ଲୋକସଭା ନିର୍ବାଚନ ୨୦୧୯ : ଏହି ନମ୍ବର ଏବଂ ଆପ୍ ସାହାଯ୍ୟରେ ଆପଣଙ୍କ ନାଁ ଭୋଟର୍ ତାଲିକାରେ ଅଛି କି ନାହିଁ ଜାଣନ୍ତୁ ।

965

ଚଳିତ ବର୍ଷ ଲୋକସଭା ନିର୍ବାଚନ ୭ ଟି ଚରଣରେ ୧୧ ଏପ୍ରିଲରୁ ଆରମ୍ଭ ହୋଇ ୧୯ ମଇ ୨୦୧୯ ପର୍ଯ୍ୟନ୍ତ ଚାଲିବ । ଯଦି ଆପଣଙ୍କ ବୟସ ୧୮ ବର୍ଷରୁ ଉଦ୍ଧ୍ୱର୍ ରହିଛି ତେବେ ନିର୍ବାଚନରେ ମତଦାନ କରିବା ଆପଣଙ୍କ ଅଧିକାର ସହ କର୍ତ୍ତବ୍ୟ ମଧ୍ୟ । କିନ୍ତୁ ଭୋଟ୍ ଦେବା ପାଇଁ ଆପଣଙ୍କ ନାଁ ଭୋଟର ଲିଷ୍ଟରେ ମଧ୍ୟ ରହିବା ଜରୁରୀ ଅଟେ । ଏଭଳିସ୍ଥିତିରେ ଯଦି ଆପଣ ମଧ୍ୟ ଆପଣଙ୍କ ନାଁ ଭୋଟର ଲିଷ୍ଟରେ ଅଛି କି ନାହିଁ ଜାଣିବାକୁ ଚାହୁଁଛନ୍ତି ତେବେ Electoralsearch  ୱେବସାଇଟ୍ ଏବଂ ଭୋଟର୍ ହେଲ୍ପଲାଇନ୍ ଆପ୍ ରେ ଏସଏମଏସ୍ ଜରିଆରେ ମଧ୍ୟ ଚେକ୍ କରିପାରିବେ । 

ଏସଏମଏସ୍ ପାଇଁ EPIC<space> Voter ID card number ସହ ୭୭୩୮୨୯୯୮୯୯ ନମ୍ବରରେ ପଠାଇଦିଅନ୍ତୁ । ଭୋଟର ଲିଷ୍ଟରେ ନିଜର ନାଁ ଚେକ୍ କରିବା ପାଇଁ ନିଜର ଭୋଟର କାର୍ଡ ନମ୍ବର ଦେବାକୁ ପଡିବ । କେବଳ ଏତିକି ନୁହଁ ଏହି ଆପ୍ ଜରିଆରେ ଆପଣ ନୂତନ ଭୋଟର କାର୍ଡ ପାଇଁ ଆପ୍ଲାଏ ମଧ୍ୟ କରିପାରିବେ । ଏହାଛଡା ଯଦି କାର୍ଡରେ ସୁଧାର ଆଣିବାକୁ ଚାହୁଁଛନ୍ତି ତେବେ ଏହି ଆପ୍ ଆପଣଙ୍କୁ ସହାୟତା କରିବ । ଯଦି ଆପଣ ଭୋଟର କାର୍ଡ ପାଇଁ ଆପ୍ଲାଏ କରିଛନ୍ତିି ତେବେ ଏହି ଆପ୍ ମାଧ୍ୟମରେ ଷ୍ଟାଟସ୍ ମଧ୍ୟ ଜାଣିପାରିବେ । ଏହି ଆପରେ ଭୋଟର ନିଜର ନିର୍ବାଚନ ଅଫିସର ତଥା ବୁଥ୍ ଲେବଲ୍ ଅଫିସର୍ ଙ୍କ ନାଁ ମଧ୍ୟ ଜାଣିପାରିବେ । କେବଳ ଏତିକି ନୁହେଁ ଏହି ଆପର ସହାୟତାରେ ଭୋଟର ଘରେ ବସି ବିଧାନସଭା ତଥା ସଂସଦୀୟ ନିର୍ବାଚନ କ୍ଷେତ୍ର ବିଷୟରେ ଜାଣିପାରିବେ ।