୯ ବର୍ଷ ପରେ ପୁଣି ଚିତ୍ରକୋଣ୍ଡା ଯନ୍ତାପାଇରେ ବସିଲା ମହା ସମାଧାନ ଶିବିର : ପ୍ରଶାସନର ଜନ ସଂପର୍କ ଶିବିରରେ ଏକତ୍ରିତ ସମସ୍ୟା ଜଣାଇଲେ ସ୍ୱାଭିମାନୀ ମଣିଷ

245

କନକ ବ୍ୟୁରୋ : ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରେ ମହା ସମାଧାନ ଶିବିର । ସ୍ୱାଭିମାନ ଅଂଚଳରେ ରହୁଥିବା ଲୋକଙ୍କ ପାଖରେ ପ୍ରଶାସନ ପହଂଚିବାର ଏକ ପ୍ରୟାସ । ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପ୍ରୟାସ ଆରମ୍ଭ ହୋଇଛି ।

 

ସ୍ୱାଭିମାନ ଅଂଚଳର ବାସିନ୍ଦା ଓ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ସହ ସୁସମ୍ପର୍କ ସୃଷ୍ଟି କରିବାର ମାଧ୍ୟମ ହେଲା ମହା ସମାଧାନ ଶିବିର । ଏହି ଶିବିରରେ ସ୍ଥାନୀୟ ଅଂଚଳର ବିଭିନ୍ନ ସମସ୍ୟା ଦୂର କରିବା ନିମନ୍ତେ ଉଦ୍ୟମ କରାଯାଇଛି ।