ଚାଲିଛି କାଳିଆ ସାଆନ୍ତଙ୍କ ପହଣ୍ଡି: ଭାଇ-ଭଉଣୀଙ୍କ ପହଣ୍ଡିବିଜେ ନୀତି ପରେ ସବା ଶେଷରେ ବଡଠାକୁରଙ୍କ ପହଣ୍ଡିବିଜେ ନୀତି; ଝୁଲି ଝୁଲି ରଥାରୁଢ଼ ହେବାପାଇଁ ପହଣ୍ଡିରେ ଭାବ ବିନୋଦିଆ କାଳିଆଠାକୁର

374

କନକ ବ୍ୟୁରୋ: ପ୍ରଥମେ ଚକ୍ରରାଜ ସୁଦର୍ଶନ ଏବଂ ପରେ ବଡ ଭାଇ ବଳଭଦ୍ରଙ୍କ ପରେ ଆରମ୍ଭ ହୋଇଛି ଦେବୀ ସୁଭଦ୍ରାଙ୍କ ପହଣ୍ଡିବିଜେ ନୀତି । ଧାଡି ପହଣ୍ଡିରେ ରଥକୁ ବିଜେ କରୁଛନ୍ତି ତିନି ଠାକୁର । ଜଗତର ନାଥ ଜଗନ୍ନାଥ ବିଦ୍ୟ ଟାହିଆ ସୁଶୋଭିତ କରି ଜନ୍ମବେଦୀକୁ ଯିବା ପାଇଁ ରତ୍ନବେଦୀରୁ ଓହ୍ଲାଇଆସିଛନ୍ତି ବଡଦାଣ୍ଡକୁ । ହେଲେ ଭାବ ବିନୋଦିଆ ପ୍ରଭୁ ଶ୍ରୀ କାଳିଆଠାକୁରକୁ ପାଖରୁ ଟିକେ ମନଭରି ଦେଖିବାର ସୌଭଗ୍ୟ ଚଳିତ ବର୍ଷ ଆଉ ଭକ୍ତକୁ ମିଳିବ ନାହିଁ । ହେଲେ ବିଶ୍ୱ ନୟନ୍ତା କାଳିଆ ସାଆନ୍ତଙ୍କ ଅପରୂପ ଦର୍ଶନ ଭକ୍ତମାନେ ଘରେ ବସି ରଥଯାତ୍ରାର ସିଧାପ୍ରସାରଣ ଦେଖିପାରିବେ ।

ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଶ୍ରୀମନ୍ଦିରରୁ ରଥାରୁଢ଼ ପାଇଁ ଅଣାଯିବା ପରେ ଭଉଣୀ ସୁଭଦ୍ରାଙ୍କୁ ଧାଡି ପହଣ୍ଡିରେ ରୁଢାରୁଢ଼ କରାଯାଇଛି । ଭାଇ ଭଉଣୀଙ୍କ ପହଣ୍ଡି ବିଜେ ପରେ ସବା ଶେଷରେ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି ।

ତେବେ ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର  ଝୁଲିଝୁଲି ବାଇଶି ପାହଚ ଦେଇ ଓହ୍ଲାଇ ଆସିବାର ଦୃଶ୍ୟରେ ବିମୋହିତ କରିଛି । ବଳଭଦ୍ରଙ୍କ ପରେ ଶ୍ରୀମନ୍ଦିରରୁ ପହଣ୍ଡିରେ ବାହାରିଥିଲେ ମା ସୁଭଦ୍ରା । ବଡ଼ଭାଇ ବଳଦେବଙ୍କ ପରେ ପରେ ଭଉଣୀ ସୁଭଦ୍ରା ଦେବଦଳନ ରଥରେ ରଥାରୁଢ଼ ପାଇଁ ପହଣ୍ଡିରେ ବାହାରିଥିଲେ । ଶେଷରେ ଶ୍ରୀ ଜଗନ୍ନାଥ, ଅପରୂପା ଶୋଭାର ସମ୍ଭାର, ଦୀନଜନ ଶରଣ ରକ୍ଷଣ ମହାପ୍ରଭୁ ପହଣ୍ଡିରେ ଝୁଲିଝୁଲି ରଥାଆଡକୁ ଅଗ୍ରସର ହୋଇଛନ୍ତି । ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତିମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅପୂର୍ବ ଉତ୍କଣ୍ଠା ।