ମକ୍କା ଖାଇବାକୁ କିଏ ବା ପସନ୍ଦ ନ କରେ । ଅନେକ ଲୋକ ମକ୍କା ହେବା ସମୟରେ ଘରେ ବା ଘର ବହାରକୁ ଯାଇ ମକ୍କା ଖାଇବାକୁ ଭଲ ପାଇଥାନ୍ତି । ଏବେ କିନ୍ତୁ ବିଭିନ୍ନ ଋତୁରେ ମକ୍କା ପାଇବା ସମ୍ଭବ ହେଉଛି । ମକ୍କାରେ ଭିଟାମିନ ଏ,ବି, ମିନେରଲାସ ଓ କ୍ୟାଲସିୟମର ଅଧିକ ମାତ୍ରା ରହିଛି । କିିନ୍ତୁ ବହୁ ଲୋକ ଏହା ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ବୋଲି ଜାଣି ନାହାନ୍ତି । କେବଳ ମକ୍କା ନୁହେଁ, ବରଂ ମକ୍କାର ଚୂଳ ମଧ୍ୟ ରୋଗ ପାଇଁ ଖୁବ ଉପଯୋଗୀ । ଏହା ଏକ ରିସର୍ଚ୍ଚରୁ ଜଣାପଡିଛି, ଯେ ମକ୍କାର ଚୂଳରେ ମଧ୍ୟ ଖୁବ ଔଷଧିୟ ଗୁଣ ରହିଛି । ରୋଗ ସହିତ ଲଡେଇ କରିବାର ଏହାର ବିଶେଷ ଗୁଣ ରହିଛି । ତେବେ ଆସନ୍ତୁ ଜାଣିବା ମକ୍କା ଚୂଳର ଉପକାରୀତା ।
କିଡନୀ ଷ୍ଟୋନ :
କିଡନୀରେ ଜମା ହୋଇଥିବା ବିଷାକ୍ତ ନାଇଟ୍ରେଟକୁ ବାହର କରିବାରେ ସହାୟତା ହୋଇଥାଏ ମକ୍କା ଚୂଳ । ଯାହା ଫଳରେ କିଡନୀ ଷ୍ଟୋନ ହେବାର ଭୟ ଦୂର ହୋଇଯାଇଥାଏ ।
ଡାଇବେଟିସ :
ମକ୍କା ଚୂଳ ରକ୍ତ ଜମାଟକୁ ନିୟନ୍ତ୍ରଣ କରିଥାଏ । ଏହା ରକ୍ତରେ ଇନସୁଲିନ ମାତ୍ରାକୁ କଣ୍ଟ୍ରୋଲ କରିଥାଏ । ଯେଉଁଥିରେ ଡାଇବେଟିସ ନିୟନ୍ତ୍ରଣ ହୋଇପାରେ ।
ହଜମ କରେ :
ଏହା ପାଚନ ତନ୍ତ୍ରକୁ ମଜବୁତ କରେ । ଏହା ଭଳ ଭାବେ ଖାଦ୍ୟ ହଜମ କରିଥାଏ । ଭୋକ ନହେଉଥିଲେ ଭୋକ ମଧ୍ୟ ଲାଗିଥାଏ ।
• କୋଲେଷ୍ଟ୍ରଲ କଣ୍ଟ୍ରୋଲ କରିଥାଏ । ଏହା ଧମନୀରେ ଜମା ହୋଇଥିବା କୋଲେଷ୍ଟ୍ରେଲକୁ ବାହାର କରିଦେଇଥାଏ ।
• ମକ୍କାର ଚୂଳ କୋଲେଷ୍ଟ୍ରେଲକୁ କମ କରିବା ଯୋଗୁ ହୃଦରୋଗରୁ ରକ୍ଷା ମିଳିଥାଏ ।
ଗଲବ୍ଲାଡର ସଂକ୍ରମଣରୁ ସୁରକ୍ଷା :
ଏହା ଗଲବ୍ଲାଡର ସଂକ୍ରମଣ ହେବାକୁ ଦିଏ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/maize-flour_625x350_51473064838.jpg)
/kanak/media/post_attachments/wp-content/uploads/2018/07/image_large-300x225.jpg)