁ ଅସୁବିଧାର କାରଣ ହୋଇଥିଲେ ଓ୍ଵାକାଡ଼ ପୁଲିସ ଏବଂ ପିମ୍ପ୍ରି ଚିଞ୍ଚ୍ଓ୍ଵାଡ୍ ମ୍ୟୁନିସପାଲିଟି। ତାଙ୍କ ବିରୋଧରେ ସେମାନେ ଆଗତ କରିଥିଲେ ବେଆଇନ୍ ହୋର୍ଡିଙ୍ଗ୍ ଏବଂ ସର୍ବସାଧାରଣ ସମ୍ପତ୍ତିକୁ କଦର୍ୟ୍ୟ କରିବା ମାମଲା। ହୋର୍ଡିଙ୍ଗ୍ ଲାଗିଥିବା କଥା ଶୁକ୍ରବାର ଦିନ ଜାଣିବା ମାତ୍ରେ ତଦନ୍ତ ଆରମ୍ଭ କରିଥିବା କଥା ଓ୍ଵାକାଡ୍ ପୁଲିସ କହିଛି।

publive-image

ପୁଲିସର ପଚରାଉଚରା ପରେ ଖେଡ଼େକର କହିଥିଲେ କଳହ ପରେ ପ୍ରେମିକାକୁ ଭୁଲ୍ ମାଗି ବୁଝାମଣା କରିବାପାଇଁ ସେ ଏଭଳି ଏକ ସୃଜନାତ୍ମକ କାର୍ଯ୍ୟ କରିଥିଲେ । ତେବେ ପ୍ରେମିକାଙ୍କ ଯିବାଆସିବା ବାଟରେ ଏଭଳି ୩୦୦ ହୋର୍ଡିଙ୍ଗ୍ ଲଗାଯାଇଥିଲା ଯେମିତିକି ଏହି ହୋର୍ଡିଙ୍ଗ୍ ଉପରେ ତାଙ୍କର ନଜର ପଡୁ ଏବଂ ସେ ନିଜ ପ୍ରେମିକକୁ କ୍ଷମା କରିଦିଅନ୍ତୁ । କିନ୍ତୁ କଥା ହେଲା କିଛି ଓଲଟା । ବ୍ୟାନର୍ ଲଗାଯାଇଥିବା କଥା ପିମ୍ପ୍ରି ଚିଞ୍ଚ୍ଓ୍ଵାଡ଼ ମହାନଗର ନିଗମକୁ ଜଣାଇ ଦିଆଯାଇଥିଲା। ଏବେ ଖେଡ଼େକରଙ୍କ ବିରୋଧରେ ଅଧିକ କାର୍ୟ୍ୟନୁଷ୍ଠାନ ନିଗମ ହିଁ ଗ୍ରହଣ କରି ପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe