ମହଙ୍ଗା ଜମାନାରେ ବି ଅନ୍ୟ ପାଇଁ ଉଦାହରଣ ସାଜିଛି ଘୋଷବାବୁଙ୍କ “ଘୋଷ୍ ମଙ୍ଗଲ” ହୋଟେଲ୍ ! ୨୫ ପଇସାରେ ମିିଳୁଛି କଚୋଡି, ୧ ଟଙ୍କାରେ ପେଟଫୁଲ୍ ।

ମହଙ୍ଗା ଜମାନାରେ ବି ଅନ୍ୟ ପାଇଁ ଉଦାହରଣ ସାଜିଛି ଘୋଷବାବୁଙ୍କ “ଘୋଷ୍ ମଙ୍ଗଲ” ହୋଟେଲ୍ ! ୨୫ ପଇସାରେ ମିିଳୁଛି କଚୋଡି, ୧ ଟଙ୍କାରେ ପେଟଫୁଲ୍ ।

ଆଜିର ସମୟରେ ପେଟପୁରା ଖାଦ୍ୟ ଖାଇବା ପାଇଁ ୧୦ କିମ୍ବା ୧୦ ରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । କିନ୍ତୁ କୋଲକାତାରେ ୨୯ ବର୍ଷ ଧରି ଏଭଳି ଏକ ଦୋକାନ ଅଛି ଯେଉଁଠାରେ ୨୫ ପଇସାରେ କଚୋଡି ମିଳିବା ସହ ୫୦ ପଇସାରେ ତେଲଭାଜି ଏବଂ ୧ ଟଙ୍କାରେ ପେଟପୁରା ଖାଦ୍ୟ ଖାଇବାକୁ ମିଳିଯାଏ । ଏହି ଦୋକାନ କୋଲକାତାର ମନିକଲରାର ମୁରାରୀପୁକୁରଠାରେ ଅବସ୍ଥିତ । ଯାହାକୁ ଲକ୍ଷିନାରାୟଣ ଘୋଷ ଚଲାଉଛନ୍ତି । ଘୋଷ୍ ମଙ୍ଗଲ ତଥା ମୋଙ୍ଗଲା ନାଁରେ ପ୍ରସିଦ୍ଧ ଥିବା ଏହି ହୋଟେଲ୍ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

publive-image

୧୯୯୦ ରେ ଏକ ଖାଲି ଘରେ ସେ ଏହି ଦୋକାନ ଆରମ୍ଭ କରିଥିଲେ । ବର୍ତ୍ତମାନ ସ୍କୁଲ୍ ବ୍ରେକ୍ ହେଲେ ଛାତ୍ରଛାତ୍ରୀମାନେ ଦୋକାନରେ ଗହଳି ଲଗାନ୍ତି । ଦୋକାନରେ ଅନ୍ୟଲୋକଙ୍କ ପାଇଁ ୫୦ ପଇସାରେ କଚୋଡି ବିକ୍ରି ହେଉଥିବା ବେଳେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ କଚୋଡିର ଦାମ୍ ହେଉଛି ୨୫ ପଇସା । ଆପଣଙ୍କୁ କହିରଖୁଛୁ ଘୋଷବାବୁଙ୍କ ଏହି ଦୋକାନ ହିଁ ତାଙ୍କ ପରିବାର ଗୁଜୁରାଣର ଏକମାତ୍ର ସାଧନ । ଏତେ କମ୍ ଦାମରେ ବ୍ୟବସାୟ କରି ଘର କିଭଳି ଚଳାନ୍ତି ପଚାରିଲେ ସେ କୁହନ୍ତି ଘରଚଳାଇବା ପାଇଁ ଟିକେ କଷ୍ଟ ହୁଏ କିନ୍ତୁ କଷ୍ଟେମଷ୍ଟେ ଘର ଚଳିଯାଏ ।

publive-image

ଏ ଭିତରେ ୩ ଦଶନ୍ଧୀ ଚାଲିଯାଇଛି ବଜାରର ଦର ଆକାଶଛୁଆଁ ହୋଇଛି କିନ୍ତୁ ଘୋଷବାବୁଙ୍କ ବୋର୍ଡରେ ରେଟ୍ ବଢିନାହିଁ । ଏନେଇ ଘୋଷବାବୁ କୁହନ୍ତି ପିଲାମାନେ,ପଡୋଶୀ ବହୁ ପୂର୍ବରୁ ଆସି ଏଠାରେ ଜଳଖିଆ ଖାଇ ଯାଉଛନ୍ତି ଏହା ଦେଖି ସନ୍ତୋଷ ଲାଗୁଛି ଯଦି ଦର ବଢାଇବି ତେବେ ସମସ୍ତେ ନିରାଶ୍ ହେବେ ଏହା ଭାବି ଦର ବଢାଉନାହିଁ ହଁ ଏହା ସତ ଯେ କଚୋଡିର ସାଇଜ୍ ଛୋଟ କରିଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe